7th pay commission: ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର, ବଢିପାରେ ଆପଣଙ୍କ ଦରମା
କୋରୋନା ମହାମାରୀରୁ (Corona Pandemic) ଧୀରେଧୀରେ ସ୍ୱାଭାବିକ ହେଉଛି ଦେଶ ।
ନୂଆଦିଲ୍ଲୀ: କୋରୋନା ମହାମାରୀରୁ (Corona Pandemic) ଧୀରେଧୀରେ ସ୍ୱାଭାବିକ ହେଉଛି ଦେଶ । ଏହା ସହିତ ଟ୍ରାକକୁ ଫେରୁଛି ଦେଶର ଅର୍ଥ ବ୍ୟବସ୍ଥା । ପୂର୍ବାସ୍ଥିତିକୁ ଦେଶ ସ୍ୱାଭାବିକ ହେଉଥିବା ବେଳେ କେନ୍ଦ୍ର ସରକାର ଚାକିରିଆଙ୍କୁ ଏକ ଗୁଡ଼ ନ୍ୟୁଜ ଦେଇଛନ୍ତି । କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ମଧ୍ୟ ଆଶା କରୁଛନ୍ତି ଯେ ସେମାନଙ୍କ ଡିଏ ଶୀଘ୍ର ଘୋଷଣା କରାଯିବ। ସରକାରୀ ଘୋଷଣାକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀମାନେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି। ବଜେଟ୍ ପରେ ପ୍ରତିଦିନ କଷ୍ଟକର ପରିସ୍ଥିତି ଦେଇ ଗତି କରୁଛି । କାରଣ ସମସ୍ତ All India Consumer Price Index ଘୋଷଣା କରାଯାଇଛି ଏବଂ ବର୍ତ୍ତମାନ ଡିଏ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି।
ଅଧିକ ପଢନ୍ତୁ: ବାଇଡେନଙ୍କ ସହିତ ଆଲୋଚନା କଲେ ମୋଦି, କହିଲେ...
ଡିଏ ବୃଦ୍ଧି ହେବାର ଖବର ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି । ସରକାର କହିଛନ୍ତି କି ପୂର୍ବରୁ ୧୭ ପ୍ରତିଶତ ଡିଏ ବୃଦ୍ଧି ନେଇ ଆଲୋଚନା ହୋଇଛି । ସେହି ହିସାବରେ କର୍ମଚାରୀମାନେ ଦରମା ପାଇ ଆସୁଛନ୍ତି। ତେବେ ଏହି ଡିଏ ଉପରେ ଅଧିକ ବୃଦ୍ଧି ନେଇ ସରକାରୀ କର୍ମଚାରୀମାନେ ଆଶା ରଖିଛନ୍ତି । ସେପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ଜୁନ ମାସ ପରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କାରଣ କୋରୋନା ସଂକଟ ସମୟରେ ବଢିଥିବା ଡିଏ ରାଶି ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଲାଗୁ ହୋଇଛି । ଏହା ପରେ ବର୍ଦ୍ଧିତ ଡିଏ ରାଶି ମିଳିବାର ସମ୍ଭାବନା ରହିଛି । ତେବେ ସରକାର ଡିଏ ଉପରେ ଏକ ସକରାତ୍ମକ ନିଷ୍ପତ୍ତି ନେଇ ପାରନ୍ତି ବୋଲି ସରକାରୀ କର୍ମଚାରୀ ଆଶା କରିଛନ୍ତି।
ଅଧିକ ପଢନ୍ତୁ: ଲାଲକିଲ୍ଲା ହିଂସାର ଖୋଲିବ ଗୁମର; ୧୪ ଦିନ ପରେ ଦୀପ ସିନ୍ଧୁ ଗିରଫ
ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ବେସିକ ଦରମା ଓ ପେନସନକୁ ଧ୍ୟାନରେ ରଖି ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ । ଡିଏ ଓ ଡିଆରର ଖର୍ଚ୍ଚ ବାର୍ଷିକ ୧୨,୫୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମାତ୍ର ଏହା ବୃଦ୍ଧି ପାଇଁ ୧୪୫୯୫ କୋଟି ଟଙ୍କା ହେବାର ସମ୍ଭାବନା ରହିଛି ।