New Year 2025: ନୂଆବର୍ଷ ପୂର୍ବରୁ ସିଲ୍ ହେଲା ୧୯୨ ଓୟୋ ହୋଟେଲ ଏବଂ ଲଜ୍
New Year 2025: ଗାଜିଆବାଦ ସହରର ଓୟୋ ହୋଟେଲ ଏବଂ ଲଜ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋଟ ୩୯୦ ହୋଟେଲ ଯାଞ୍ଚ କରାଯାଇଥିଲା ସେଥିମଧ୍ୟରୁ ୧୯୨ ଟି ହୋଟେଲକୁ ସିଲ୍ କରାଯାଇଥିଲା। ଉକ୍ତ ହୋଟେଲଗୁଡିକ ବିନା ଲାଇସେନ୍ସ ଏବଂ ବିନା ଅନୁମତିରେ ଚାଲୁଥିଲା |
New Year 2025: କିଛି ସମୟ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷ ପୂର୍ବରୁ ଗାଜିଆବାଦ ପୋଲିସ ଓୟୋ ହୋଟେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗାଜିଆବାଦର ଗ୍ରାମାଞ୍ଚଳ ଏବଂ ଟ୍ରାନ୍ସ ହିନ୍ଦନ ସହର ଅଞ୍ଚଳରେ ଥିବା ଓୟୋ ହୋଟେଲ ଏବଂ ଲଜ୍ ଗୁଡିକରେ ଚଢାଉ କରିଛି ପୋଲିସ ।
ସୂଚନା ମପତାବକ, ମୋଟ ୩୯୦ଟି ହୋଟେଲ ଯାଞ୍ଚ କରାଯାଇଥିବା ସମୟରେ ସେଥିମଧ୍ୟରୁ ୧୯୨ ଟି ହୋଟେଲକୁ ସିଲ୍ କରାଯାଇଛି। ଖବର ମୁତାବକ ଏହି ହୋଟେଲଗୁଡିକ ବିନା ଲାଇସେନ୍ସ ଏବଂ ଅନୁମତି ବିନା ଚାଲୁଥିଲା । ନିୟମ ଅନୁଯାୟୀ, କୌଣସି ହୋଟେଲ କିମ୍ବା ଲଜ୍ ଚଳାଇବା ପାଇଁ ଲାଇସେନ୍ସ ପାଇବା ବାଧ୍ୟତାମୂଳକ ଅଟେ।
ପୋଲିସ ଏକ ମିଶନରେ ବାହାରି ସମଗ୍ର ଗାଜିଆବାଦରେ ଏଭଳି ହୋଟେଲ ଏବଂ ଲଜ୍ ଯାଞ୍ଚ କରିଥିଲା। ତଦନ୍ତରେ ପୋଲିସ ୧୨୨ ହୋଟେଲ ଏବଂ ଲଜ୍ ଯାଞ୍ଚ କରିଥିଲା । ସେଥିମଧ୍ୟରୁ ୫୬ଟି ହୋଟେଲ ଏବଂ ଲଜ୍ ବେଆଇନ ବୋଲି ଜଣାପଡିଛି। ତେଣୁ ପୋଲିସ ପକ୍ଷରୁ ଏସବୁକୁ ସିଲ୍ କରାଯାଇଥିଲା । ଅନେକ ହୋଟେଲ ଏବଂ ଲଜ୍ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ସେଠାରେ ବେଆଇନ କାର୍ଯ୍ୟ ଚାଲିଛି । ତେଣୁ ସେଗୁଡିକ ବିରୋଧରେ ଆକ୍ସନ ନିଆଯାଇ ସିଲ୍ କରାଯାଇଥିଲା । ସେହିଭଳି ଗ୍ରାମାଞ୍ଚଳରେ ୧୦୮ଟି ହୋଟେଲ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ ୫୪ ଟି ହୋଟେଲ ବେଆଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ସେସବୁକୁ ସିଲ୍ କରାଯାଇଛି ।
ନୂଆବର୍ଷ ଅବସରରେ କିଛି ହୋଟେଲ ଗୁଡିକରେ ବେଆଇନ ଭାବେ କାର୍ଯ୍ୟକ୍ରମ କରାଯାଇଥାଏ । ତେଣୁ ପୋଲିସ ନୂଆବର୍ଷ ପୂର୍ବରୁ ଆକ୍ସନ ମୁଡ୍ କୁ ଆସିଛି । ବିଶୃଙ୍ଖଳା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହିଥିବାରୁ ଅନ୍ୟାନ୍ୟ ସହରରେ ମଧ୍ୟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
Also Read- ନିର୍ମାଣ କ୍ଷେତ୍ର ପାଇଁ ୨୦୨୪ର ଆଶୀର୍ବାଦ: ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି
Also Read- New Year 2025: ନୂଆ ବର୍ଷରେ ଛାଡିଦିଅନ୍ତୁ ଏହି ୫ଟି ଖରାପ ଅଭ୍ୟାସ, ମିଳିବ ନବଗ୍ରହଙ୍କ ଆଶୀର୍ବାଦ !