ବାଇଡେନଙ୍କ ସହିତ ଆଲୋଚନା କଲେ ମୋଦି, କହିଲେ...
Advertisement

ବାଇଡେନଙ୍କ ସହିତ ଆଲୋଚନା କଲେ ମୋଦି, କହିଲେ...

ଉଭୟ ଦେଶର ନେତାଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଅତ୍ୟନ୍ତ ସକରାତ୍ମକ ଥିଲା।

ବାଇଡେନଙ୍କ ସହିତ ଆଲୋଚନା କଲେ ମୋଦି, କହିଲେ...

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି (USA President) ଜୋ ବାଇଡେନ (Joe Biden) ଭାରତର ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦିଙ୍କ (Narendra Modi) ସହ ଫୋନ ଯୋଗେ କଥା ହୋଇଛନ୍ତି। ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବାଇଡେନ (Biden) ଓ ମୋଦିଙ୍କ (Modi) ମଧ୍ୟରେ ଏହା ହେଉଛି ପ୍ରଥମ ଟେଲିଫୋନିକ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଟ୍ୱିଟ କରି ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ (Joe Biden) ସହ ବାର୍ତ୍ତାଳାପରେ ତାଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଅଧିକ ପଢନ୍ତୁ: ଉତ୍ତରାଖଣ୍ଡ ବିପର୍ଯୟ, ଓଡ଼ିଆ ଯୁବକ ନିଖୋଜ

ଉଭୟ ଦେଶର ନେତାଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଅତ୍ୟନ୍ତ ସକରାତ୍ମକ ଥିଲା। ଭାରତ ଏବଂ ଆମେରିକାର ପ୍ରାଥମିକତା ସହିତ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଲୋଚନା ସମୟରେ ଦୁଇ ଦେଶ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସହଯୋଗ ଏବଂ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।

ଜୋ ବାଇଡେନ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ହ୍ୱାଇଟ ହାଉସ ଏକ ବିବୃତ୍ତି ଜାରି କରିଛି। ହ୍ୱାଇଟ ହାଉସ ନିଜ ବିବୃତ୍ତିରେ କହିଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟ ମଧ୍ୟରେ ପିଏମ ମୋଦି ଏବଂ ବାଇଡେନ ରଣନୀତିକ ଭାଗିଦାରୀ ଉପରେ ସହମତ ହୋଇଥିଲେ।

ଅଧିକ ପଢନ୍ତୁ: ଲାଲକିଲ୍ଲା ହିଂସାର ଖୋଲିବ ଗୁମର; ୧୪ ଦିନ ପରେ ଦୀପ ସିନ୍ଧୁ ଗିରଫ

ହ୍ୱାଇଟ ହାଉସ ନିଜ ବିବୃତ୍ତିରେ କହିଛି ଯେ ଜୋ ବାଇଡେନ ସାରା ବିଶ୍ୱରେ ଗଣତନ୍ତ୍ରର ବିସ୍ତାର ବିଷୟରେ ଆଲୋଚନା କରିଛନ୍ତି। ବାଇଡେନ ଭାରତ ସହ ଦୃଢ ସମ୍ପର୍କକୁ ସମର୍ଥନ କରିଥିଲେ। ଏହି ଆଲୋଚନା ସମ୍ପର୍କରେ ଆମେରିକାର ରାଷ୍ଟ୍ରଦୂତ ଟି.ଏସ୍ ସାନ୍ଧୁ କହିଛନ୍ତି ଯେ ଭାରତ ଏବଂ ଆମେରିକା ମିଳିତ ଭାବେ ବିଶ୍ୱ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ସେ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ଅଧିକ ପଢନ୍ତୁ: ଭାରତରେ କେବେ ଆସିବ 5G? ସଂସଦୀୟ କମିଟି ଦେଲା ଏପରି ଉତ୍ତର

ଏହା ଜଣା ଯେ ଜୋ ବାଇଡେନ ୨୦ ଜାନୁଆରୀରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ପିଏମ ମୋଦିଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତା ତାଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦି ଟ୍ୱିଟରରେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଏବଂ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ଏକାଠି ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା |