Vitamin D3 Deficiency Symptoms: ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ ଏକାନ୍ତ ଆବଶ୍ୟକ। ଆମ ଶରୀରରେ ପ୍ରତ୍ୟେକ ଭିଟାମିନର ନିଜସ୍ୱ ଗୁରୁତ୍ୱ ରହିଛି । ଏଭଳି ପରିସ୍ଥିତିରେ ଭିଟାମିନ୍ ଡି ୩ (D3)ର ଅଭାବକୁ ଅଣଦେଖା କରାଯାଇପାରିବ ନାହିଁ । ଭିଟାମିନ୍ ଡି ୩ (D3) ଆମ ଶରୀରକୁ ସୁସ୍ଥ ରଖିବାରେ ବହୁତ୍ ସାହାର୍ଯ୍ୟ କରେ। ଏହା ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ, ଯେତେବେଳେ ଶରୀରରେ ଭିଟାମିନ୍ ଡି୩ (Vitamin D3 Deficiency) ର ଅଭାବ  ଦେଖାଦିଏ। ସେତେବେଳେ ମଣିଷର ବିଭିନ୍ନ ଅଙ୍ଗରେ ଏହା ପରିଲକ୍ଷିତ ହୁଏ।  ଭିଟାମିନ୍ ଡି୩ (Vitamin D3 Deficiency) ର ଅଭାବ ଯୋଗୁଁ ଶରୀରରେ ଆମର ଚିନ୍ତାଧାରା, ମସ୍ତିଷ୍କ କାର୍ଯ୍ୟ, ହରମୋନ୍ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସମସ୍ୟାରେ ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଶରୀରରେ ଭିଟାମିନ୍ ଡି୩ (Vitamin D3 Deficiency)ର ଅଭାବ ହେତୁ ଅନେକ ରୋଗ ମଧ୍ୟ ଦେଖାଦେଇଥାଏ। 


COMMERCIAL BREAK
SCROLL TO CONTINUE READING

Also Read: Gold and Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ନୂଆ ଦର


 ଭିଟାମିନ୍ ଡି-୩ (Vitamin D3 Deficiency) ଅଭାବରେ ଦେଖାଦେଇଥାଏ ଶରୀରରେ ଏହି ସବୁ ଲକ୍ଷଣ:


ଥକ୍କା ଅନୁଭବ ହେବା: ଭିଟାମିନ୍ ଡି-୩ର ଅଭାବ ଆପଣଙ୍କ ଶରୀରରେ ଶକ୍ତି ମେଟାବୋଲିଜିମ୍ ସହିତ ସିଧାସଳଖ ଜଡିତ। ସେଥିପାଇଁ ଶରୀରର ଅଧିକାଂଶ ସମୟରେ ଯନ୍ତ୍ରଣା ଅନୁଭବ ହେବା ସହ ଅଳ୍ପ ବାଟ ଚାଲିଲେ ମଧ୍ୟ ଆପଣଙ୍କୁ ଥକ୍କା ଲାଗେ। 


ମାଂସପେଶୀରେ ଦୁର୍ବଳତା ଅନୁଭବ ହେବା : ସେହିପରି ଶରୀରରେ ଭିଟାମିନ୍ ଡି ୩ (D3)ର ଅଭାବ ଦେଖାଦେଲେ। ମାଂସପେଶୀରେ ମଧ୍ୟ ଦୁର୍ବଳ ହୋଇଥାଏ। ଏହା ସହିତ ଚର୍ମରେ ବିଭିନ୍ନ ପ୍ରକାର କୁଞ୍ଚନ ମଧ୍ୟ ଆସିଥାଏ। କେବଳ ସେତିକି ନୁହେଁ, ଶରୀରରେ ବିଭିନ୍ନ ପ୍ରକାରର ଘାଆ ମଧ୍ୟ ହୋଇଥାଏ। 


ମାନସିକ ଅସୁସ୍ଥତା ବୃଦ୍ଧି: ଶରୀରରେ  ଭିଟାମିନ୍ ଡି ୩ (D3)ର ଅଭାବ ଦେଖାଦେଲେ। ମଣିଷର ମାନସିକ ଅବସାଦରେ ରହିଥାଏ। ମନୋବଳ ଦୁର୍ବଳ ହୋଇଥାଏ । କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଫଳରେ ମଣିଷ ଅଧିକ ଦିନ ଉଦାସିନ ରହିଲେ ଏହା ମସ୍ତିସ୍କ ଉପରେ ପ୍ରଭାବ ପକାଇ ଥାଏ। 


ବାରମ୍ବାର ଅସୁସ୍ଥ ହେବା: ସେହିପରି ଆପଣଙ୍କ  ଶରୀରରେ  ଭିଟାମିନ୍ ଡି ୩ (D3)ର ଅଭାବ ଦେଖାଦେଲେ। ଆପଣ ବାରମ୍ବାର ରୋଗରେ ପଡିବେ। ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ସହିତ ଆପଣ ବାରମ୍ବାର ସଂକ୍ରମଣର ଶିକାର ହୋଇପାରନ୍ତି । ଏହି କାରଣରୁ, ଆପଣ ଦିର୍ଘ ଦିନ ଅସୁସ୍ଥ ରହିବେ। 


ଏହି ସବୁ ଖାଦ୍ୟ ଭିଟାମିନ -ଡି ୩ (D3)ର ଅଭାବକୁ ଦୂର କରିବ: ଶରୀରରକୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡିବ। ଅଣ୍ଡା, ମାଛ, କ୍ଷୀର, କଦଳୀ, ବଟର ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇଲେ ଭିଟାମିନ -ଡି ୩ ର ଅଭାବ ଦୂର ହୋଇପାରିବ। ଏବଂ ଏହା ସହିତ ଆପଣ ସକାଳ ସମୟ କଅଁଳ ଖରାରେ ବସିବା ଦ୍ବାର ଭିଟାମିନ ଡି ମିଳିଥାଏ। ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)