Japan Earthquake: ନୂଆଦିଲ୍ଲୀ, ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସେଣ୍ଟ୍ରାଲ ଜାପାନରେ ଭୂକମ୍ପ ଘଟିଛି। ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ପ୍ରଥମ ଭୂମିକମ୍ପର ୧୦ ମିନିଟ୍ ପରେ ସେହି ଅଞ୍ଚଳରେ ଦ୍ୱିତୀୟ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା କାଶିୱାଜାକି- କାରିୱା ପରମାଣୁ କାରଖାନାରେ ଏବେ କାମ ବନ୍ଦ କରାଯାଇ କ୍ଷୟକ୍ଷତିର ଆକଳକ କରାଯାଉଛି। ଭୂମିକମ୍ପ କେନ୍ଦ୍ରିଭୂତ ହୋଇଥିବା ଏହି ସ୍ଥାନରେ ଜାନୁଆରୀ ମାସରେ ମଧ୍ୟ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। 


ଅନ୍ୟପଟେ ଜାନୁଆରି ମାସ ୨୦୨୪ ମସିହାରେ ଜାପାନରେ ଅଘଟଣ ପରେ ଅଘଟଣ ଘଟିଥିଲା। ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡ଼ି ଆସିଥିଲା ସୁନାମୀ। ସମୁଦ୍ରରେ ୧ ମିଟର ଉଚ୍ଚତାର ଉଠିଥିଲା ଜୁଆର। ଆଗକୁ ଉତ୍ତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଅନୁମାନ କରାଯାଇଥିଲା। ଲୋକଙ୍କୁ ସତର୍କ କରିଥିଲା ଜାପାନ ପାଣିପାଗ ବିଭାଗ। ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଆଜି ସକାଳୁ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।