ହସ୍ତରେଖା ଶାସ୍ତ୍ର ଭାରତର ଏର ପୁରାତନ ବିଷୟ। ହାତର ରେଖାକୁ ପଢାଯାଇପାରିବ। ହାତର ଗଠନ ମଧ୍ୟ ଏକ ବଶେଷ ମହତ୍ୱ ରଖିଥାଏ। ହାତର ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଂଶ ଅଛି। ଏଥିରେ ଅଙ୍ଗୁଳି, ପାପୁଲି ଏବଂ ପାପୁଲିର ପଛ ଅଂଶ ଅନ୍ତର୍ଭୁକ୍ତ। ସାଧାରଣ ମଣିଷର ପାପୁଲିରେ ୫ଟି ଅଙ୍ଗୁଳି ଥାଏ। ୪ଟି ଅଙ୍ଗୁଳିରେ ୩ଟି ଲେଖାଏ ଭାଗ ଥିବାବେଳେ ବୁଢା ଅଙ୍ଗୁଳିରେ ମାତ୍ର ୨ଟି ଭାଗ ଥାଏ। ତେବେ ଏହି ଅଙ୍ଗୁଳି ଗୁଡିକର ଗଠନରେ ଆପଣଙ୍କ ଭବିଷ୍ୟତ ଲୁଚି ରହିଥାଏ ବୋଲି ହସ୍ତରେଖା ଶାସ୍ତ୍ର (Hastrekha) ରେ କୁହାଯାଏ।


COMMERCIAL BREAK
SCROLL TO CONTINUE READING

ହସ୍ତରେଖା ଶାସ୍ତ୍ର (palmistry) ଅନୁସାରେ, ଲମ୍ବା ଅଙ୍ଗୁଳି ଚିତ୍ରକଳା ଏବଂ ମସ୍ତିଷ୍କ ସହିତ ଜଡିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାଏ। ଅଙ୍ଗୁଳିର ଉପର ଭାଗ ଯଦି ଲମ୍ବା ଥାଏ ତବେ ତାହା ବୁଦ୍ଧିମତାର ପ୍ରତୀକ। ଏହିପରି ବ୍ୟକ୍ତି ବସି କାର୍ଯ୍ୟ କରନ୍ତି ଏବଂ ନିଜ ଭିତରେ ଆନନ୍ଦିତ ହୋଇଥାନ୍ତି। ସେମାନେ ଛୋଟ ଦଳର ମଧ୍ୟ ନେତୃତ୍ୱ ନେଇପାରନ୍ତି। କିନ୍ତୁ ବହୁ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ସେମାନଙ୍କ ପାଇଁ କଷ୍ଟକର।


Also Read: ନପୁଂସକ କରୁଛି ପ୍ରଦୂଷଣ! ଛୋଟ ହେଉଛି ପୁରୁଷଙ୍କ ଯୌନାଙ୍ଗ


ବୁଢା ଅଙ୍ଗୁଳି (Thumb) ର ପ୍ରଥମ ଭାଗ ଦୃଢ ମସ୍ତିଷ୍କର ସଙ୍କେତ। ଯେଉଁ ବ୍ୟକ୍ତିଙ୍କ ବୁଢା ଅଙ୍ଗୁଳିର ଉପର ଭାଗ ବଡ ଥାଏ ସେ ନିଷ୍ଠାପର, ସଙ୍କଳ୍ପବାନ ଅଟନ୍ତି। ଏପରିକି ସଂଘର୍ଷ ବେଳେ ସେମାନେ ବହୁତ କମ ବୁଝାମଣା କରନ୍ତି। ଅଙ୍ଗୁଳିର ମଧ୍ୟମ ଅଂଶ ତର୍କଶୀଳ ଏବଂ ଶାରୀରିକ ଗତିବିଧିକୁ ଗୁରୁତ୍ୱ ଦେଇଥାଏ। ଯେଉଁମାନଙ୍କ ହାକର ଗଠନ ଏଭଳି ହୋଇଥାଏ, ସେମାନେ ବ୍ୟବହାରରେ ଦକ୍ଷ ଏବଂ ଭଲ ବନ୍ଧୁ ହୋଇଥାନ୍ତି।


ଅଙ୍ଗୁଳିର (fingers) ସର୍ବନିମ୍ନ ଭାଗ ମୋଟା ଥିଲେ ତାହା ଉତ୍ତମ ସ୍ୱାସ୍ଥ୍ୟର ସୂଚକ। ଏହିପରି ଲୋକମାନେ ପୂର୍ଣ୍ଣ ଉତ୍ସାହ ସହିତ ଜୀବନଯାପନ କରନ୍ତି। ଏନମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ପସନ୍ଦ କରନ୍ତି। ଲମ୍ବା ଆଙ୍ଗୁଠି ଥିବା ବ୍ୟକ୍ତିଙ୍କୁ ସାମାଜିକ ପ୍ରତିଷ୍ଠା ଏବଂ ଖ୍ୟାତି ଅର୍ଜନ ହୁଏ। ଏହିପରି ବ୍ୟକ୍ତି ଦାର୍ଶନିକ ହୁଅନ୍ତି। ସମାଜ ଏବଂ ବ୍ୟକ୍ତି ପ୍ରତି ସେମାନଙ୍କର ମନୋଭାବ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ।