ବନ୍ଦ ହୋଇଯିବ କି ୨ ହଜାର ଟଙ୍କିଆ ନୋଟ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
ବିମୁଦ୍ରୀକରଣ (Demonetisation) ପରେ ବହୁ ସଂଖ୍ୟାରେ ଜାରି କରାଯାଇଥିବା ୨୦୦୦ ନୋଟ୍ (2000 Rupee Note) ଆଉ ଏବେ ସେତିକି ପରିମାଣପେ ପ୍ରଚଳନରେ ନାହିଁ ।
ନୂଆଦିଲ୍ଲୀ: ମୋଦି ସରକାର ୮ ନଭେମ୍ବର ୨୦୧୬ରେ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇ ଦେଇଥିଲେ । ବିମୁଦ୍ରୀକରଣ (Demonetisation) ପରେ ୫୦୦ ଟଙ୍କା ଓ ୨୦୦୦ ଟଙ୍କା (2000 Rupee Note) ର ଏକ ନୂଆ ନୋଟ୍ ପ୍ରଚଳନରେ ଆସିଥିଲା । ଦେଶରେ ୨୦୦୦ ଟଙ୍କାର ନୋଟଗୁଡିକ ସବୁଠାରୁ ଅଧିକ ପ୍ରଚଳନରେ ୨୦୧୭-୧୮ ବର୍ଷରେ ଥିଲା । ଏହି ସମୟ ମଧ୍ୟରେ ବଜାରରେ ୨୦୦୦ ଟଙ୍କାର ୩୩,୬୩୦ ଲକ୍ଷ ନୋଟ୍ ପ୍ରଚଳନରେ ଥିଲା । ଏହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ଭୟ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ବିମୁଦ୍ରୀକରଣ (Demonetisation) ପରେ ବହୁ ସଂଖ୍ୟାରେ ଜାରି କରାଯାଇଥିବା ୨୦୦୦ ନୋଟ୍ (2000 Rupee Note) ଆଉ ଏବେ ସେତିକି ପରିମାଣପେ ପ୍ରଚଳନରେ ନାହିଁ । ଏହାର ସଂଖ୍ୟା ୯,୧୨୦ ଲକ୍ଷ ଅର୍ଥାତ୍ ୨୭% ହ୍ରାସ ପାଇଛି । ଏହିପରି ଭାବରେ ବଜାରରେ ୧.୮୨ ଲକ୍ଷ ଟଙ୍କାର ୨୦୦୦ ନୋଟ୍ ପ୍ରଚଳନରୁ ବାହାରକୁ ହୋଇଯାଇଛି । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏହି ସୂଚନା ଦେଇଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ୨୦୦୦ ଟଙ୍କାର ଗୋଟିଏ ବି ନୋଟ୍ ଛପା ହୋଇନାହିଁ । ବାସ୍ତବରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସହିତ ବୁଝାମଣା ପରେ ସରକାର ନୋଟ୍ ନ ଛାପିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପ୍ରିଲ୍ ୨୦୧୯ ଠାରୁ କେନ୍ଦ୍ରୀୟ ବ୍ୟାଙ୍କ ଗୋଟିଏ ବି ୨୦୦୦ ନୋଟ୍ ଛାପି ନାହିଁ । ଏହାର ବାର୍ଷିକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଏହି ନୋଟ୍ କୁଆଡେ ଯାଇଛି?
ଅଧିକ ପଢ଼ନ୍ତୁ:-ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ
RBI ର ବାର୍ଷିକ ରିପୋର୍ଟରେ ପ୍ରଚଳନରୁ ବାହାର ହୋଇଥିବା ଏହି ୨୦୦୦ ନୋଟ୍ ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଏହା ସ୍ପଷ୍ଟ କରିଛି ଯେ ସେ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି, ତେଣୁ ୨୦୦୦ର ନୂତନ ନୋଟଗୁଡିକ ବ୍ୟାଙ୍କ ଶାଖାରେ ପହଞ୍ଚୁନାହିଁ କିମ୍ବା ଲୋକମାନଙ୍କୁ ଏଟିଏମରୁ ଏହା ମିଳୁନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ମୂଲ୍ୟ ହେତୁ ୨୦୦୦ ନୋଟ୍ କଳାଧନ ଭାବରେ ଜମା କରାଯିବାର ସମସ୍ତ ସମ୍ଭାବନା ଅଛି । ୨୦୧୬ ମସିହାରେ ବିମୁଦ୍ରୀକରଣ ସମୟରେ ମଧ୍ୟ ବିଶେଷଜ୍ଞମାନେ ୪ରୁ ୫ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରସ୍ତ ନ ହୋଇପାରେ ବୋଲି ଅନୁମାନ କରିଥିଲେ । ତେବେ ଏହା ପରେ ଆରବିଆଇ ବାର୍ଷିକ ରିପୋର୍ଟରେ କହିଛି ଯେ, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟଗୁଡିକର ପ୍ରାୟ ୯୯ ପ୍ରତିଶତ ରିଟର୍ଣ୍ଣ ଆସିଯାଇଛି ।
ଆରବିଆଇ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ୨୦୦୦ ଟଙ୍କାର ମାତ୍ର ୨୪,୫୧୦ ଲକ୍ଷ ନୋଟ୍ ପ୍ରଚଳନରେ ରହିଯାଇଛି । ଏହାର ମୋଟ ମୂଲ୍ୟ ହେଉଛି ୪.୯୦ ଲକ୍ଷ କୋଟି ଟଙ୍କା । ଯଦିଓ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାରରେ ହ୍ରାସ ପାଇଥାଇପାରେ, କିନ୍ତୁ ଅନ୍ୟ ନୋଟ୍ ଯେପରି ୫୦୦, ୨୦୦ ଟଙ୍କିଆ ନୋଟଗୁଡ଼ିକର ପ୍ରଚଳନ ବଢିଛି । ଏହି ସମୟ ମଧ୍ୟରେ ଦେଶରେ ନଗଦ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି ।