ମୟୂରଭଞ୍ଜ: ଆଜି ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ (Naveen Patnaik) ମୟୂରଭଞ୍ଜ (Mayurbhanja) ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଟିକାପଦା (Tikapada) ଠାରେ ସୁବର୍ଣ୍ଣରେଖା (Subrnarekha) ପ୍ରକଳ୍ପର ଶୁଭ ଉଦଘାଟନ କଲେ। ଗୋଟେ ପଟେ କରଞ୍ଜିଆ (karanjia) ବ୍ଲକ ର ହାତୀ ବାରି ଠାରେ ଦେଓ ନଦୀ ଉପରେ ବନ୍ଧ ଭର୍ଚୁଆଲରେ ଉଦଘାଟନ କରିଥିବା ବେଳେ ସୁବର୍ଣ୍ଣରେଖା ଜଳପ୍ରକଳ୍ପ (Subarnarekha Water Project) ଚାଷୀଙ୍କ ପାଇଁ ଖୁବ ଉପଯୋଗୀ ହୋଇଥିବା ବେଳେ ୨୧ ହଜାର ୨୨୧ ହେକ୍ଟର ଜମିରେ ଜଳପାଇଁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।


COMMERCIAL BREAK
SCROLL TO CONTINUE READING

ଚାଷୀଙ୍କ ପାଇଁ ବାପା ଦେଖିଥିଲେ ସ୍ବପ୍ନ କିନ୍ତୁ ସ୍ବପ୍ନ କୁ ବାସ୍ତବ ରୂପ ଦେଇଛନ୍ତି ପୁଅ ତା ଭିତରେ ବିତିଯାଇଛି ୨୯ ବର୍ଷ । କରଞ୍ଜିଆ ବ୍ଲକର ହାତୀ ବାରିଠାରେ ଦେଓ ନଦୀ ଉପରେ ବନ୍ଧ ବନ୍ଧା ହେବ ଚାଷୀ କ୍ଷେତକୁ ପାଣି ଯିବ ଶସ୍ୟ ଶ୍ୟାମଳରେ ଭରିବ କ୍ଷେତ। ସେଥିପାଇଁ ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁପଟ୍ଟନାୟକ ଦେଓ ବନ୍ଧ ର ଶୁଭ ଉଦ୍ଘାଟନ କରିଥିଲେ। ଏବଂ ସେତେବେଳର ବ୍ୟୟ ବରାଦ ଥିଲା ୫୨ କୋଟି କିନ୍ତୁ ବିଭିନ୍ନ ସମସ୍ୟା ମୁଣ୍ଡ ଟେକି ଥିଲା କିନ୍ତୁ ମୂଖ୍ୟ ମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱର ନେଇ ୫୨ କୋଟିରୁ ହଜାରେ ୫୨ କୋଟି ମଞ୍ଜୁର କଲେ ଏବଂ ବନ୍ଧ କାର୍ଯ୍ଯ ସମ୍ପୂର୍ଣ୍ଣ ହେଲା । ଆଜି ଚାଷୀଙ୍କ ଉନ୍ମଚନ କରିବେ ମୁଖ୍ୟମନ୍ତ୍ରୀ। ପ୍ରତିକୂଳ ପାଗ ଯୋଗୁଁ ଆସିବେନି ମୂଖ୍ୟମନ୍ତ୍ରୀ। ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏବଂ ମିଶନ ଶକ୍ତି ଏଵଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ।


କିନ୍ତୁ ଦୀର୍ଘ ୨୨ ବର୍ଷ ଶାସନ କାଳ ବିଜେଡି ସରକାର ଏ ପର୍ଯ୍ୟନ୍ତ କାମ ଶେଷ କରିପାରିଲେ ନାହଁ ସୁବର୍ଣ୍ଣରେଖାପ୍ରକଳ୍ପ,ଜମି ମଧ୍ୟ ଅଧି ଗ୍ରହଣ କାମ ସମାପ୍ତ ହୋଇ ପାରିନାହିଁ। କିନ୍ତୁ ମୂଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ବାରମ୍ବାର ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦଘାଟନ ଉତ୍ସବ କରି ଲୋକଙ୍କୁ ନିର୍ବାଚନ ଭୋଟ ବ୍ୟାଙ୍କ ହାତେଇବା ପାଇଁ ବଡ଼ ପ୍ରୟାସ।ଜନସାଧାରଣଙ୍କ ପଇସାକୁ ଦୁର୍ବ୍ୟବହାର ଅପଚୟ କରି ମାଇକ ଲାଇଟ ହେଲିକପ୍ଟର ବୁଲୁଛନ୍ତି ଓ ଜନସାଧାରଣଙ୍କ ପଇସା ଖର୍ଚ୍ଚ କରି ଚାଲିଛନ୍ତି।ସେହିପରି ବାରିପଦା ସହରକୁ ବନ୍ଯା ରୁ ରକ୍ଷା କରିବା ପାଇଁ ଆଡ଼ିବନ୍ଧ ନିର୍ମାଣ ନିଜେ ମୂଖ୍ୟମନ୍ତ୍ରୀ ବାରମ୍ବାର ଘୋଷଣା କରିଥିଲେ ହେଲେ ଏ ପର୍ଯ୍ୟନ୍ତ କୌଣସି ସଠିକ ପଦକ୍ଷେପ ନେଇ ନାହାନ୍ତି। ସ୍ବାସ୍ଥ୍ୟସେବା, ଆଇନ ଶୃଙ୍ଖଳା ଜିଲ୍ଲାରେ ବିପର୍ଯ୍ୟସ୍ତ, ଗୋଟିଏ ବି ଶିଳ୍ପ ମୟୂରଭଞ୍ଜ ଜିଲ୍ଲାରେ ନାହିଁ। ବେକାରୀ ସମସ୍ୟା ବଢି ବଢି ଚାଲିଛି, ଦରଦାମ ନିୟନ୍ତ୍ରଣ ନାହିଁ ରାଜ୍ୟ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ। ନିଜର ବିଫଳତା କୁ ଲୁଚାଇବା ପାଇଁ ବିରୋଧୀ ଦଳର କଣ୍ଠରୋଧ କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭକରି କରିଛ ଦଳୀୟ କର୍ମୀ ଓ ବିଜେଡି ନେତା।


ହେଲେ ଚାଷୀ ମାନଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଟିକପଦା ର ଚାଷୀମାନେ ସବୁ ବର୍ଷ ପାଣି ନ ପାଇ ମରୁଡ଼ି ର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ମୁଖ୍ୟମନ୍ତ୍ରୀ ଆସି ଆଜି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଚାଷୀ, ଖାଲି ନାକୁ ମାତ୍ର ପାଣି ଛାଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।


ଅଧିକ ପଢନ୍ତୁ: ମହଙ୍ଗା ହେବାକୁ ଯାଉଛି ଟାଟା ଲୁଣ


ଅଧିକ ପଢନ୍ତୁ : ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରୀ ପ୍ରତିଶ୍ରୁତି ଉପରେ ପ୍ରଥମ ଥର ଜବାବ ରଖିଲେ ନୀତିଶ