ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Pensioners, Central Government employees: ଭାରତୀୟ ରେଳବାଇର କର୍ମଚାରୀମାନେ ବର୍ତ୍ତମାନ ଅନଲାଇନରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ସହ ଜଡିତ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ରେଳବାଇ (Indian Railways) ଡିଜିଟାଲ୍ ମାନବ ସମ୍ବଳ ପରିଚାଳନା (HRMS) ସିଷ୍ଟମ୍ ଆରମ୍ଭ କରିଛି । ଉନ୍ନତ ଉତ୍ପାଦକତା ଓ କର୍ମଚାରୀଙ୍କ ସନ୍ତୁଷ୍ଟି ପାଇଁ ଏହି ସିଷ୍ଟମ୍ ସଂପୂର୍ଣ୍ଣ ଅନ୍ଲାଇନରେ କାର୍ଯ୍ୟ କରିବ । ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ବିନୋଦ କୁମାର ଯାଦବ (Railway Board Chairman and CEO Vinod Kumar Yadav) ଏହାକୁ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଞ୍ଚ କରିଛନ୍ତି । ଏହା ଦ୍ୱାରା କର୍ମଚାରୀଙ୍କ ସହ ପେନସନଭୋଗୀମାନେ ମଧ୍ୟ ଉପକୃତ ହେବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO


ଏକ ଆଧିକାରୀକ ବୟାନରେ କୁହାଯାଇଛି ଯେ, ଏହି ପଦକ୍ଷେପ ରେଳ ବ୍ୟବସ୍ଥାର ଦକ୍ଷତା ଓ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।


ଏଗୁଡ଼ିକର ପୃଥକ ପୃଥକ ମଡ୍ୟୁଲ୍ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି PF ଆଡଭାନ୍ସ ମଡ୍ୟୁଲ୍, ଯାହା କର୍ମଚାରୀମାନଙ୍କୁ ସେମାନଙ୍କର PF ବାଲାନ୍ସ ଯାଞ୍ଚ କରିବାକୁ ଏବଂ PF ଆଡଭାନ୍ସ ପାଇଁ ଅନଲାଇନରେ ଆବେଦନ କରିବାକୁ ଅନୁମତି ଦେଇଥାଏ । ଅନଲାଇନ୍ ଯୋଗୁଁ ପ୍ରକ୍ରିୟା ଠିକ୍ ସମୟରେ ଶେଷ ହେବ । ଅର୍ଥାତ୍ କର୍ମଚାରୀମାନେ ଘରେ ବସି ପିଏଫ୍ ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ରେଳୱେ ଅନୁଯାୟୀ, ଏହାର ସବୁଠାରୁ ବଡ ହିତାଧିକାରୀ ଅବସରପ୍ରାପ୍ତ କର୍ମଚାରୀ ହେବେ ।


ଅଧିକ ପଢ଼ନ୍ତୁ:-ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ! ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ଜିନପିଙ୍ଗ


ସେପଟେ ବର୍ତ୍ତମାନ କୋରୋନା ସଙ୍କଟ ଯୋଗୁଁ ସରକାର ଜୁନ୍ ୨୦୨୧ ଯାଏ ମହଙ୍ଗା ଭତ୍ତା ବୃଦ୍ଧିକୁ ରୋକି ଦେଇଛନ୍ତି । କର୍ମଚାରୀମାନଙ୍କୁ ପୂର୍ବ ହାରରେ ୧୭ ପ୍ରତିଶତ DA ଦିଆଯାଉଛି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଚଳିତ ବର୍ଷ ବୃଦ୍ଧି ପାଇବ ନାହିଁ ।