କେନ୍ଦ୍ର ସରକାର ଏହି ସମୟରେ ଦେବେ ମହଙ୍ଗା ଭତ୍ତା (DA), ଜାଣନ୍ତୁ କେବେ ମିଳିବ ଲାଭ
କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀରୁ ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ସେ କର୍ମଚାରୀ ଏବଂ ପେନସନଭୋଗୀ (Employees and Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା ବନ୍ଦ କରୁଛନ୍ତି ।
ନୂଆଦିଲ୍ଲୀ: 7th pay commission: କୋରୋନା ମହାମାରୀ ଯୋଗୁଁ ଅନେକ କିଛି ବଦଳି ଯାଇଛି । ସାଂସଦ, ବିଧାୟକ, ସୁପ୍ରିମକୋର୍ଟର ବିଚାରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦରମା ହ୍ରାସ କରାଯାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କଟାଯାଇ ନଥିଲା, କିନ୍ତୁ ସରକାର ସେମାନଙ୍କୁ ପ୍ରତିବର୍ଷ ଦେଉଥିବା ମହଙ୍ଗା ଭତ୍ତା (Dearness Allowance) ବନ୍ଦ କରିଦେଇଥିଲେ । କିନ୍ତୁ ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି । କେବଳ ସରକାରୀ କର୍ମଚାରୀଙ୍କ ପାଇଁ ନୁହେଁ, ପେନସନଭୋଗୀଙ୍କ ପାଇଁ ମଧ୍ୟ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି ?
DA ରେ ୪ ପ୍ରତିଶତ ବୃଦ୍ଧି
କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀରୁ ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ସେ କର୍ମଚାରୀ ଏବଂ ପେନସନଭୋଗୀ (Employees and Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା ବନ୍ଦ କରୁଛନ୍ତି । ଏବଂ ଏହି ଭତ୍ତା ଆସନ୍ତା ବର୍ଷ ମଧ୍ୟ ମିଳିବ ନାହିଁ । ଯଦିଓ ଏହି ଭତ୍ତା ଉପରେ ଜୁଲାଇ ପର୍ଯ୍ୟନ୍ତ ରୋକ ଲାଗିଛି, କିନ୍ତୁ ଯେତେବେଳେ ଭତ୍ତା ମିଳିବା ଆରମ୍ଭ ହେବ, ସରକାର ଏହାକୁ ୪ ପ୍ରତିଶତ ବୃଦ୍ଧି କରିବେ । ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଜୁଲାଇ ୨୦୨୧ରୁ ଡିଏ ୪ ପ୍ରତିଶତ ବୃଦ୍ଧି ପାଇବ ।
ଅଧିକ ପଢ଼ନ୍ତୁ:-'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'
କେନ୍ଦ୍ର ସରକାରଙ୍କ ଉପରେ ଦରମା ଓ ପେନସନର ବଡ଼ ବୋଝ
ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ସେବା ଅନ୍ତର୍ଗତ ୫୦ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏଥି ସହିତ ପ୍ରାୟ ୬୧ ଲକ୍ଷ ପୂର୍ବତନ କର୍ମଚାରୀଙ୍କୁ ସରକାର ପେନସନ୍ ପ୍ରଦାନ କରୁଛନ୍ତି । ଏଥିପାଇଁ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ ହୁଏ । କିନ୍ତୁ ଏଥର କୋରୋନା ମହାମାରୀ ସରକାରଙ୍କ ବଜେଟକୁ ଗଡ଼ବଡ଼ କରିଦେଇଛି ।