)
ନୂଆଦିଲ୍ଲୀ: ଭୟଭଙ୍କର ହେଉଛି ବାୟୁ ପ୍ରଦୂଷଣର ପରିଣାମ। ଏହା କେବଳ ଯେ ପରିବେଶ ସନ୍ତୁଳନ ବିଗାଡୁଛି ତାହା ନୁହେଁ ମଣିଷର ଶରୀର ଏବଂ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି। ବାୟୁ ପ୍ରଦୂଷଣ ଯୋଗୁଁ ପୁରୁଷର ଯୌନାଙ୍ଗ ଛୋଟ ହେଉଥିବା ବେଳେ ମହିଳାଙ୍କ ପ୍ରଜନନ କ୍ଷେମତା ହ୍ରାସ ପାଉଛି। ଯାହାର ପ୍ରମାଣ ବୈଜ୍ଞନୀକଙ୍କ ନୂଆ ଗବେଷଣାରୁ ଜଣା ପଡିଛି।
ନିକଟରେ Dr Shanna Swanଙ୍କ Countdown ନାମକ ଏକ ପୁସ୍ତକ ପ୍ରକାଶ ପାଇଛି। ଏଥିରେ ବାୟୂ ପ୍ରଦୁଷଣ ଯୋଗୁଁ ମଣିଷ ଶରୀରର ପରିବର୍ତ୍ତନ ଓ phthalate syndrome ଉପରେ କରାଯାଇଥିବା ଗବେଷଣାର ରିପୋର୍ଟ ଅଛି। Dr Shanna ବିଶେଷ କରି ଆଧୁନିକ ଯୁଗରେ ପୁରୁଷଙ୍କ ବୀର୍ଜ କୀଟଙ୍କ ସଂଖ୍ୟା, ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍କରେ ଆସୁଥିବା ପରିବର୍ତ୍ତନ ଉପରେ ଗବେଷଣା କରିଛନ୍ତି।
Also Read: 'ଭଗବାନ' ଓ 'କାଞ୍ଜି ଲାଲ'ଙ୍କୁ କୋରୋନା
ପ୍ରଥମେ ମୂଷାଙ୍କ ଦେହରେ phthalates ନାମକ ରସାୟନର ପ୍ରୟୋଗ କରାଯାଇଥିଲା। ଏଥିରେ ଅଣ୍ଡିରା ମୂଷାଙ୍କ ଲିଙ୍ଗ ଛୋଟ ହେଉଥିବା ବେଳେ ମାଇ ମୂଷାଙ୍କ ଗର୍ଭଧାରଣ କ୍ଷମତା ହ୍ରାସ ପାଉଥିଲା। ଆଉ ଏହି ଗବେଷଣା ମଣିଷଙ୍କ ଉପରେ କରାଯିବାରୁ ଠିକ୍ ମୂଷାଙ୍କ ପରି ଅନୁରୁପ ରିପୋର୍ଟ ଆସିଲା। ଧିରେ ଧିରେ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଥିବା ବେଳେ ନବଜାତଙ୍କ ଲିଙ୍ଗର ଆଗାର ଛୋଟ ଛୋଟ ଥିଲା ବୋଲି Dr Shanna ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
phthalates ନାମକ ରସାୟନକୁ ଶିଳ୍ପ ଉଦ୍ୟୋଗରେ ବ୍ୟବହାର କରାଯାଏ। Dr Shannaଙ୍କ ଗବେଷଣା ଅନୁସାରେ ଏହା ମଣିଷଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। phthalatesକୁ ପ୍ଲାଷ୍ଟିକ ନିର୍ମାଣରେ ବ୍ୟବହାର କରାଯାଏ। କଳକାରଖାନାରୁ ନିର୍ଗତ ଧୂଆଁ ଓ ପ୍ଲାଷ୍ଟିକ ସାମଗ୍ରୀ ମାଧ୍ୟମରେ ଏହି ରସାୟନ ଆମ ଶରୀରକୁ ଯାଏ। ନେଲ୍ ପଲିସ, ସ୍ପ୍ରେ, ସାମ୍ପୁ, ସାବୁନ ପରି ପ୍ରସାଧନ ସାମଗ୍ରୀରେ ମଧ୍ୟ phthalates ବ୍ୟବହୃତ ହୁଏ। Dr Shannaଙ୍କ ଏହି ଗବେଷଣାର ରିପୋର୍ଟ ମେଡିକାଲ ନ୍ୟୁଜ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହୋଇଛି।
ପୁରୁଷଙ୍କ ଯୌନାଙ୍ଗର ଆକାର କମିବା ପାଇଁ କେବଳ phthalates ଦାୟୀ ନୁହଁ। ଏହାର ଅନେକ କାରଣ ଅଛି। ଯେପରି-
ବୟସ ବୃଦ୍ଧି- ମଣିଷଙ୍କ ବୟସ ବୃଦ୍ଧି ସହ ରକ୍ତ ସଂଚାଳନ ତୀବ୍ରତା ହ୍ରାସ ପାଏ। ଫଳରେ ମାଂସପୋସି ସଙ୍କୁଚିକ ହୁଏ ଓ ଯୌନାଙ୍ଗ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ପୁରୁଷର ଯୌନାଙ୍ଗ ଛୋଟ ହୋଇଯାଏ।
ଓଜନ ବୃଦ୍ଧି- ଓଜନ ବୃଦ୍ଧି ହେଲେ ମଧ୍ୟ ପୁରୁଷର ଯୌନାଙ୍ଗର ଆକାର କମିଯାଏ। ମେଦବହୁଳତା ବା ଓଜନ ବୃଦ୍ଧି ଯେକୌଣସି ବୟସରେ ହୋଇପାରେ। ମେଦବହୁଳା ଯୋଗୁଁ ଶରୀର ବା ପେଟର ଆକାର ବୃଦ୍ଧି ପାଇଥାଏ। ଆଉ ଯୌନାଙ୍କ ସଙ୍କୁଚିତ ହୋଇ ଛୋଟ ଦେଖାଯାଏ।
ଅସ୍ତ୍ରୋପଚାର- International Journal of Impotence Research ଅନୁସାରେ ଅନେକ ସୟର ପୁରୁଷଙ୍କ ଯୌନାଙ୍ଗରେ କ୍ୟାନସର ହୋଇଥାଏ। ତେଣୁ ସର୍ଜରୀ ବା ଅସ୍ତ୍ରୋପଚାର କରିବା ଦ୍ୱାରା ତାହାର ଆକାର ହ୍ରାସ ପାଏ।
ଔଷଧର ପାର୍ଶ୍ୱପ୍ରତିକ୍ରୀୟା- କେତେକ ଔଷଧର ପାର୍ଶ୍ୱପ୍ରତିକ୍ରୀୟା ଯୋଗୁଁ ଯୌନାଙ୍ଗର ଆକାର ହ୍ରାସ ପାଏ। ସେଥିମଧ୍ୟରୁ Adderall ଅନ୍ୟତମ। hyperactivity, antidepressants, antipsychotics, enlarged prostate (ଅଣ୍ଡକୋଷ ବୃଦ୍ଧି) ପାଇଁ ବ୍ୟବହୃତ ଔଷଧ ଦ୍ୱାରା ମଧ୍ୟ ଏଭଳି ସମସ୍ୟା ଦେଖାଦେଇପାରେ।
ଧୂମ୍ରପାନ- ୧୯୯୮ ମସିହାରେ ପୁରୁଷଙ୍କ ଯୌନାଙ୍ଗ ଉପରେ Boston University of Medicine ପକ୍ଷରୁ ଏକ ଗବେଷଣା କରାଯାଇଥିଲା। ଯେଉଁଥିରେ ୨୦୦ ଜଣ ପୁରୁଷ ସାମିଲ ହୋଇଥିଲେ। ଗେବେଷଣାରୁ ଜଣାପଡିଲା ଯେ, ଯେଉଁମାନେ ଧୂମ୍ରପାନ କରୁଛନ୍ତି ସେମାନଙ୍କ ଯୌନାଙ୍ଗର ଆକାରର ଧୂମ୍ରପାନ କରୁନଥିବା ପୁରୁଷଙ୍କଠାରୁ ଛୋଟ। ସିଗାରେଟରେ ଥିବା କେମିକାଲ ଲିଙ୍ଗର ସିରାକୁ ନଷ୍ଟ କରିଦିଏ, ଫଳରେ ସେଠାକୁ ରକ୍ତ ପ୍ରବାହ ଠିକ ଭାବେ ହୋଇପାରେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।