ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୧ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ମିଳିବ ୨ ମାସର ବକେୟା ରାଶି
DA ରେ ୧୧ ପ୍ରତିଶତ ବୃଦ୍ଧି ସହିତ ସରକାରୀ କୋଷ ଉପରେ ପ୍ରତି ମାସ ୩୭୮ କୋଟି ଟଙ୍କାର ଖର୍ଚ୍ଚ ବଢ଼ିବ ।
ନୂଆଦିଲ୍ଲୀ: 7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ (central government employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀମାନେ (state government employees) ମଧ୍ୟ ଏହାର ସୁବିଧା ପାଇବା ଆରମ୍ଭ କରିଛନ୍ତି । ଏହି କ୍ରମରେ, ବର୍ତ୍ତମାନ ଗୁଜୁରାଟ ସରକାର (Gujarat Government) ମଧ୍ୟ ଏହାର ସରକାରୀ କର୍ମଚାରୀ (government employees) ଓ ପେନସନଭୋଗୀ (pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (DA) ୧୧ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ହେବାକୁ ଯାଉଛି ।
ଗୁଜୁରାଟର ସରକାରୀ କର୍ମଚାରୀଙ୍କ ବଢ଼ିଲା DA
ଗୁଜୁରାଟ ସରକାରଙ୍କ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ମଧ୍ୟ ଜୁଲାଇ ୧, ୨୦୨୧ରୁ ଲାଗୁ ହେବ ବୋଲି ମନେ କରାଯିବ । ଏହି ବୃଦ୍ଧି ପରେ ଗୁଜୁରାଟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ଘଟି ୨୮ ପ୍ରତିଶତ ହୋଇଛି । ଅର୍ଥାତ୍ କେନ୍ଦ୍ର କର୍ମଚାରୀ ଓ ଗୁଜୁରାଟର ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏକ ସମାନ ହୋଇଯାଇଛି ।
ଅଧିକ ପଢ଼ନ୍ତୁ:-ଆଜି ବି ଭିଜିବ ଓଡ଼ିଶା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୧୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ଏସବୁ ଜିଲ୍ଲାରେ ୨ ଦିନ ବନ୍ଦ ରହିବ ସ୍କୁଲ
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
୯.୬୧ ଲକ୍ଷ କର୍ମଚାରୀ ଓ ୪.୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ
ମହଙ୍ଗା ଭତ୍ତା (DA) ର ଏହି ବୃଦ୍ଧିର ଲାଭ ରାଜ୍ୟ ସରକାରୀ ଅଧିକାରୀ, କର୍ମଚାରୀ, ପଞ୍ଚାୟତ ପଦାଧିକାରୀ, କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିବ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗୁଜୁରାଟର ଡେପୁଟି ସିଏମ ନିତିନ ପଟେଲ ଏହାର ଘୋଷଣା କରିଛନ୍ତି । କେବଳ ସେପ୍ଟେମ୍ବର ମାସର ଦରମାଠାରୁ ରାଜ୍ୟର କର୍ମଚାରୀମାନେ ମହଙ୍ଗା ଭତ୍ତାର ବୃଦ୍ଧି ପାଇବାର ଲାଭ ପାଇବେ । ପଟେଲ କହିଛନ୍ତି ଯେ ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ୯.୬୧ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଓ ପଞ୍ଚାୟତ କର୍ମଚାରୀଙ୍କୁ ମିଳିବ । ଏହା ସହିତ ୪.୫ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ ।
କେବଳ ଏତିକି ନୁହେଁ, ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ଗୁଜୁରାଟ ସରକାର ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ତଥା ଗୁଜୁରାଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସୋସାଇଟି (GMERS) ମେଡିକାଲ କଲେଜଗୁଡ଼ିକର ଶିକ୍ଷକମାନଙ୍କ ପାଇଁ ନନ୍ ପ୍ର୍ୟାକ୍ଟିସ ଭତ୍ତା (NPA) ମଧ୍ୟ ପ୍ରଦାନ କରିବେ ।
ଦୁଇ ମାସର ବକେୟା ମଧ୍ୟ ମିଳିବ
DA ରେ ୧୧ ପ୍ରତିଶତ ବୃଦ୍ଧି ସହିତ ସରକାରୀ କୋଷ ଉପରେ ପ୍ରତି ମାସ ୩୭୮ କୋଟି ଟଙ୍କାର ଖର୍ଚ୍ଚ ବଢ଼ିବ । ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ପଟେଲ ଏହା ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ମାସର ଦରମା ସହିତ DA ମଧ୍ୟ ଆସିବ । ଜୁଲାଇର ବକେୟା ଅକ୍ଟୋବରର ଦରମା ସହିତ ଆସିବ ଓ ଅଗଷ୍ଟ ବକେୟା ଆସନ୍ତା ବର୍ଷ ଜାନୁଆରୀରେ ମିଳିବ । ସେପ୍ଟେମ୍ବରର ବର୍ଦ୍ଧିତ ଡିଏ ଏହି ମାସର ଦରମା ସହିତ ମିଳିବ ।
ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ
ଅଧିକ ପଢ଼ନ୍ତୁ:-ପାକିସ୍ତାନ ଗାଲରେ ତାଲିବାନର ଶକ୍ତ ଚାପୁଡ଼ା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା