ରାଶି ଅନୁସାରେ ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ।
Trending Photos
ମେଷ-ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।
ବୃଷ- ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍ଉପଯୋଗ କରିବେ । ଆୟ ବ୍ୟୟ ସମାନ ରହିବ । ପ୍ରିୟଜନଙ୍କ ସହ ମନାନ୍ତର ମତାନ୍ତର ଦେଖାଦେବ ।
ମିଥୁନ- ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।
କର୍କଟ- ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ବିବାଦୀୟ ଘଟଣାର ଅବସାନ ଘଟିବ ।
ସିଂହ- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା- ଦେହ ଓ ମନ ଭଲ ରହିବ । ଉଚ୍ଚ ସମ୍ମାନ ଲାଭ କରିବେ । ଅବସର ସମୟର ସଠିକ୍ ଉପଯୋଗ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ ।
ତୁଳା- ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଜ୍ଞାତି ପରିଜନଙ୍କ ଗହଣରେ ଦିନ କାଟିବେ ।
ବିଛା- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।
ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।
ମକର- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।
କୁମ୍ଭ- ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ।
ମୀନ-ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ କୁଚକ୍ରାନ୍ତର ଶିକାର ହେବେ । ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ।