ଢାକା: Bangladesh Blast : ବାଂଲାଦେଶର ନାରାୟଣଗଞ୍ଜ ସ୍ଥିତ ଏକ ମସଜିଦ (Fatullah Mosque) ରେ ଜୋରଦାର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଏକାଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲର ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ନ ଏବଂ ପ୍ଲାଷ୍ଟିକ ବିଭାଗରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଲୋକ ଅତ୍ୟଧିକ ଜଳି ଯାଇଥିଲେ, ଯେଉଁମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ


ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କର ନାମ ଏବଂ ସେମାନଙ୍କର ବୟସ ନିମ୍ନଲିଖିତ:- ଜ୍ୱୈଲ୍ (୭ ବର୍ଷ), ରସିଦ୍ (୩୦ ବର୍ଷ), ରିଫତ୍ (୧୮ ବର୍ଷ), ମୁସ୍ତାଫା କମାଲ (୩୪ ବର୍ଷ), ଜୁବୈର (୧୮ ବର୍ଷ), ସବ୍ବୀର (୨୧ ବର୍ଷ), କୁଡୁସ୍ ବେପାରୀ (୭୨ ବର୍ଷ), ଦିଲୱାର ହୁସେନ୍ (୪୮ ବର୍ଷ), ଜୁନୈଦ (୧୭ ବର୍ଷ), ହୁମାୟୁନ କବୀର (୭୦ ବର୍ଷ), ଇବ୍ରାହିତ୍ (୪୩ ବର୍ଷ), ଜମାଲ (୪୦ ବର୍ଷ) ।


ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶରେ 'ଅଣ୍ଡା'କୁ ନେଇ ନିଜ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା


ଢାକା ମେଡିକାଲ କଲେଜ ହସ୍ପିଟାଲର ଶେଖ ହାସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ନ ଏବଂ ପ୍ଲାଷ୍ଟିକ ବିଭାଗର ସଂଯୋଜକ ଡକ୍ଟର ସାମନ୍ତ ଲାଲ ସେନ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ନାଁ ପୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ୩୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମସଜିଦରେ ୭ଟି ଏୟାର କଣ୍ଡିସନର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।