ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ
Advertisement

ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ

ଥାନା ପ୍ରଭାରୀ ଶଶିଭୂଷଣ ସିହ୍ନା (Shashibhushan Sinha) ନିଜେ ଜଣେ ମହିଳାଙ୍କଠାରୁ ଥାନା ଭିତରେ ମସାଜ୍ ନେଉଥିବାର ନଜର ଆସିଛନ୍ତି । ଅନ୍ୟ ଜଣେ ଅଭିଯୋଗକାରୀ ମହିଳା ତାଙ୍କ ସାମ୍ନାରେ ଚେୟାରରେ ବସିଛନ୍ତି । ପୋଲିସ ଷ୍ଟେସନରେ ମସାଜ କରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । 

ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ

ପାଟନା: ବିଭିନ୍ନ କାରଣରୁ ବିହାର ପୋଲିସ (Bihar Police) ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ଏକ ଏପରି ମାମଲା ସାମ୍ନାକୁ ଆସିଛି, ଯେଉଁଥିପାଇଁ ବିହାର ପୋଲିସର କାର୍ଯ୍ୟଶୈଳୀକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏପରି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ବିହାର ପୋଲିସ ଗର୍ବ କରିବା ପରିବର୍ତ୍ତେ ଲଜ୍ଜିତ ହେଉଛି । ଥାନା ପ୍ରଭାରୀ ଦ୍ୱାରା ଜଣେ ଅଭିଯୋଗକାରୀ ମହିଳାଙ୍କ ଅସହାୟତାର ଫାଇଦା ଉଠାଇବାର ମାମଲା ସାମ୍ନାକୁ ଆସିଛି । ପୋଲିସ ଷ୍ଟେସନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ମହିଳାଙ୍କୁ ଥାନା ପ୍ରଭାରୀଙ୍କ ଉଲଗ୍ନ ଶରୀରରେ ମସାଜ କରୁଥିବା ଦେଖିବାକୁ ମିଳିଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ଥାନା ପ୍ରଭାରୀ ଏସମସ୍ତ କାର୍ଯ୍ୟ ଥାନା ଭିତରେ ଭିତରେ କରାଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥିସହିତ ପୋଲିସ ଅଧିକାରୀଙ୍କ ଏହି କାର୍ଯ୍ୟ ଦ୍ୱାରା ବିହାର ପୋଲିସର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ ହୋଇଛି ।

ବାସ୍ତବରେ, ବିହାର ପୋଲିସ ନିଜର କାରନାମା ପାଇଁ ସର୍ବଦା ଚର୍ଚ୍ଚା ରହିଥାଏ । ପୋଲିସର ଅନେକ କାର୍ଯ୍ୟ ଭଲ ହୋଇଥିବାବେଳେ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିପାଇଁ ପୋଲିସ ବିଭାଗକୁ ଜବାବ ଦେବା କଷ୍ଟକର ହୋଇପଡ଼େ । ଏପରି ଏକ ମାମଲା ସରସାରୁ ସାମ୍ନାକୁ ଆସିଛି । ଏକ ଭାଇରାଲ ଭିଡିଓରେ ଅଭିଯୋଗ କରିବା ପାଇଁ ଯାଇଥିବା ଜଣେ ମହିଳା ଥାନା ପ୍ରଭାରୀଙ୍କୁ ମାଲିସ (Body Massage) କରୁଥିବାର ଦେଖିବାକୁ ମିଳିଛି ।

ଥାନା ପ୍ରଭାରୀ ଶଶିଭୂଷଣ ସିହ୍ନା (Shashibhushan Sinha) ନିଜେ ଜଣେ ମହିଳାଙ୍କଠାରୁ ଥାନା ଭିତରେ ମସାଜ୍ ନେଉଥିବାର ନଜର ଆସିଛନ୍ତି । ଅନ୍ୟ ଜଣେ ଅଭିଯୋଗକାରୀ ମହିଳା ତାଙ୍କ ସାମ୍ନାରେ ଚେୟାରରେ ବସିଛନ୍ତି । ପୋଲିସ ଷ୍ଟେସନରେ ମସାଜ କରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ ଏହି ଭିଡିଓଟି ୨ ମାସ ପୁରୁଣା । ଭିଡିଓ ସାମ୍ନାକୁ ଆସିବା ପରେ ଏସପି ଲିପି ସିଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି SHO କୁ ନିଲମ୍ୱିତ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଏହି ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ ହାର୍ଦ୍ଦିକ! ବର୍ତ୍ତମାନ ନିର୍ବାଚନରେ ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଏହା ବି ପଢ଼ନ୍ତୁ:-ପୁଣି ଆମେରିକା ସମେତ ସାରା ଦୁନିଆର ଟେନସନ୍ ବଢ଼ାଇଲେ କିମ୍ ଜଙ୍ଗ

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ବି ହୋଇଛି ହିଟଲଙ୍କ ପରି ଭୟଙ୍କର ରୋଗ! ସାମ୍ନାକୁ ଆସିଲା ଭିଡିଓ

କୁହାଯାଉଛି ଯେ, ଯେଉଁ ମହିଳାଙ୍କଠାରୁ ଇନ୍ସପେକ୍ଟର ତେଲ ମାଲିସ କରୁଥିଲେ, ସେ କୌଣସି ମାମଲାର ଅଭିଯୋଗ ପାଇଁ ଥାନାକୁ ଆସିଥିଲେ । ଏହି ସମୟରେ ଇନ୍ସପେକ୍ଟର ଶଶିଭୂଷଣ ସିହ୍ନା ଅସହାୟତାର ସୁଯୋଗ ନେଇ ମହିଳାଙ୍କ ଠାରୁ ମସାଜ୍ ନେଇଥିଲେ । ଏକ ଖବର ମଧ୍ୟ ଅଛି ଯେ ଉକ୍ତ ମହିଳା ଜଣକ ତାଙ୍କ ଭାଇଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଲବି କରିବା ପାଇଁ ପୋଲିସ ଷ୍ଟେସନକୁ ଆସୁଥିଲେ ଓ ଇନ୍ସପେକ୍ଟର ତାଙ୍କ ଅସହାୟତାର ସୁଯୋଗ ନେଇଥିଲେ ।