ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କୋରୋନା ମହାମାରୀ ମଧ୍ୟରେ କେନ୍ଦ୍ର କର୍ମଚାରୀମାନେ ଖୁବ୍ ଶୀଘ୍ର ଖୁସି ଖବର ପାଇପାରନ୍ତି । ଗତ ବର୍ଷ କୋରୋନା କାରଣରୁ ମୋଦି ସରକାର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (dearness allowance) ଓ ମହଙ୍ଗା ରିଲିଫ୍ (DR) ଉପରେ ରୋକ ଲଗାଇଦେଇଥିଲେ । କିନ୍ତୁ ଆସନ୍ତା ଜୁଲାଇ ମାସରୁ ସେମାନଙ୍କୁ ପୁନର୍ବାର ଏହା ମିଳିବା ଆରମ୍ଭ ହୋଇଯିବ । ଯାହା ଫଳରେ ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ବର୍ତ୍ତମାନ ୨୮ ପ୍ରତିଶତ ହାରରେ ଦେଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୪୦୮୯ କୋରୋନା ଆକ୍ରାନ୍ତ


ମୋଦି ସରକାର (Modi Govt) ସଂସଦରେ କହି ସାରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରୁ ଅଟକି ରହିଥିବା ମହଙ୍ଗା ଭତ୍ତା (DA) ପୁଣିଥରେ ଆରମ୍ଭ କରିଦିଆଯିବ । ମହଙ୍ଗା ଭତ୍ତା ଯାହା ବର୍ତ୍ତମାନ ୧୭ ପ୍ରତିଶତ ହାରରେ ମିଳୁଛ, ଏଥିରେ ୧୧ ପ୍ରତିଶତ ବୃଦ୍ଧି କରାଯାଇପାରେ । ଅର୍ଥାତ୍ ଏହା ସିଧା ସଳଖ ୨୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । 


ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା


ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କୋରୋନା ସଂକ୍ରମିତ ଘରୋଇ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ସହ ଛୁଟି


ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।