Odisha Labor Torture: ବିଶ୍ୱସ୍ତରୀୟ ରାଜ୍ୟରେ ଦାଦନ ଦୁଃଖ, ମଜୁରୀ ମାଗିବାରୁ ଆଦିବାସୀ ଯୁବକର ହାତ ଓ ଗୋଡ଼ କାଟି ଦେଲେ ଦଲାଲ
Advertisement
Article Detail0/zeeodisha/odisha1379300

Odisha Labor Torture: ବିଶ୍ୱସ୍ତରୀୟ ରାଜ୍ୟରେ ଦାଦନ ଦୁଃଖ, ମଜୁରୀ ମାଗିବାରୁ ଆଦିବାସୀ ଯୁବକର ହାତ ଓ ଗୋଡ଼ କାଟି ଦେଲେ ଦଲାଲ

Odisha Labour Torture in UP: ଗତ ୧୩ ତାରିଖରେ ନିକଟସ୍ଥ ଗାଁର ୫ ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତର ପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ସେ ଟଙ୍କା ମାଗିଥିଲେ।

Odisha Labor Torture: ବିଶ୍ୱସ୍ତରୀୟ ରାଜ୍ୟରେ ଦାଦନ ଦୁଃଖ, ମଜୁରୀ ମାଗିବାରୁ ଆଦିବାସୀ ଯୁବକର ହାତ ଓ ଗୋଡ଼ କାଟି ଦେଲେ ଦଲାଲ

Odisha Labour Torture, ଗଜପତି: ଓଡିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱସ୍ତରୀୟ ରାଜ୍ୟ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ବିଶ୍ୱସ୍ତରୀୟ ହସ୍ପିଟାଲ, ବିମାନ ବନ୍ଦର, ରେଳଷ୍ଟେସନ, ବସଷ୍ଟାଣ୍ଡ ନିର୍ମାଣ କରିଥିବା ବେଳେ ଓ ନିବେଶଙ୍କ ପାଇଁ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପୁରସ୍କୃତ ହେଉଛନ୍ତି। ରାଜ୍ୟରେ ଲଗାତର ନେତା ମନ୍ତ୍ରୀଙ୍କ ସମ୍ପତ୍ତି ବୃଦ୍ଧି ହେଉଛି ଆଉ ଜନତା ନିଜ ଅଙ୍ଗ ହରାଉଛନ୍ତି। ଦାଦନ ଖଟିବାକୁ ଡାକି ନେଇ ଦଲାଲ ଜଣେ ଶ୍ରମିକଙ୍କ ଗୋଡ଼ ଓ ହାତ ପାପୁଲି କାଟି ଦେଇଛନ୍ତି। ଥାନାରେ ଅଭିଯୋଗ କଲେ ଜୀବନରେ ମରିଦେବାକୁ ଧମକ ଦେଇଥିଲେ। ଗଜପତି ଜିଲ୍ଲାର ଅଡ଼ବା ଥାନା ଦମାଦୂଆ ପଞ୍ଚାୟତ କଲବା ଗାଁର ଶାଙ୍କ ମୁର୍ମୁ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଗଜପତି ଜିଲ୍ଲାରେ ପୁଣିଥରେ ଦାଦନ ଦୁଃଖ ଦେଖିବାକୁ ମିଳିଛି। ବାହାର ରାଜ୍ୟରେ କାମ କରିବାକୁ ଘରୁ ଡାକିନେଲେ, ହେଲେ ମଜୁରୀ ମାଗିବାରୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କରିବା ସହ ଦଲାଲ ଶ୍ରମିକର ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟିଦେଲେ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି। ସେଥିପାଇଁ ଥାନାରେ ଅଭିଯୋଗ କରି ନ ପାରି ଭୟରେ ଘରେ ଚାରି ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଅଡ଼ବା ଥାନା ଅନ୍ତର୍ଗତ ଦମାଦୂଆ ପଞ୍ଚାୟତ କଲବା ଗାଁର ଆଦିବାସୀ ଯୁବକ ଶାଙ୍କ ମୁର୍ମୁ। ସୋମବାର କିଛି ସ୍ଥାନୀୟ ପୋଲିସର ସହାୟତାରେ ଶାଙ୍କଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read: ପରପୁରୁଷ ପାଇଁ ପୁଅକୁ ମାରି ପୋତି ଦେଲା ମାଆ, ଏମିତି ସାମନାକୁ ଆସିଲା ଘଟଣା

 

ଶାଙ୍କଙ୍କ କହିବା ଅନୁସାରେ, ଗତ ୧୩ ତାରିଖରେ ନିକଟସ୍ଥ ଗାଁର ୫ ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତର ପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ସେ ଟଙ୍କା ମାଗିଥିଲେ। ଟଙ୍କା ଦେବା ବଦଳରେ ନିଶା ଖୁଆଇ ପାଲଟା ମାଡ଼ ମାରିବା ସହ ଦଲାଲମାନେ ତାଙ୍କ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିଲେ । ଏହା ପରେ ଉତ୍ତର ପ୍ରଦେଶର ଝାଂସି ସହରର ଏକ ଘରୋଇ ମେଡ଼ିକାଲରେ ଗୋଟିଏ ଦିନ ଚିକିତ୍ସା କରାଇ ସେମାନେ ଗାଁରେ ଆଣି ଛାଡି ଦେଇଛନ୍ତି। ସେପଟେ ଅର୍ଥ ଅଭାବରୁ ଚେର ମୂଳ ଉପଚାର କରୁଥିବା ଶାଙ୍କ ମୁର୍ମୁଙ୍କ ସ୍ତ୍ରୀ ଶୁଶିଳା ମୁର୍ମୁ କହିଛନ୍ତି। 

ଜୀବନ ପ୍ରତି ବିପଦ ଥିବାରୁ ଶାଙ୍କ ମୁର୍ମୁ ପୋଲିସରେ ଅଭିଯୋଗ କରିନଥିଲେ। କିନ୍ତୁ କୌଣସି ପ୍ରକାରେ ଖବର ପାଇଁ ଅଡବା ପୋଲିସ ଟିମ ଶାଙ୍କଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଘଟଣାକୁ ଗମ୍ଭୀରତା ସହ ନେଇ ଏସଡିପିଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ଅନ୍ୟପଟେ ପୀଡିତ ଶାଙ୍କ ତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡିଛନ୍ତି। ଶାଙ୍କଙ୍କ ଛୋଟ ଛୋଟ ସନ୍ତାନ ଥିବା ବେଳେ ସେ ଘରର ଏକ ମାତ୍ର ରୋଜଗାରିଆ ଥିଲେ।