ଆଜି ଠାରୁ ମନ ଭରି ହସିବା ଆରମ୍ଭ କରି ଦିଅନ୍ତୁ,ମିଳିବ ଅନେକ ଉପକାରିତା ଜାଣନ୍ତୁ ହସର ରାମବାଣ
Advertisement
Article Detail0/zeeodisha/odisha1394503

ଆଜି ଠାରୁ ମନ ଭରି ହସିବା ଆରମ୍ଭ କରି ଦିଅନ୍ତୁ,ମିଳିବ ଅନେକ ଉପକାରିତା ଜାଣନ୍ତୁ ହସର ରାମବାଣ

ମନ ଖୋଲି ହସିବା ଆପଣଙ୍କ ଶରୀର ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ହସିବା ଶରୀରରେ ସକରାତ୍ମକ ହରମୋନ ରିଲିଜ କରିଥାଏ ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ ।

ଆଜି ଠାରୁ ମନ ଭରି ହସିବା ଆରମ୍ଭ କରି ଦିଅନ୍ତୁ,ମିଳିବ ଅନେକ ଉପକାରିତା ଜାଣନ୍ତୁ ହସର ରାମବାଣ

ହସିବା କିମ୍ବା ଖୋଲାଖୋଲି ହସିବା ଦ୍ବାରା ଘରର ପରିବେଶ ଭଲ ରହିଥାଏ । ସେହିପରି କଣ ଆପଣଙ୍କୁ ଜଣା କି ମନ ଭରି ଖୁସି ହେବା ଆଉ ହସିବା ଆପଣଙ୍କ ଶରୀର ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ହସିବା ଶରୀରରେ ସକରାତ୍ମକ ହରମୋନ ରିଲିଜ ହୋଇଥାଏ ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ । ଅନ୍ୟପଟେ ଯଦି ଆପଣ ସବୁ ବେଳେ ହସୁଛନ୍ତି ତେବେ ଆପଣଙ୍କ ମନୋବଳ ଭଲ ରହେ ,ଆପଣ ଅନେକ ପ୍ରକାରର ଶରୀର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏପରି ସ୍ଥିତିରେ ଆମେ ଆପଣଙ୍କୁ ଜଣାଇବୁ କି ହସିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆଉ ଏହାର ଦ୍ବାରା ଆପଣଙ୍କୁ କଣ କଣ ଲାଭ ମିଳିଥାଏ ।

ମନ ଭରି ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ-
୧- ଯନ୍ତ୍ରଣାରୁ ଦିଏ ମୁକ୍ତି- ଯଦି ଆପଣ ସ୍ପଣ୍ଡିଲାଇଟିସ୍  କିମ୍ବା ପିଠି ଯନ୍ତ୍ରଣା ଭୋଗୁଛନ୍ତି ତେବେ ମନଭରି ହସିବା ଦ୍ବାରା ଆପଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । କେବଳ ଏତିକି ନୁହେଁ ଯଦି ଆପଣ ୧୦ ମିନିଟ୍ ପାଇଁ ହସୁଥିବେ ତେବେ ଆପଣ କିଛି ଘଣ୍ଟା ପାଇଁ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । 
୨-ରକ୍ତଚାପ କମ୍ କରିଥାଏ- ଯେଉଁମାନେ ପ୍ରତ୍ୟେକ ଦିନ ହସିଥାଆନ୍ତି ବା ମନ ଭରି ହସି ଥାଆନ୍ତି ତେବେ ତାଙ୍କ ବିପି ନିୟନ୍ତ୍ରଣ ରହିଥାଏ । ଏହାର କାରଣ ହେଉଛି ହସିବା ଦ୍ବାରା ରକ୍ତ ନଳୀର ପ୍ରଭାହ ଉନ୍ନତ ହୋଇଥାଏ ଏବଂ ଶରୀରର ବିପି ନିୟନ୍ତ୍ରଣରେ ରହିଥାଏ ଏହା ସହ ଆପଣଙ୍କ ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ । 

Also Read ; ଗାଈର ଘିଅ ନା ମଇଁଷି ଘିଅ ଖାଇବା ଲାଭଦାୟକ ? ଜାଣନ୍ତୁ କଣ କହୁଛନ୍ତି ଡାଏଟିସିଆନ୍
୩- ଅବସାଦରୁ ମିଳେ ମୁକ୍ତି- ସମସ୍ତଙ୍କୁ ଜଣା କି ହସିବା ଦ୍ବାରା ଆପଣଙ୍କ ମୁଡ ଠିକ୍ ରହିଥାଏ । ଏହାର କାରଣ ହେଉଛି ହସିବା ଦ୍ବାରା ଶରୀରରେ ଅଧିକ ମେଲାଟୋନିନ୍ ଉତ୍ପାଦନ ହୋଇଥାଏ ଯେଉଁ କାରଣରୁ ଭଲ ନିଦ ଆସିଥାଏ । ଯେଉଁ କାରଣରୁ ଅବସାଦର ଶିକାର ହୋଇ ନଥାଆନ୍ତି । 
୪-ମନୋବଳ ପରିବର୍ତ୍ତନ କରିଥାଏ- ହସିବା ସମୟରେ ଶରୀରରେ ଏଣ୍ଡୋରଫିନ୍ ନାମକ ହରମୋନ ଉତ୍ପନ୍ନ ହୋଇଥାଏ ଯାହା ଶରୀରକୁ ସୁଖଦ ଅନୁଭବ କରିଥାଏ । ଯେଉଁ କାରଣରୁ ଆପଣଙ୍କ ମୁଡ ଭଲ ରହିଥାଏ । ଏଥିପାଇଁ ଆପଣ ଯଦି ଦୁଃଖି ରହୁଛନ୍ତି ତେବେ ଆଜିଠାରୁ ନିଜେ ମନଭରି ହସିବା ଆରମ୍ଭ କରି ଦିଅନ୍ତୁ ।