Navgrah Upay: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମର ଭଲ ବା ଖରାପ ଅଭ୍ୟାସ କେବଳ ଆମ ଜୀବନରେ ଗଭୀର ପ୍ରଭାବ ପକାଏ ତାହା ନୁହେଁ ବରଂ ଏହା ନଅ ଗ୍ରହଙ୍କ ଆମ ଉପରେ ଥିବା ପ୍ରଭାବ ଉପରେ ପ୍ରତିଫଳନ ହୋଇଥାଏ ।
ମିଛ (ସୂର୍ଯ୍ୟ ଏବଂ ବୁଧଙ୍କ ପାଇଁ)
ସୂର୍ଯ୍ୟ ସତ୍ୟ, ଆତ୍ମବିଶ୍ୱାସ ଏବଂ ସଫଳତାର ପ୍ରତୀକ ବୋଲି ବିବେଚନା କରାଯାଏ । ସେହିପରି ବୁଧ ବୁଦ୍ଧି ଏବଂ ଯୋଗାଯୋଗକୁ ପ୍ରଭାବିତ କରିଥାନ୍ତି । ମିଛ କହିବା ଦ୍ୱାରା ଏହି ଗ୍ରହମାନଙ୍କର ଶକ୍ତି ଆମ ପ୍ରତି ନକାରାତ୍ମକ ହୋଇଥାଏ । ଯାହା ଜୀବନରେ ଚାପ ଏବଂ ବିଫଳତା ବଢାଇଥାଏ । 2025 ମସିହାରେ ସତ କହିବା ଏବଂ ସତ୍ୟର ପଥକୁ ଅନୁସରଣ କରିବାକୁ ପ୍ରତିଶ୍ରୁତି ନିଅନ୍ତୁ ଦେଖିବେ ଏହା ସୂର୍ଯ୍ୟ ଏବଂ ବୁଧକୁ ସନ୍ତୁଷ୍ଟ କରିବ । ଜୀବନରେ ମାନ ସମ୍ମାନ ଏବଂ ସଫଳତା ବଢିବାକୁ ଲାଗିବ ।
କ୍ରୋଧ (ମଙ୍ଗଳ ଏବଂ ଶନି ପାଇଁ)
ମଙ୍ଗଳ ଗ୍ରହ ଶକ୍ତି ଏବଂ ସାହସ ସହ ଜଡିତ ଥିବା ସମୟରେ ଶନିଦେବ ସଂଯମତା ଏବଂ କାର୍ଯ୍ୟ ସହ ଜଡିତ । କ୍ରୋଧିତ ହେବା ଦ୍ୱାରା ଏହି ଗ୍ରହମାନଙ୍କର ସ୍ଥିତିକୁ ଆମେ ଦୁର୍ବଳ କରିଥାନ୍ତି । ଯାହା ଦ୍ୱାରା ଜୀବନରେ ବାଦ ବିବାଦ ଏବଂ ସମସ୍ୟା ଉପୁଜିଥାଏ । 2025 ମସିହାରେ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ସକଳ୍ପ ନିଅନ୍ତୁ । ଧ୍ୟାନ ଏବଂ ପ୍ରାଣାୟାମ ଅଭ୍ୟାସ କରନ୍ତୁ । ଦେଖିବେ ଏହା ଆପଣଙ୍କ ଜୀବନରେ ସନ୍ତୁଳନ ଆଣିବ । ଏଥିସହ ଆପଣ ମଙ୍ଗଳ ଏବଂ ଶନିଙ୍କ ଆଶୀର୍ବାଦ ପାଇପାରିବେ ।
ଅଳସୁଆ ଏବଂ ସମୟର ଅପଚୟ (ଶନି ଏବଂ ରାହୁଙ୍କ ପାଇଁ)
