ନୂଆଦିଲ୍ଲୀ: ସୋସିଆଲ ମିଡିଆର ଯୁଗରେ ଆଖି ପିଛୁଳାକେ କୌଣସି ଖବର ନିଆଁ ଭଳି ବ୍ୟାପୀ ଯାଏ। ଠିକ୍ ସେହି ଭଳି ଏକ ଖବର ଥିଲା 'ବିହାରରେ ବିଶ୍ୱର ଦାମୀ ପରିବା'। IAS ସୁଜାତା ସାହୁଙ୍କୁ ଟ୍ୱିଟ୍ ପରେ ସେହି ଦାମୀ ପରିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଲା। କିନ୍ତୁ ଏବେ ସେହି ଦାମୀ ପରିବାର ସତ୍ୟତା ସାମନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ ବିଶ୍ୱର ଦାମୀ ପରିବା (Worlds costliest vegetable) କୁହାଯାଉଥିବା 'Hop shoots' ବିହାରର ୩୮ ବର୍ଷୀୟ ଅମରେଶ ସିଂ ନାମକ ଜଣେ ଚାଷୀ ଅମଳ କରିଥିବା ନେଇ ଖବର ଭାଇରାଲ (Viral) ହୋଇଥିଲା। କିନ୍ତୁ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା fact check ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଏଭଳି କୌଣସି ଫସଲ ବିହାର (Bihar) ର ଔରଙ୍ଗାବାଦ ଜିଲ୍ଲାରେ ହେଉନଥିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।


Also Read: ବିଶ୍ୱର ଦାମୀ ପରିବା ! ରେଟ୍ ଜାଣିଲେ ଉଡିଯିବ ହୋସ୍


ଔରଙ୍ଗାବାଦ ଜିଲ୍ଲାର କରମନିଦ୍ ଗାଁରେ ଅମରେଶ ସିଂ (Amresh Sigh) 'Hop shoots' ଚାଷ କରୁଛନ୍ତି ଏବଂ ଏହି ପରିବାର ମୂଲ୍ୟ କିଲୋ ପ୍ରତି ଲକ୍ଷେ ଟଙ୍କା ବୋଲି ଦାବି କରାଯାଇଥିଲା। କିନ୍ତୁ ଖୋଦ ଅମରେଶ ଓ ତାଙ୍କ ଗ୍ରାମବାସୀ ଖବରକୁ ଖଣ୍ଡନ କରିଛନ୍ତି। ଅମରେଶ ପୂର୍ବରୁ କଳା ଧାନ (Black Rice) ଓ ଗହମ ଚାଷ କରିଥିଲେ କିନ୍ତୁ 'Hop shoots' ଭଳି କୌଣସି ଫସଲ କରି ନାହାନ୍ତି।


ମୁଖ୍ୟତଃ ଆମେରିକା ଓ ୟୁରୋପରେ 'Hop shoots' ଚାଷ ହୋଇଥାଏ। ଏହାର ଫଳ, ଫୁଲ, ମୂଳ, ଡାଳ ସବୁର ବ୍ୟବହାର ହୁଏ। 'Hop shoots'ରେ ଅତ୍ୟଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଏହା ତ୍ୱଚାକୁ ସୁନ୍ଦର ରଖେ। ଏପରିକି 'Hop shoots' କ୍ୟାନ୍ସର ଓ ଯକ୍ଷ୍ମା ଭଳି ରୋଗର ଚିକିତ୍ସାରେ ଉପଯୋଗ ହେଉଥିବା ଦାବି କରାଯାଉଛି।