PM Kisan Samman Nidhi Yojana  : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କୃଷକଙ୍କ ଆକାଉଣ୍ଟକୁ ୨୦ ହଜାରରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯାଇଛି । କ୍ରମାଗତ ୩ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ୍ର ଗହଣ କରିବା ପରେ ଶ୍ରୀମୋଦୀ ପିଏମ୍ କିଷାନ ଯୋଜନାର ଅର୍ଥ ଜାରି କରିବାର ଫାଇଲରେ ହସ୍ତାକ୍ଷର କରିଥଲେ । ଏହାପରେ ସମସ୍ତ କୃଷକଙ୍କ ଆକାଉଣ୍ଟକୁ କିସ୍ତି ଟ୍ରାନ୍ସଫର କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଜୁନ୍ ୧୮ (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କିଷାନଙ୍କୁ ସମ୍ବୋଧିତ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ଟ୍ରାନ୍ସଫର କରିଥିଲେ । ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀ ୩୦ ହଜାର ପ୍ରଶିକ୍ଷିତ ମହିଳା କୃଷି ମାର୍ଗଦର୍ଶକଙ୍କୁ ସାମିଲ କରିଥିବେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ୨୦ ମିଲିୟନ କିଷାନ ଭୌତିକ ରୂପେ ଓ ଭର୍ଚୁଆଲରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । ଗତ ୧୫ ତରିଖରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏ ବାବଦରେ ସୂଚନା ଦେଇଥିଲେ ।


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭାରତ ସରକାରଙ୍କ ଏକ ଯୋଜନା ହୋଇଥିବା ବେଳେ ଏହି ଯୋଜନା ଅଧିନରେ କିଷାନଙ୍କୁ ସରକାରଙ୍କ ତରଫରୁ ସର୍ବନିମ୍ନ ଆୟ ସହାୟତା ଭାବେ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ୨୦୧୯ ମସିହା ଫେବୃଆରୀ ମାସ ୧ ତାରିଖରେ ପୀୟୂଷ ଗୋୟଲ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୧୯ ମସିହା ଅନ୍ତରୀଣ ବଜେଟରେ ଏନେଇ ଘୋଷଣା କରାଯାଇଥିଲା ।