ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି ?
Advertisement

ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି ?

ଯେତେବେଳେ ସେ ୧୯୭୨ରେ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ମୁମ୍ବାଇରୁ ଲେଖାଯାଇଥିବା ଏକ ଚିଠିରେ ଏହି ସୂଚନା ପାଇଥିଲେ ।

ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି ?

ନୂଆଦିଲ୍ଲୀ: US Election 2020: ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସ (Kamala Harris)ଙ୍କର ସମ୍ପର୍କ ଭାରତର ତାମିଲନାଡୁ ସହିତ ରହିଛି । କିନ୍ତୁ ତାମିଲନାଡୁ ସହିତ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କର ମଧ୍ୟ କୌଣସି ସମ୍ପର୍କ ଅଛି କି? ଯେତେବେଳେ ଡେମୋକ୍ରାଟିକ୍ ପାର୍ଟି ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଏବଂ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ଲଣ୍ଡନର କିଙ୍ଗ୍ସ କଲେଜରେ ପ୍ରଫେସର ଟିମ ଭିଲାସେ-ୱିଲସେ 'ଗେଟୱେହାଉସ.ଇନ' ନାମକ ୱେବସାଇଟରେ ପ୍ରକାଶିତ ଏକ ଆର୍ଟିକିଲରେ ସଙ୍କେତ ଦେଇଥିଲେ ଯେ ବାଇଡେନଙ୍କ ପରିଜନ ମଧ୍ୟ ଚେନ୍ନାଇରେ ରହିଥାଇ ପାରନ୍ତି ।

ବର୍ତ୍ତମାନ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଟିମଙ୍କ ପ୍ରବନ୍ଧ ଧ୍ୟାନ ଆକର୍ଷଣ କରୁଛି । ଜୋ ବାଇଡେନ ଜୁଲାଇ ୨୦୧୩ରେ ଆମେରିକାର ଉପରାଷ୍ଟ୍ରପତି ଭାବରେ ମୁମ୍ବାଇ ଆସିଥିଲେ । ସେତେବେଳେ ସେ କହିଥିଲେ ଯେ ତାଙ୍କ ପୂର୍ବପୁରୁଷମାନେ ଏହି ସହରରେ ରହୁଥିଲେ । ୱାଶିଂଟନ୍ ଡିସିରେ ୨୦୧୫ ଭାଷଣରେ ବାଇଡେନ କହିଥିଲେ ଯେ ତାଙ୍କ ଜେଜେବାପାଙ୍କ ପିତା ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ କ୍ୟାପ୍ଟେନ ଥିଲେ । ଯେତେବେଳେ ସେ ୧୯୭୨ରେ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ମୁମ୍ବାଇରୁ ଲେଖାଯାଇଥିବା ଏକ ଚିଠିରେ ଏହି ସୂଚନା ପାଇଥିଲେ ।

ଅଧିକ ପଢ଼ନ୍ତୁ:-ଇଟାଲୀରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ସ୍ଥିତି ନିୟନ୍ତ୍ରଣ ବାହାରେ 

ଜର୍ଜ ବାଇଡେନଙ୍କ ହିଁ ବଂଶଧର 

ବାଇଡେନ କହିଛନ୍ତି ଯେ, "ଯେଉଁ ବ୍ୟକ୍ତି ତାଙ୍କୁ ଏହି ଚିଠି ପଠାଇଥିଲେ ତାଙ୍କ ନାମ ମଧ୍ୟ ବାଇଡେନ । ସେତେବେଳେ ସେ ଏହି ଚିଠିକୁ ଅଧିକ ଧ୍ୟାନ ଦେଇନଥିଲେ । ୱାଶିଂଟନ୍‌ରେ ହୋଇଥିବା ଏହି ବାର୍ତ୍ତାଳାପରେ ଜୋ ବାଇଡେନ କହିଛନ୍ତି ଯେ ମୁମ୍ବାଇ ସହରରେ ବାଇଡେନ ଉପନାମାର ପାଞ୍ଚ ଜଣ ଲୋକ ବାସ କରନ୍ତି । ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିନାୟକ ଜର୍ଜ ବାଇଡେନ (George Biden) ଙ୍କ ବଂଶଧର ।"

ଟିମ୍ ଭିଲାସେ ତାଙ୍କ ପ୍ରବନ୍ଧରେ ଏହି ସବୁ ବିଷୟ ବର୍ଣ୍ଣନା କରିଛନ୍ତି । ଟିମ୍ ଭିଲାସେ କହିଛନ୍ତି ଯେ ଭାରତରେ ବାଇଡେନ ନାମକ ବ୍ୟକ୍ତିଙ୍କ କୌଣସି ରେକର୍ଡ ନାହିଁ। ଯଦିଓ ସେ ନିଶ୍ଚିତ ଭାବରେ କହିଛନ୍ତି ଯେ ୱିଲିୟମ୍ ହେନେରୀ ବାଇଡେନ ଏବଂ ଖ୍ରୀଷ୍ଟୋଫର ବାଇଡେନ ନାମକ ଦୁଇଜଣ ବ୍ୟକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରିଛନ୍ତି ।

ଅଧିକ ପଢ଼ନ୍ତୁ:-'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'

ଟିମ୍ ଭିଲାସେଙ୍କ ଅନୁଯାୟୀ, ୱିଲିୟମ୍ ହେନେରୀ ବାଇଡେନ ଏବଂ ଖ୍ରୀଷ୍ଟୋଫର ବାଇଡେନ ଭାଇ ଥିଲେ । ସେମାନେ ଇଂଲଣ୍ଡରୁ ଚାଇନାକୁ ଯାଉଥିବା ଜାହାଜରେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ ।