Side Effects Of Sleeping After Eating : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ କାର୍ଯ୍ୟର ନିର୍ଦ୍ଦିଷ୍ଟ ସମୟସୀମା ଅନୁଶରଣ କରିବାକୁ ପଡ଼ିଥାଏ।ଯେପରିକି ସଠିକ୍ ସମୟରେ ଖାଦ୍ୟ ଖାଇବା,ସଠିକ ସମୟରେ ଶୋଇବା,ଆବଶ୍ୟକ ଅନୁଯାୟୀ ପାଣି ପିଇବା ଇତ୍ୟାଦି।ହେଲେ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକମାନେ ସମୟକ୍ରମେ ନିଜର ଯତ୍ନ ନେଇ ପାରୁ ନାହାଁନ୍ତି।ଯାହାକି ଅନେକ ରୋଗର ମୂଳ କାରଣ ଅଟେ।


COMMERCIAL BREAK
SCROLL TO CONTINUE READING

ଯେପରିକି ରାତିରେ ଖାଇବା ପରେ ଲୋକମାନେ ପ୍ରାୟତଃ ଜାଣିଶୁଣି କିମ୍ବା ଅଜାଣତରେ ଏକ ଭୁଲ କରନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀର ଅନେକ ଗମ୍ଭୀର ରୋଗରେ ଶିକାର ହୋଇପାରେ । ବାସ୍ତବରେ ରାତିରେ ଖାଇବା ପରେ ଲୋକମାନେ ଟିକେ ଚାଲିବା ପରିବର୍ତ୍ତେ ତୁରନ୍ତ ଶୋଇବାକୁ ଯାଆନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଧୀରେ ଧୀରେ ଅନେକ ରୋଗର ଶିକାର ହେବାକୁ ଲାଗେ ।


ଗବେଶଜ୍ଞ ଙ୍କ ଅନୁଯାୟୀ ରାତିରେ ଖାଇବା ପରେ ଅତି କମରେ ଅଧ ଘଣ୍ଟା ବୁଲିବା ଉଚିତ୍ ।


ଆସନ୍ତୁ ଜାଣିବା ଖାଇବା ପରେ ତୁରନ୍ତ ଶୋଇବା କାରଣରୁ ଶରୀରରେ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରେ ।


ହଜମ ପ୍ରକ୍ରିୟା ଖରାପ ହୋଇଯାଏ : ଖାଇବା ପରେ ତୁରନ୍ତ ଶୋଇବା ହେତୁ ଆପଣଙ୍କ ହଜମ ପ୍ରକ୍ରିୟା ଖରାପ ହୋଇପାରେ । ଯେଉଁଥିପାଇଁ ଆପଣ ବାନ୍ତି ଏବଂ ପେଟ ଜଳିବା ଅନୁଭବ କରିପାରନ୍ତି ।


ପେଟ ସମସ୍ୟା: ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇନଥାଏ । ତେଣୁ ଖାଦ୍ୟ ଖାଇବା ପରେ ଅଧ ଘଣ୍ଟା ଚାଲିବା ଏବଂ ତାପରେ ଶୋଇବା ଉଚିତ୍ ।


ଓଜନ ବଢିବାକୁ ଲାଗିଥାଏ : ତୁରନ୍ତ ଖାଇବା ଏବଂ ଶୋଇବା କ୍ୟାଲୋରୀ ବଢାଇବାକୁ ଲାଗିଥାଏ । ଆହୁରି ମଧ୍ୟ ଏହି ସମୟରେ ମେଟାବୋଲିଜିମ୍ ଲେବଲ କମ୍‌ ହୋଇଯାଏ । ଯେଉଁ କାରଣରୁ ଓଜନ ବଢିବାକୁ ଲାଗିଥାଏ ।


ନିଦ ସମସ୍ୟା ହୋଇପାରେ : ରାତିରେ ଖାଇବା ପରେ ତୁରନ୍ତ ଶୋଇବା ନିଦ ସମସ୍ୟା ସୃଷ୍ଟି କରିପାରେ । ବାସ୍ତବରେ ଯଦି ଆପଣ ରାତିରେ ଶୋଇବା ସମୟରେ ଏସିଡିଟି ହେବା ଭଳି ଅନୁଭବ କରନ୍ତି । ଏହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇପାରେ ।


ଛାତିରେ ଜଳିବା ଆରମ୍ଭ ହୁଏ : ଯଦି ଆପଣ ରାତିରେ ଚାଲିବା ପରିବର୍ତ୍ତେ ସିଧା ଶୋଇବାକୁ ଯାଆନ୍ତି, ତେବେ ଏହି କାରଣରୁ ଆପଣ ଛାତିରେ ଜଳୁଥିବା ଭଳି ଅନୁଭବ କରିପାରନ୍ତି ।


ରାତିରେ ଖାଇବାର କେତେ ସମୟ ପରେ ଶୋଇବା ଉଚିତ୍ ଜାଣନ୍ତୁ:


ଯଦି ଆପଣ ହାଲୁକା ଖାଦ୍ୟ ଖାଇଛନ୍ତି ତେବେ ପ୍ରଥମେ ବୁଲନ୍ତୁ ଏବଂ ଅଧ ଘଣ୍ଟା ପରେ ଆପଣ ଶୋଇପାରିବେ । ଯଦି ଆପଣ କିଛି ପିଇବା ଭଳି ଖାଦ୍ୟ ଖାଇଛନ୍ତି, ତେବେ ଆପଣ ଅଧା ଘଣ୍ଟା ଚାଲିବା ପରେ ଶୋଇପାରିବେ । ଏକ୍ସପର୍ଟ କହିଛନ୍ତି ଯେ ଯଦି ଆପଣ ଭାରି ଖାଦ୍ୟ ଖାଇଛନ୍ତି, ତେବେ ଅଧ ଘଣ୍ଟା ଚାଲନ୍ତୁ ଏବଂ ୨ ରୁ ୩ ଘଣ୍ଟା ପରେ ଶୋଇବା ଉଚିତ୍ । ଯଦି କାର୍ଯ୍ୟ ଯୋଗୁ ଆପଣଙ୍କୁ ଲେଟ୍‌ରେ ଖାଇବାକୁ ପଡିବ, ତେବେ କମ୍ ଫ୍ୟାଟ୍‌ ଖାଦ୍ୟ ଖାଆନ୍ତୁ ଏବଂ ଘରେ ଅତି କମରେ ୧୦ ମିନିଟ୍ ବୁଲାବୁଲି କରନ୍ତୁ । ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ମଧ୍ୟ ହେବ ନାହିଁ ।