ଶନି ନ୍ୟାୟ କାର୍ଯ୍ୟ ଏବଂ ଅନୁଶାସନର ପ୍ରତୀକ ଏବଂ ରାହୁ ଇଚ୍ଛା ଶକ୍ତି ଏବଂ ପରିବର୍ତ୍ତନ ସହ ଜଡିତ । ଏହି ଗ୍ରହମାନେ ଅଳସୁଆ ଏବଂ ସମୟର ଅପଚୟ ହେତୁ ଅପ୍ରୀତିକର ଫଳାଫଳ ଦିଅନ୍ତି । ନୂଆବର୍ଷରେ ଆପଣଙ୍କ ସମୟର ସଦଉପଯୋଗ କରନ୍ତୁ । ଶୃଙ୍ଖଳିତ ଜୀବନଯାପନ କରିବାକୁ ସଂକଳ୍ପ ନିଅନ୍ତୁ । ଏହା ଶନି ଏବଂ ରାହୁଙ୍କ ସୁସଙ୍ଗତତା ସୃଷ୍ଟି କରିବ । ପ୍ରଭାବରେ ଆପଣ ନିଜ ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ସକ୍ଷମ ହେବେ ।
ଅନାବଶ୍ୟକ ଖର୍ଚ୍ଚ ଏବଂ ଲୋଭ (ବୃହସ୍ପତି ଏବଂ ଶୁକ୍ରଙ୍କ ପାଇଁ)
ବୃହସ୍ପତିଙ୍କୁ ଧନ, ଜ୍ଞାନ ଏବଂ ଧାର୍ମିକତାର ପ୍ରତୀକ ଭାବେ ବିବଚନା କରାଯାଇଥାଏ । ଶୁକ୍ର ଆରାମ ଏବଂ ସମ୍ପର୍କର ପ୍ରତୀକ । ଅନାବଶ୍ୟକ ଖର୍ଚ୍ଚ ଏବଂ ଲୋଭ ଏହି ଗ୍ରହମାନଙ୍କର ଶକ୍ତିକୁ ଦୁର୍ବଳ କରିଥାଏ ବୋଲି ଜ୍ୟୋତିଷ କୁହନ୍ତି । ୨୦୨୫ ମସିହାରେ ଅନାବଶ୍ୟକ ଖର୍ଚ୍ଚ ପ୍ରତି ଅଂକୁଶ ଲଗାନ୍ତୁ । ପରୋପକାରୀ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ । ଏହା ବୃହସ୍ପତି ଏବଂ ଶୁକ୍ରଙ୍କୁ ସନ୍ତୁଷ୍ଟ କରିବ । ଜୀବନରେ ଧନ ଏବଂ ସୁଖ ବଢିବ ।
ନକାରାତ୍ମକ ଚିନ୍ତାଧାରା ଏବଂ ଇର୍ଷା (ଚନ୍ଦ୍ର ଏବଂ କେତୁଙ୍କ ପାଇଁ)
ଚନ୍ଦ୍ର ଆମ ମନ ଏବଂ ଭାବପ୍ରବଣତାକୁ ପ୍ରଭାବିତ କରନ୍ତି । କେତୁ ଧ୍ୟାନ ଏବଂ ଆଧ୍ୟାତ୍ମିକତା ଚିନ୍ତାଧାରାକୁ ପ୍ରଭାବିତ କରିଥାନ୍ତି । ନକାରାତ୍ମକ ଚିନ୍ତାଧାରା ଏବଂ ଇର୍ଷା କାରଣରୁ ଏହି ଗ୍ରହମାନେ ଦୁର୍ବଳ ହୋଇଯାଆନ୍ତି । ତେଣୁ ନୂଆବର୍ଷରେ ସକରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରନ୍ତୁ । ଅନ୍ୟମାନଙ୍କ କୃତିତ୍ୱରୁ ପ୍ରେରଣା ନିଅନ୍ତୁ । ଏହା ଆପଣଙ୍କୁ ଚନ୍ଦ୍ର ଏବଂ କେତୁଙ୍କ ଆଶୀର୍ବାଦ ପ୍ରଦାନ କରିବ । ଆପଣଙ୍କ ମନ ଶାନ୍ତ ଏବଂ ସ୍ଥିର ରହିବ ।
ଅଧିକ ଶୁଭଫଳ ପାଇଁ ଆପଣ ପ୍ରତିଦିନ ଧ୍ୟାନ ଏବଂ ପ୍ରାର୍ଥନା କରନ୍ତୁ । ରବିବାର ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ । ନିଜ ମଧ୍ୟରେ ଭଲ ଅଭ୍ୟାସ ଏବଂ ଭଲ ଆଚରଣ ରଖନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़