Survey on Pollution: ଦିପାବଳୀ ପରେ ବିଗିଡି ଯାଇଛି ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁମଣ୍ଡଳ। ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଶିଖରରେ ପହଞ୍ଚିଛି। ଏବେ ଦିଲ୍ଲୀ-ଏନସିଆର ଅଞ୍ଚଳ ମଧ୍ୟ ବିଶ୍ୱର ସର୍ବାଧିକ ପ୍ରଦୂଷିତ ତାଲିକାରେ ସାମିଲ ହୋଇଛି। ପଡୋଶୀ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପାଳ ଜଳିବା ପ୍ରକ୍ରିୟା ମଧ୍ୟ ଦିନକୁ ଦିନ ବଢିଚାଲିଛି। ଏହାର ପ୍ରଭାବ ଦିଲ୍ଲୀର ପ୍ରଦୂଷଣ ରୂପରେ ଦେଖାଯାଉଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଏନସିଆର (NCR) ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ୪୦୦-୫୦୦ ମଧ୍ୟରେ ରହିଛି। ଯାହା ଅତ୍ୟନ୍ତ ଖରାପ ବର୍ଗରେ ଅଛି। ଏହି ସମୟରେ, ଅଧିକାଂଶ କ୍ଷେତ୍ରର ଏକ୍ୟୁଆଇ ୩୦୦ ଅର୍ଥାତ ଅତି ଗୁରୁତର ବର୍ଗରେ ରହିଛି। ରାଷ୍ଟ୍ରୀୟ ରାଜଧାନୀରେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣ ମଧ୍ୟ ବାୟୁମଣ୍ଡଳକୁ ବିଷାକ୍ତ କରୁଛି।


Also Read: Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ


ନିକଟରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବଢୁଥିବା ବାୟୁ ପ୍ରଦୂଷଣକୁ (Air Pollution in Delhi NCR) ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ୯ ହଜରୁ ଅଧିକ ଲୋକଙ୍କୁ ଅନ୍ତର୍ଭୂକ୍ତ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଥିଲା ଯେ ୭୦ ପ୍ରତିଶତ ଲୋକ ନିଜ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅନୁଭବ କରୁଛନ୍ତି। ଅବଶିଷ୍ଟ ୩୦ ପ୍ରତିଶତ ଲୋକ ଜଣାଛନ୍ତି ଯେ ଏହା ଦ୍ୱାରା ସେମାନଙ୍କ ବୃଦ୍ଧ ପିତାମାତା ଏବଂ ଜେଜେ ବାପା ଜେଜେ ମାଆ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ବିଦ୍ୟାଳୟ ଯାଉଥିବା ଛୋଟ ପିଲା ମଧ୍ୟ ବାୟୁ ପ୍ରଦୂଷଣର ଶିକାର ହୋଇ ନିଜକୁ ଅସୁସ୍ଥ ଅନୁଭବ କରୁଛନ୍ତି।


କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଏହି ସମୟରେ ବାୟୁ ପ୍ରଦୂଷଣ ହେତୁ ତାଙ୍କ ପରିବାରର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଏହା ସହିତ ଦିଲ୍ଲୀରେ ରହୁଥିବା ସୁସ୍ଥ ଲୋକ ମଧ୍ୟ ବାୟୁ ପ୍ରଦୂଷଣର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି। ସେମାନେ ଅକାଳରେ ଆସ୍ଥମା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିବା ଏବଂ ଫୁସଫୁସ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।


Also Read: Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ


ଏହି ସର୍ଭେରେ ଭାଗ ନେଇଥିବା ୨୭% ଲୋକ ମଧ୍ୟ ଦିଲ୍ଲୀ ଛାଡିବାକୁ ଚିନ୍ତା କରୁଛନ୍ତି। ଯାହା ଦ୍ୱାରା ସେମାନେ ନିଜକୁ ଏବଂ ସେମାନଙ୍କ ପରିବାରକୁ ଦିନକୁ ଦିନ ବଢି  ଚାଲୁଥିବା ପ୍ରଦୂଷଣରୁ ରକ୍ଷା କରିପାରିବେ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏପରି ୭୨% ପରିବାର ଅଛନ୍ତି ଯେଉଁମାନେ ବିଷାକ୍ତ ବାୟୁରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ୨୦୨୨ ବିଷାକ୍ତ ବାୟୁ ଗୁଣବତ୍ତା ସୂଚକାଙ୍କର ଅଷ୍ଟମ ବର୍ଷ ହୋଇଥିଲେ ମଧ୍ୟ ତିନୋଟିରୁ କେବଳ ଗୋଟିଏ ଘରେ ବାୟୁ ବିଶୋଧନ ବ୍ୟବସ୍ଥା କରାଯାଇଛି। ଅଧିକାଂଶ ଲୋକ କେବଳ ମାସ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବିଶ୍ୱାସ କରନ୍ତି। ମାସ୍କ ଚାହିଦା କୋରୋନା ମହାମାରୀ ସମୟରେ ବଢିଥିଲା। ଯାହା ବର୍ତ୍ତମାନ ବାୟୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛି।