IAS village, ଲକ୍ଷ୍ନୌ: ଆଇଏଏସ ଓ ଆଇପିଏସ ହେବାକୁ କିଏ ନଚାହେଁ । ଆଇଏଏସ ଓ ଆଇପିଏସ ହେବା ଗର୍ବର କଥା। ଯଦି କେହି ଜଣେ ଆଇଏଏସ ହୋଇଯାଏ ତେବେ ତାଙ୍କ ଚର୍ଚ୍ଚା ପୂରା ସହର ସାରା ଲାଗିରହେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ପରୀକ୍ଷା ଦିଅନ୍ତି ଆଉ ନିଜର ପ୍ରସ୍ତୁତି କରନ୍ତି ହେଲେ ଭାଗ୍ୟ ଓ ପରିଶ୍ରମ ଦ୍ୱାରା ମିଳିଥାଏ ଏହି ପଦବୀ । ସିଲେକ୍ସନ ବହୁ ଭାବିଚିନ୍ତି ମଧ୍ୟ କରାଯାଏ । ସେହିଭଳି ନିଜ ଜିଲ୍ଲାରେ ଆଇଏଏସ୍ କିମ୍ବା ଆଇପିଏସ୍ ରାଙ୍କ ଅଫିସର ହେବା ଏକ ଗୌରବର କଥା । ହେଲେ ଆପଣ ଜାଣନ୍ତି କି, ଉତ୍ତର ପ୍ରଦେଶରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଜଣେ ନୁହେଁ ବରଂ ୫୧ IAS-IPS ଅଧିକାରୀ ଅଛନ୍ତି । ଆଉ ଖାସ ଏଥିପାଇଁ ଏହି ଗାଁକୁ ଅଫିସରଙ୍କ ଫ୍ୟାକ୍ଟ୍ରି ବୋଲି କୁହାଯାଏ ।


COMMERCIAL BREAK
SCROLL TO CONTINUE READING

ଅଫିସରଙ୍କ ଫ୍ୟାକ୍ଟ୍ରି ବୋଲି କୁହାଯାଉଥିବା ଏହି ଗାଁ ୟୁପିର ଜୋନପୁର ଜିଲ୍ଲାରେ ରହିଅଛି । ଏହି ଗାଁର ନାମ ହେଉଛି ମାଧୋପାଟ୍ଟି, ଯାହା ଦେଶକୁ IAS ଏବଂ IPS ପରି ବଡ ଅଧିକାରୀ ଦେଇଛି । ମାଧୋପାଟୀ ବର୍ତ୍ତମାନ ବିକଶିତ ହୋଇ ନଗର ପଞ୍ଚାୟତ ବର୍ଗରେ ଆସିଛି। ବିକାଶ ହୁଏତ ହୋଇଥାଇପାରେ କିନ୍ତୁ ଆଜି ବି ଗାଁର ଜନସଂଖ୍ୟା (Population) ଏବଂ କ୍ଷେତ୍ର ବହୁତ କମ୍ ଅଟେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।


Also Read: 

ମାଧୋପାଟୀରେ ସମୁଦାୟ ୫୧ ଜଣ ଏହି ବଡ଼ ଅଫିସର ଅଛନ୍ତି ଯେଉଁମାନେ ଉଚ୍ଚ ପଦବୀରେ ଅଛନ୍ତି। ମାଧୋପାଟୀରେ ୪୫ ଜଣ ଅଛନ୍ତି ଯେଉଁମାନେ IAS, PCS ଏବଂ PBS ପରି ସିଭିଲ ସର୍ଭିସ ପୋଷ୍ଟରେ ଅଛନ୍ତି । କେବଳ ଏତିକି ନୁହେଁ, ମାଧୋପାଟୀରେ ଭାୱା ଏବଂ ISRO ପରି ପ୍ରତିଷ୍ଠିତ ସ୍ଥାନ ମାନଙ୍କରେ ସମ୍ମାନଜନକ ଭାବେ ଭଲ ପଦବୀରେ କାମ କରୁଛନ୍ତି । ଏଥି ସହିତ ବିଶ୍ୱବ୍ୟାଙ୍କରେ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ ମାଧୋପାଟୀରେ ବସବାସ କରନ୍ତି। ମାଧୋପାଟୀର ଲୋକମାନେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରଦୂତ ପର୍ଯ୍ୟନ୍ତ ବଡ ଓ ସମ୍ମାନଜନକ ପଦବୀରେ ରହିଛନ୍ତି।


ବିଶେଷ କଥା ହେଉଛି ମାଧୋପାଟୀ ଗାଁରେ ଲୋକଙ୍କ ସଂଖ୍ୟା ବହୁତ କମ୍ । ଏଠାରେ ସମୁଦାୟ ୭୫ଟି ଘର ଅଛି  ଏତେ ଛୋଟ ସ୍ଥାନରୁ ଆମ ଦେଶ ଏତେ ସଂଖ୍ୟକ ଅଧିକାରୀ ପାଇବା ଏକ ବଡ କଥା। ମାଧୋପାଟୀରେ ଉଚ୍ଚ ପଦବୀରେ ଥିବା ଲୋକଙ୍କ ସଂଖ୍ୟା ହେଉଛି ୫୧, ଯାହା ଗାଁର ମୋଟ ଘରର ପ୍ରାୟ ୭୦ ପ୍ରତିଶତ ଅଟେ। ଏହି ଛୋଟ ଗାଁ UPSC ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଏକ ପ୍ରେରଣା ହୋଇପାରେ । ୧୯୫୨ ମସିହାରୁ ହିଁ ଆରମ୍ଭ ହୋଇଥିଲା ଏହି ଗାଁରୁ UPSC ଅଧିକାରୀ ବାହାରିବା।  ଚଳିତ ବର୍ଷ ଗାଁର ଡକ୍ଟର ଇନ୍ଦୁପ୍ରକାଶ UPSC ରେ ଦ୍ୱିତୀୟ ପଦବୀ ହାସଲ କରିଛନ୍ତି। ଏହା ପରେ ଡକ୍ଟର ଇନ୍ଦୁପ୍ରକାଶଙ୍କ ଚାରି ଭାଇ ମଧ୍ୟ ଆଇଏଏସ୍ ଅଧିକାରୀ ହୋଇଛନ୍ତି।


Also Read: Car run over woman: ମାଲିକିଆଣୀ ଉପରେ ତିନି ଥର ଚଢ଼ିଗଲା ଡ୍ରାଇଭର ବିହୀନ ଗାଡ଼ି


ଏହାପରେ ୧୯୫୫ ମସିହାରେ ବିନୟ କୁମାର ସିଂ ଗାଁରୁ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ବିହାର ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିବାର ବିନୟ କୁମାର ସିଂ ଅଧିକାରୀ ପାଲଟିଥିଲେ। ମାଧୋପାଟୀର ମହିଳାମାନେ ମଧ୍ୟ ବହୁତ ଆଗରେ ଅଛନ୍ତି। ୧୯୮୦ ରେ ଆଶା ସିଂ ଏହି ଗାଁର ଜଣେ ଅଧିକାରୀ ହୋଇଥିଲେ। ଏହା ପରେ ୧୯୮୨ ରେ ଉଷା ସିଂ ଏବଂ ୧୯୮୩ ରେ ଇନ୍ଦୁ ସିଂ ଜଣେ ଅଧିକାରୀ ଭାବରେ ତାଙ୍କ ନାମ UPSC କାଟାଗୋରୀରେ ସାମିଲ କରିଥିଲେ।