Shiv Procession: ଜୟପୁର: ରାଜସ୍ଥାନର କୋଟାଠାରେ ଏକ ବଡ଼ଧରଣର ଅଘଟଣ ଘଟିଥିବାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଶିବଙ୍କ ଶୋଭାଯାତ୍ରା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ୧୪ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ମହା ଶିବରାତ୍ରୀ ଅବସରରେ ନିଆଯାଇଥିବା ଶିବ ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘାତ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଶିଶୁଙ୍କୁ ଏମବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଟାରେ ଶିବଙ୍କ ବରଯାତ୍ରୀ ସମୟରେ ପ୍ରାୟ ୧୪ ପିଲା ବିଦ୍ୟୁତ୍ ସଂସ୍ପର୍ଷରେ ଆସିଯାଇଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳେ କୋଟାର କୁନ୍ହାଡି ଥର୍ମାଲ୍ ଛକ ନିକଟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ପିଲାମାନଙ୍କୁ ଏମବିବିଏସ୍ ହସ୍ପିଟାଲକୁ ନେଇଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ହୃଦୟ ବିଦାରକ ଘଟଣା ସାକତପୁର କାଳୀ ବସ୍ତିରେ ଶିବ ବରାଟ ଶୋଭାଯାତ୍ରା ସମୟରେ ଘଟିଥିଲା। ଦୁର୍ଘଟଣା ସ୍ଥଳରେ ଉଚ୍ଚ ଶକ୍ତି ବିଶିଷ୍ଟ ପାୱାର୍ ଲାଇନ୍ ତାରଗୁଡ଼ିକ ବହୁତ କମ୍ ଉଚ୍ଚତାରେ ରହିଥିଲା। ଫଳରେ ୧୪ ଜଣ ପିଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଏବଂ ରାସ୍ତାରେ ଏକ ଖାଲ ମଧ୍ୟ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ଶିଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ଲୋକମାନେ ଡାକ୍ତରଖାନା ଭିତରେ ନିଜ ପିଲାମାନଙ୍କୁ କୋଳରେ ଧରି ଦୌଡୁଥିବାର ନଜର ଆସିଛନ୍ତି। ପୋଲିସ ଏବଂ ଅନ୍ୟ ଲୋକମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପୋଲିସ ଟିମ୍ ଘଟଣାର ତଦନ୍ତ କରୁଛି।