Car run over woman: ମାଲିକିଆଣୀ ଉପରେ ତିନି ଥର ଚଢ଼ିଗଲା ଡ୍ରାଇଭର ବିହୀନ ଗାଡ଼ି
Advertisement

Car run over woman: ମାଲିକିଆଣୀ ଉପରେ ତିନି ଥର ଚଢ଼ିଗଲା ଡ୍ରାଇଭର ବିହୀନ ଗାଡ଼ି

Driverless car run over woman: ଦୁଇ ଥର ଗାଡି ମଡାଇବା ପରେ ମହିଳା ଗୁରୁତର ହୋଇ ସେହିଭଳି ରାସ୍ତାରେ ପଡିଥିଲେ। ହେଲେ କିଛି ବାଟ ଆଗକୁ ଗଲା ପରେ ଗାଡି ପୁଣି ଥରେ ପଛକୁ ଫେରିଥିଲା ଓ ତୃତୀୟ ଥର ପାଇଁ ତାଙ୍କ ଉପରେ ମାଡିଯାଇଥିଲା। ସେ ଗାଡିର ଇଞ୍ଜିନ ବନ୍ଦ କରିବା ସହ ହ୍ୟାଣ୍ଡବ୍ରେକ ଲଗାଇବାକୁ ଭୁଲି ଯାଇଥିଲେ।

Car run over woman: ମାଲିକିଆଣୀ ଉପରେ ତିନି ଥର ଚଢ଼ିଗଲା ଡ୍ରାଇଭର ବିହୀନ ଗାଡ଼ି

Driverless car run over woman, ବେର୍ଣ୍ଣ: ମାଲିକିଆଣୀ ଉପରେ ଚଢିଗଲା ଡ୍ରାଇଭର ବିହୀନ କାର। ଥରେ କି ଦୁଇଥର ନୁହଁ ତିନି ତିନି ଥର ଉପରେ ମାଡିଗଲା। ଏଭଳି ଏକ ଅଘଟଣ ସ୍ୱିଜରଲାଣ୍ଡର ସେଣ୍ଟ ଗେଲେନ ନାମକ ସହରରେ ଘଟିଛି। ତେବେ ୪୫ ବର୍ଷିୟ ମହିଳାଙ୍କ ଅନୁରୋଧ କ୍ରମେ ତାଙ୍କ ନାମ ଗୋପନ ରଖାଯାଇଛି। ତେବେ ମହିଳା ଜଣକ ବେପରୁଆ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି। କାରଣ ସେ ଗାଡିକୁ ପାର୍କ କରିବା ପରେ ଇଂଜିନ ବନ୍ଦ କରିନଥିଲେ।

ମିଡିଆ ରିପୋର୍ଟ ଅନୁସାରେ, ମହିଳା ଜଣକ ସ୍ୱିଜରଲାଣ୍ଡର ସେଣ୍ଟ ଗେଲେନ ନାମକ ସହରର ଏକ ଜନବସତି ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ଗଡାଣିଆ ସ୍ଥାନରେ ଗାଡିକୁ ପାର୍କ କରି ତଳକୁ ଓହ୍ଲାଇଥିଲେ। କିନ୍ତୁ ସେ ଗାଡିର ଇଞ୍ଜିନ ବନ୍ଦ କରିବା ସହ ହ୍ୟାଣ୍ଡବ୍ରେକ ଲଗାଇବାକୁ ଭୁଲି ଯାଇଥିଲେ। ଫଳରେ ହଠାତ ଗାଡିଟି ଫଛକୁ ଗଡିବା ଆରମ୍ଭ କଲା, ଆଉ ନିଜ ମାଲିକିଆଣୀ ଉପରେ ଚଢିଗଲା। ଏହା ପରେ ଆଗକୁ ଯାଇ ଆଉ ଏକ ଠିଆ ହୋଇଥିବା ଗାଡି ସହ ଧକ୍କା ହୋଇ ପୁଣି ଫେସି ଆସି ମହିଳାଙ୍କ ଉପରେ ଦ୍ୱିତୀୟ ଥର ପାଇଁ ମାଡିଗଲା। 

Also Read: Dhamnagar Bypoll Results: ହୃଦଘାତରେ ସ୍ୱାଧିନ ପ୍ରାର୍ଥୀ ରାଜୁ ଦାସଙ୍କ ଭାତୃ ବିୟୋଗ

ଦୁଇ ଥର ଗାଡି ମଡାଇବା ପରେ ମହିଳା ଗୁରୁତର ହୋଇ ସେହିଭଳି ରାସ୍ତାରେ ପଡିଥିଲେ। ହେଲେ କିଛି ବାଟ ଆଗକୁ ଗଲା ପରେ ଗାଡି ପୁଣି ଥରେ ପଛକୁ ଫେରିଥିଲା ଓ ତୃତୀୟ ଥର ପାଇଁ ତାଙ୍କ ଉପରେ ମାଡିଯାଇଥିଲା। କୌଣସି ପ୍ରକାରେ ଗାଡିକୁ ନିୟନ୍ତ୍ରଣ କରି ସ୍ଥାନୀୟ ଲୋକ ଗୁରୁତର ମହିଳାଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତ ଶୁକ୍ରବାର ଏହି ଅଭାବନୀୟ ଘଟଣା ଘଟିଥିବା ସ୍ୱିସ୍ ପୋଲିସ କହିଛି।

ଏହି ଭଳି ଏକ ଘଟଣା ୨୦୨୦ ସେପ୍ଟେମ୍ବରରେ ଘଟିଥିଲା। Gordon Phillip Moxon ନାମକ ଜଣେ ୬୫ ବର୍ଷିୟ ନିଜ ଟ୍ରକ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଡେରବିସାଇର ଅଞ୍ଚଳରେ ହ୍ୟାଣ୍ଡ ବ୍ରେକ୍ ନ ଲଗାଇବାରୁ ଟ୍ରକ ଗଡି ଗଡି ଫିଲିପଙ୍କ ଉପରେ ଚଢିଯାଇଥିଲା। ଫଳରେ ଫିଲିପଙ୍କ ପଞ୍ଜରା ଓ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା। ଏହା ବ୍ୟତୀତ ତାଙ୍କ କଲିଜା ମଧ୍ୟ ନଷ୍ଟ ହୋଇଯାଇଥିଲା। ତେବେ ଦୀର୍ଘ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଗତ ବର୍ଷ ଫିଲିପଙ୍କ ମୃତ୍ୟୁ ହୋଇଛି।