ଭାରତରେ ବହୁତ ଲୋକେ ଅଛନ୍ତି ଯାହାଙ୍କ ପାଇଁ ଚା ଏକ ପାନୀୟ ନୁହେଁ ଏହା ଏକ ଇମୋସନ୍ । ଜଳ ପରେ ଦେଶରେ ଚା ସର୍ବାଧିକ ପିଇବା ପାନୀୟ ଅଟେ । ଲୋକେ ସକାଳେ ଜଳଖିଆ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାକୁ ପିଇବାକୁ ପସନ୍ଦ କରିଥାଆନ୍ତି । ଚା ସହିତ ବିସ୍କୁଟ,ଅନେକ ଜଳଖିଆ ଖାଇବା ପାଇଁ  ସମସ୍ତେ ପସନ୍ଦ କରିଥାଆନ୍ତି କିନ୍ତୁ କିଛି ଲୋକେ ଚା ସହ ପାଉଁରୁଟି ଖାଇବା ମଧ୍ୟ ପସନ୍ଦ କରିଥାଆନ୍ତି । ଯଦି ଓ ଚା ଅଧିକ ପିଇବା ଦ୍ବାରା କ୍ଷତି କରିଥାଏ ତେବେ ଏହା ସହ ଆପଣ ପାଉଁରୁଟି ଖାଇବା ତାହା ଠାରୁ ଅଧିକ କ୍ଷତି କରିଥାଏ । କାରଣ ଏକା ସହ ଚା-ପାଉଁରୁଟି ଖାଇବା ଦ୍ବାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଛି । 


COMMERCIAL BREAK
SCROLL TO CONTINUE READING

Also Read ; ଆଜି ଠାରୁ ମନ ଭରି ହସିବା ଆରମ୍ଭ କରି ଦିଅନ୍ତୁ,ମିଳିବ ଅନେକ ଉପକାରିତା ଜାଣନ୍ତୁ ହସର ରାମବାଣ


୧- ଯେଉଁ ମାନଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ଚା-ପାଉଁରୁଟି ଖାଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କ ବିପିକୁ ବୃଦ୍ଧି କରିଥାଏ ଯାହା ଅନେକ ସମସ୍ୟା ହେବାର ଆଶଙ୍କା ରହିଛି । 
୨-ଚା-ପାଉଁରୁଟି ଏକାଠି ଖାଇବା ଦ୍ବାରା ପେପ୍ଟିକ୍ ଅଲସର ବା ପେଟରେ ଘା ହେବାର ଆଶଙ୍କା ରହିଛି । ତେଣୁ ଏକାଠି ଚା-ପାଉଁରୁଟି କେବେ ଖାଆନ୍ତୁ ନାହିଁ । କିଛି ଲୋକଙ୍କୁ ତ ଏସିଡିଟି୍ ହେବାର ଆଶଙ୍କା ମଧ୍ୟ ରହଛି । 
୩- ଯଦି ଆପଣ ଚା ସହ ପାଉଁରୁଟି ଖାଇବାକୁ ଭଲ ପାଆନ୍ତି ତେବେ ଏହା ଦ୍ବାରା ଖୁବ ଶୀଘ୍ର ମୋଟାପଣ ହୋଇଥାଏ କାରଣ ୱାଇଟ ବ୍ରେଡରେ ପ୍ରିଜଭେଟିଭ୍ ମିଶାଯାଇଥାଏ ଯାହା ପାଉଁରୁଟି ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିଥାଏ କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହି କାରଣରୁ ପେଟରେ ଖରାପ ପ୍ରଭାବ ପକାଇଥାଏ । 
୪- ଚା-ପାଉଁରୁଟି ମିଶାଇ ଖାଇବା ଦ୍ବାରା ହୃଦରୋଗ ହେବାର ଆଶଙ୍କାକୁ ଅଧିକ ବୃଦ୍ଧି କରିଥାଏ କାରଣ ରକ୍ତରେ ବ୍ୟାଡ୍ କୋଲେଷ୍ଟ୍ରଲ ବୃଦ୍ଧି ହେବାର ଆଶଙ୍କା ରହିଛି । କିଛି ଲୋକଙ୍କୁ ହୃଦଘାତ ହେବାର ସମ୍ଭାବନା ରହିଛି ତେଣୁ ଏପରି ଖାଇବା ଠାରୁ ଦୂରେଇ ରୁହନ୍ତୁ । 
୫- ମଧୁମେହ ରୋଗୀଙ୍କ ପାଇଁ ଚା ଏବଂ ପାଉଁରୁଟି ଏକାଠି ଖାଇବା ଠିକ୍  ନୁହେଁ କାରଣ ଏହା ଇନସୁଲିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ ।