ଇନଷ୍ଟାଣ୍ଟ ମେସେଜିଂ ଆପ୍ WhatsApp ଏହାର ବ୍ୟବହାରକାରୀଙ୍କୁ ସବୁବେଳେ ନୂତନ ଫିଚର ସହିତ ଅପଡେଟ୍ ରଖେ। ତେବେ ନୂଆବର୍ଷ ଅବସରରେ ବି କମ୍ପାନୀ ତାର ୟୁଜର୍ସଙ୍କୁ ଏକ ସର୍ପ୍ରାଇଜ୍ ଦେବାକୁ ଯାଉଛି। ପୂର୍ବ ପରି WhatsAppରେ ଅନେକ ନୂତନ ଫିଚର ଯୋଡାଯିବ। ୨୦୨୧ ମସିହା ଆରମ୍ଭରୁ ସେଗୁଡିକର ଫାଇଦା ୟୁଜର୍ସ ଉଠାଇ ପାରିବେ।


COMMERCIAL BREAK
SCROLL TO CONTINUE READING

ଏଣିକି WhatsApp ୱେବରେ ଅଡିଓ-ଭିଡିଓ କଲିଂ ମଧ୍ୟ ସମ୍ଭବ ହେବ। ଦୀର୍ଘ ଦିନ ଧରି ଏହି ଫିଚର ପାଇଁ ୟୁଜର୍ସ ଅପେକ୍ଷା କରି ରହିଥିଲେ। ତେବେ ଖୁବଶୀଘ୍ର ଭିଡିଓ କଲିଂ ମଧ୍ୟ WhatsApp ୱେବରେ ମିଳିବ ବୋଲି ବିଶ୍ୱାସ କରାଯାଉଛି। WABetaInfo ଅନୁଯାୟୀ, ଏହି ଫିଚର Desktop ଆପରେ ମଧ୍ୟ ଲଞ୍ଚ କରାଯାଉଛି। 


Also Read: ସହଜ ହେଲା ହ୍ୱାଟ୍ସଆପରେ ସପିଂ, ଏହି ଅପସନ୍ ଦେଲା କମ୍ପାନୀ...


WhatsApp ବ୍ୟବହାରକାରୀଙ୍କୁ ନୂତନ ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ଗ୍ରହଣ କରିବାକୁ ପଡିବ। ଯଦି ୟୁଜର୍ସ ଏହି ଗୋପନୀୟତା ନୀତିରେ ରାଜି ନୁହଁନ୍ତି ତେବେ WhatsApp ବ୍ୟବହାର କରିପାରିବେ ନାହିଁ। ତେବେ ଏହାର ସେବା ସର୍ତ୍ତାବଳୀ ୮ ଫେବୃଆରୀରେ ଅପଡେଟ୍ ହେବ। 


IOS ରେ WhatsApp ବିଟାର ସର୍ବଶେଷ ସଂସ୍କରଣ 2.21.10.23 ଅପଡେଟ୍ କରିବା ପରେ ଉପଭୋକ୍ତାମାନେ ମଲ୍ଟିପୁଲ ଫଟୋ ଏବଂ ଭିଡିଓ ସେୟାର କରିପାରିବେ। ବର୍ତ୍ତମାନ ଉପଭୋକ୍ତାମାନେ କେବଳ ଗୋଟିଏ ଫାଇଲ୍ ପୋଷ୍ଟ କରୁଛନ୍ତି। କିନ୍ତୁ ନୂତନ ଫିଚର ଆସିଲେ ସିଧାସଳଖ ଆପରୁ ଏକାଧିକ ଫଟୋ କପି ଏବଂ ପୋଷ୍ଟ କରିବାକୁ ସମର୍ଥ ହେବେ।