ନୂଆଦିଲ୍ଲୀ: ବ୍ୟସ୍ତମୟ ଜୀବନରେ ଆଜିକାଲି ପୁଅ ହେଉ ଅବା ଝିଅ ଏପରି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଯାହାକୁ ସେମାନେ ସହଜରେ ପିନ୍ଧି ଅଧିକ ସମୟ ରହିପାରିବେ । ତେବେ ଜିନ୍ସ (Jeans) ଅପେକ୍ଷା କ’ଣ ଭଲ ହୋଇପାରେ? ଜିନ୍ସ ଏପରି ଏକ ପୋଷାକ ଯାହାକୁ ଆପଣ ଟପ୍, କୁର୍ତ୍ତୀ, ସାର୍ଟ ସହ ପିନ୍ଧି ପାରିବେ । ଆଜିକାଲି ଅଧିକାଂଶ ଝିଅ ଅନ୍ୟ ପୋଷାକ ଅପେକ୍ଷା ଜିନ୍ସକୁ ଅଧିକ ଗୁରୁତ୍ୱ ଦିଅନ୍ତି ଓ ପ୍ରାୟତଃ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି ।


COMMERCIAL BREAK
SCROLL TO CONTINUE READING

ଜିନ୍ସ ପିନ୍ଧୁଥିବା ଲୋକଙ୍କ ନଜର ନିଶ୍ଚୟ କେବେ ନା କେବେ ଚେନର ସେହି ଜିନିଷ ଉପରକୁ ପଡ଼ିଥିବ ଯେଉଁଥିରେ 'YKK'ଲେଖା ହୋଇଛି । କିଛି ଜିନିଷ ଅଛି ଯାହାକୁ ଦେଖିବା ପରେ ମଧ୍ୟ ଆମେ ଅଣଦେଖା କରିଥାଉ । ଚେନରେ 'YKK' ଲେଖା ଉପରେ ଆମର ଧ୍ୟାନ ନିଶ୍ଚିତ ଭାବରେ ଯାଇଥିବ କିନ୍ତୁ ବୋଧହୁଏ ଆମକୁ ଏହା ବିଷୟରେ ଜାଣିବାର ଆବଶ୍ୟକତା କେବେ ପଡ଼ିନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜିନ୍ସ ଚେନ୍ ଉପରେ କାହିଁକି 'YKK' ଲେଖା ହୋଇଥାଏ?


ଏଠାରେ କହି ରଖୁଛୁ ଯେ, 'YKK' ର ଫୁଲଫର୍ମ ହେଉଛି Yoshida Kōgyō Kabushikigaisha' । ଏହା ଦୁନିଆର ପ୍ରଥମ ଓ ସର୍ବ ପୁରାତନ ଚେନ୍ ଉତ୍ପାଦନକାରୀ କମ୍ପାନୀ । ଏହି ଚେନ୍ କମ୍ପାନୀ (Zip Company) ୭୧ଟି ଦେଶରେ ବ୍ୟାପିଛି ଯେଉଁଥିରେ ଭାରତ ମଧ୍ୟ ସାମିଲ ରହିଛି । ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ସମଗ୍ର ବିଶ୍ୱରେ ଅଧାରୁ ଅଧିକ ଚେନ୍ ଏହି କମ୍ପାନୀ ଦ୍ୱାରା ନିର୍ମିତ ହୋଇଥାଏ । 'YKK' କେବଳ ଜିନ୍ସ୍ର ଚେନ ଉତ୍ପାଦନ କରେ ନାହିଁ, ବରଂ ପୋଷାକ ଠାରୁ ଆରମ୍ଭ କରି ବ୍ୟାଗରେ ଲାଗୁଥିବା ଚେନ୍ ପର୍ଯ୍ୟନ୍ତ ଏହି କମ୍ପାନୀରେ ତିଆରି ହୋଇଥାଏ । YKK ର ବୃହତ୍ତମ ପ୍ଲାଣ୍ଟ ଆମେରିକା (America) ର ଜର୍ଜିଆ (Georgia) ରେ ଅଛି । କୁହାଯାଏ ଯେ ଏଠାରେ ପ୍ରତିଦିନ ପ୍ରାୟ ୭୦ ଲକ୍ଷ ଜିପ୍ ବା ଚେନ୍ ତିଆରି ହୋଇଥାଏ ।


ଏହା ବି ପଢ଼ନ୍ତୁ:-ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ


ଏହା ବି ପଢ଼ନ୍ତୁ:-ଏହି ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ ହାର୍ଦ୍ଦିକ! ବର୍ତ୍ତମାନ ନିର୍ବାଚନରେ ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ


ଏହା ବି ପଢ଼ନ୍ତୁ:-ପୁଣି ଆମେରିକା ସମେତ ସାରା ଦୁନିଆର ଟେନସନ୍ ବଢ଼ାଇଲେ କିମ୍ ଜଙ୍ଗ


ପ୍ରାୟତଃ ଆମେ ବଡ଼ ବଡ଼ ଜିନିଷ ଉପରେ ଧ୍ୟାନ ଦେଇ ଛୋଟ ଛୋଟ ଜିନିଷକୁ ଅଣଦେଖା କରିଥାଉ, କିନ୍ତୁ ଟଡାଓ ୟୋସିଦା (Tadao Yoshida) ଙ୍କ ଧାରଣା ଏସବୁଠାରୁ ଭିନ୍ନ ଥିଲା । ବୃତ୍ତି ଅନୁଯାୟୀ ଟୋକିଓରେ ଜଣେ ବ୍ୟବସାୟୀ ଥିବା ଟଡାଓ ଏହି କଥା ଚିନ୍ତା କରି ୧୯୩୪ ମସିହାରେ ଏହାକୁ ଆବିଷ୍କାର କରିଥିଲେ । ତାଙ୍କର ଅନନ୍ୟ ଓ ଅଲଗା ଚିନ୍ତାଧାରା ତାଙ୍କୁ କୋଟି କୋଟି ଟଙ୍କାର ମାଲିକ ଏବଂ ଶୀର୍ଷ ବ୍ୟବସାୟୀ କରିଛି ।