ହସିବା ସହ କାନ୍ଦିବା ବି ଜରୁରୀ ! କାନ୍ଦିବାର ଜାଣନ୍ତୁ କିଛି ଖାସ୍ ଫାଇଦା
କାନ୍ଦିବା ମଧ୍ୟ ମଣିଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେବଳ ତାଙ୍କ ମନକୁ ହାଲୁକା କରେ ନାହିଁ ବରଂ ଶରୀରକୁ ଏହାର ଲାଭ ମଧ୍ୟ ଦେଇଥାଏ ।
ନୂଆଦିଲ୍ଲୀ: ହସିବାର ଲାଭ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ପଢିଥିବେ । କିନ୍ତୁ ଆପଣ ଜାଣନ୍ତି କି କାନ୍ଦିବାର ଅନେକ ଲାଭ ମଧ୍ୟ ରହିଛି । ଆଜ୍ଞା ହଁ, କାନ୍ଦିବା ମଧ୍ୟ ମଣିଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେବଳ ତାଙ୍କ ମନକୁ ହାଲୁକା କରେ ନାହିଁ ବରଂ ଶରୀରକୁ ଏହାର ଲାଭ ମଧ୍ୟ ଦେଇଥାଏ । ତେଣୁ ଆସନ୍ତୁ ଜାଣିବା କାନ୍ଦିବା ଦ୍ୱାରା ଜଣେ ବ୍ୟକ୍ତି କ’ଣ ଫାଇଦା ପାଇଥାଏ।
ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ
ଯେତେବେଳେ ଜଣେ ବ୍ୟକ୍ତି ଚାପଗସ୍ତ ଥାଆନ୍ତି, ତାଙ୍କ ଶରୀରରେ ଅନେକ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ । ଯଦି ଏହି ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ନଥାଏ ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । କାନ୍ଦିବା ଦ୍ୱାରା ଶରୀରରୁ ଏହି ବିଷାକ୍ତ ପଦାର୍ଥ ଧୀରେ ଧୀରେ ନିର୍ଗତ ହୁଏ ଏବଂ ମଣିଷର ଚାପ ମଧ୍ୟ କମିଯାଏ ।
Also Read: ଜାଣନ୍ତୁ ଆଜିର ରାଶିଫଳ
ଏକ ଅଧ୍ୟୟନରୁ ଜଣାପଡିଛି ଯେ କାନ୍ଦିବା (Crying) ପରେ ନିଦ୍ରା ଭଲ ହୁଏ। ବାସ୍ତବରେ କାନ୍ଦିବା ଦ୍ୱାରା ବ୍ୟକ୍ତି ମନ ଶାନ୍ତ ହୋଇଥାଏ ଏବଂ ସେ ସେହି ବ୍ୟକ୍ତି ବିଶେଷଙ୍କୁ ଭଲ ନିଦ ହୋଇଥାଏ । ବିଶେଷ କରି ପିଲା ମାନଙ୍କଠାରେ ଏହି ଲକ୍ଷଣ ଦେଖାଯାଏ ଯେ, ସେମାନେ ଜୋରସୋରରେ କାନ୍ଦିବା ପରେ ଶୋଇପଡ଼ନ୍ତି ।
ଯେତେବେଳେ ବି ଜଣେ ବ୍ୟକ୍ତି ଚାପଗ୍ରସ୍ତ ହୁଏ, ସେ ବହୁତ ଭାରି ଅନୁଭବ କରନ୍ତି । ଯଦି ଜଣେ ବ୍ୟକ୍ତି ଏହି ପରିସ୍ଥିତିରେ କାନ୍ଦନ୍ତି, ତେବେ ବ୍ୟକ୍ତି ହାଲୁକା ଅନୁଭବ କରନ୍ତି ଏବଂ ତାଙ୍କର ଚାପ ମଧ୍ୟ ଶେଷ ହୁଏ । ଏହା ସହିତ ଏହା ଆପଣଙ୍କ ଶରୀରରେ ଅକ୍ସିଟୋସିନ୍ ଏବଂ ଏଣ୍ଡୋରଫିନ୍ ନାମକ ଏକ ରାସାୟନିକ ପଦାର୍ଥ ମଧ୍ୟ ଛାଡିଥାଏ, ଯାହା ମଣିଷର ମନୋବଳକୁ ଉନ୍ନତ କରିଥାଏ ।
ପ୍ରଦୂଷଣ (Pollution) ବୃଦ୍ଧି ଏବଂ ଟେକ୍ନୋଲୋଜି (Technology) ର ବ୍ୟବହାର ମଧ୍ୟ ଆମ ଆଖି ଉପରେ ପ୍ରଭାବ ପକାଉଛି। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି କାନ୍ଦନ୍ତି, ତେବେ ପ୍ରଦୂଷଣର ପ୍ରଭାବ ତାଙ୍କ ଆଖିରୁ ଶେଷ ହୁଏ ଏବଂ ଆଖି ସ୍ପଷ୍ଟ ହୋଇଯାଏ । ଆହୁରି ମଧ୍ୟ, ଆଖିରେ ତରଳତା ଅଛି, ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।