Uttarakhand Avalanche, ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଅଘଟଣ ଘଟିଛି । ଦ୍ରୋପଦୀର ଦଣ୍ଡା-୨ ପାହାଡରେ ହିମସ୍ଖଳନ ହୋଇଛି। ଏଥିରେ Nehru Mountaineering Instituteର ୨୮ ଟେନିଂ ବର୍ବତାରୋହୀ ଫସି ଯାଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନ୍ୟ ୨୧ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାର୍ଯ୍ୟରେ  NDRF, SDRF, ସେନା ଓ ITBP ଟିମ ସାମିଲ ହୋଇଛନ୍ତି। ବାୟୁସେନାର ଦୁଇଟି ଚିତା ହେଲିକ୍ୟାପ୍ଟରକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ କରାଯାଇଛି। 

ଉତ୍ତରକାଶୀର ଭୁକୀ ନିକଟରେ ହିମସ୍ଖଳନ ହୋଇଛି। ଗତ ୨୨ ସେପ୍ଟେମ୍ବରରେ Nehru Mountaineering Instituteର ୧୭୫ ଟେନିଂ ବର୍ବତାରୋହୀ ଓ ପ୍ରଶିକ୍ଷକ ଉତ୍ତରକାଶୀ ଅଭିଯାନରେ ବାହାରିଥିଲେ। ଏମାନେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସେଠାରେ କ୍ୟାମ୍ପ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦୁଇ ଦିନ ତଳେ କେଦାନନାଥ ନିକଟରେ ହିମସ୍ଖଳ ହୋଇଥିବା ବେଳେ ମଙ୍ଗଳବାର ଦ୍ରୋପଦୀର ଦଣ୍ଡା-୨ ପାହାଡରେ ହିମସ୍ଖଳନ ହୋଇଛି। ୨୯ ଟେନିଂ ବର୍ବତାରୋହୀଙ୍କ ମଧ୍ୟରୁ ୮ ଜଣଙ୍କୁ ସାଥୀମାନେ ଉଦ୍ଧାର କରାଯାଇଥିବା ଖବର ମିଳିଛି। ଅନ୍ୟମାନେ ବରଫ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି।



COMMERCIAL BREAK
SCROLL TO CONTINUE READING

ହିମସ୍ଖଳରେ ଫସି ରହିଥିବା ପର୍ବତାରୋହିଙ୍କୁ ଉଦ୍ଧାର ପାଇଁ NDRF, SDRF, ସେନା ଓ ITBP ଟିମ ଘଟଣା ସ୍ଥଳକୁ ଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ହେଲିକ୍ୟାପଟର ମଧ୍ୟ ସାମିଲ କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାର ସୂଚନା ଦେବା ସହ ସହାୟତା ପାଇଁ କେନ୍ଦ୍ରକୁ ସେନା ସହାୟତା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନ ତ୍ୱାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମସ୍ତ ପର୍ବତାରୋହିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି ବୋଲି ସେ ଆଶ୍ୱସନା ଦେଇଛନ୍ତି। 


Also Read: ବିଶ୍ୱସ୍ତରୀୟ ରାଜ୍ୟରେ ଦାଦନ ଦୁଃଖ, ମଜୁରୀ ମାଗିବାରୁ ଆଦିବାସୀ ଯୁବକର ହାତ ଓ ଗୋଡ଼ କାଟି ଦେଲେ


ସେପଟେ ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ହିମସ୍ଖଳନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହୋଇଛନ୍ତି। ସେ ଘଟଣାରେ ଶୋକ ବ୍ୟକ୍ତ କରିବା ସହ ମୃତ ପର୍ବତାରୋହିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଠାରୁ ଦଶହରା ଉପଲକ୍ଷେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରାଖଣ୍ଡ ଗସ୍ତ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଯବାନଙ୍କ ସହ ତାଙ୍କର 'ବଡ ଖାନା' କାର୍ଯ୍ୟକ୍ରମ ଅଛି। ଦ୍ୱିତୀୟ ଦିନରେ ଚୌମୋଲିରେ ଶସ୍ତ୍ର ପୂଜା କରିବେ ଓ ଔଲି ଏବଂ ମାନା ଗସ୍ତ କରିବେ।