ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ
Advertisement
Article Detail0/zeeodisha/odisha984952

ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ

ଖବର ଅନୁଯାୟୀ, ବିରାଟ କୋହଲି (Virat Kohli) ଏହି ପ୍ରସଙ୍ଗରେ ରୋହିତ ଶର୍ମା (Rohit Sharma) ଓ ଟିମ୍ ମ୍ୟାନେଜମେଣ୍ଟ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ।

ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-20 ବିଶ୍ୱକପ (T20 World Cup) ପରେ ରୋହିତ ଶର୍ମା (Rohit Sharma) ଭାରତର ପରବର୍ତ୍ତୀ ଏକ ଦିବସୀୟ ଓ ଟି-20 ଦଳର ଅଧିନାୟକ ହୋଇପାରନ୍ତି । ଏଥି ସହିତ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି (Virat Kohli) ଟି-20 ଓ ଏକ ଦିବସୀୟ ଦଳର ଅଧିନାୟକତ୍ୱକୁ ଛାଡ଼ି ବ୍ୟାଟିଂ ଉପରେ ଧ୍ୟାନ ଦେଇପାରନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ଏହି କଥା ସାମ୍ନାକୁ ଆସିଛି ।

କୋହଲି ଅଧିନାୟକ ପଦ ଛାଡିବେ?

ଖବର ଅନୁଯାୟୀ, ବିରାଟ କୋହଲି (Virat Kohli) ଏହି ପ୍ରସଙ୍ଗରେ ରୋହିତ ଶର୍ମା (Rohit Sharma) ଓ ଟିମ୍ ମ୍ୟାନେଜମେଣ୍ଟ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ବାପା ହେବା ପରେ ବିରାଟ କୋହଲି ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ପଦକ୍ଷେପ ନେଇପାରନ୍ତି । କୋହଲି ନିଜେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ଘୋଷଣା କରିବେ । ସେ ବିଶ୍ୱାସ କରନ୍ତି ଯେ ସେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଓ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ଫେରିଯିବା ଆବଶ୍ୟକ ।

ରୋହିତ ଶର୍ମା ଅଧିନାୟକ ହୋଇପାରନ୍ତି

ବିସିସିଆଇ (BCCI) ସୂତ୍ର TOI କୁ କହିଛି ଯେ ବିରାଟ କୋହଲି (Virat Kohli) ରୋହିତ ଶର୍ମା (Rohit Sharma) ଙ୍କ ସହ ଅଧିନାୟକ ଦାୟିତ୍ୱ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି । ବିଗତ କିଛି ମାସ ମଧ୍ୟରେ ରୋହିତ ଶର୍ମା ଓ ଦଳର ପରିଚାଳନା ସହ ବିରାଟ କୋହଲି ଦୀର୍ଘ ଦିନ ଧରି ଆଲୋଚନା କରିଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ବିଜୟ ପରଠାରୁ ଏହି ବାର୍ତ୍ତାଳାପ ଚାଲିଥିଲା ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଗାଲରେ ତାଲିବାନର ଶକ୍ତ ଚାପୁଡ଼ା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

କୋହଲିଙ୍କ ବ୍ୟାଟିଂ ହୋଇଛି ପ୍ରଭାବିତ 

ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକତ୍ୱର ଚାପ ଯୋଗୁଁ କୋହଲି (Virat Kohli) ଙ୍କ ବ୍ୟାଟିଂ ପ୍ରଭାବିତ ହେଉଛି । କୋହଲି ଆହୁରି ମଧ୍ୟ ଅନୁଭବ କରୁଛନ୍ତି ଯେ ତାଙ୍କ ବ୍ୟାଟିଂ ଫର୍ମାଟରେ ଅଧିକ ସମୟ ଓ ଅଧିକ ଗତିର ଆବଶ୍ୟକ ରହିଛି । ସେମିତିରେ ବି ୨୦୨୨ରୁ ୨୦୨୩ ମଧ୍ୟରେ ଭାରତକୁ ଦୁଇଟି ବିଶ୍ୱକପ୍ (ODI ଓ T20) ଖେଳିବାକୁ ପଡିବ, ଯେଉଁପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ସୂତ୍ରରୁ ପ୍ରକାଶ ଯେ ବିରାଟ ମଧ୍ୟ ଅନୁଭବ କରିଛନ୍ତି ଯେ ସମସ୍ତ ଫର୍ମାଟରେ ଅଧିନାୟକ ଭାବରେ ତାଙ୍କର ସାମଗ୍ରିକ ଦାୟିତ୍ୱ ତାଙ୍କ ବ୍ୟାଟିଂରେ ପ୍ରଭାବ ପକାଉଛି । ତାଙ୍କୁ ସ୍ପେସ ଓ ଫ୍ରେଶନେଶ ଆବଶ୍ୟକ, କାରଣ ତାଙ୍କ ପାଖରେ ଦଳକୁ ଦେବା ପାଇଁ ବର୍ତ୍ତମାନ ମଧ୍ୟ ବହୁତ କିଛି ରହିଛି ।

ବିରାଟ ୫-୬ ବର୍ଷ କ୍ରିକେଟ୍ ଖେଳିପାରନ୍ତି

ଯଦି ରୋହିତ ଧଳା ବଲ ପାଇଁ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ବିରାଟ ଟେଷ୍ଟରେ ଭାରତର ନେତୃତ୍ୱ ଜାରି ରଖିପାରନ୍ତି ଓ ନିଜ ଟି-20 ଏବଂ ODI ବ୍ୟାଟିଂ ଉପରେ ଅଧିକ ଫୋକସ କରିପାରିବେ । ବିରାଟଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଛି ଓ ତାଙ୍କ ଫିଟନେସକୁ ଦେଖିଲେ କୁହାଯାଇପାରେ ଯେ ସେ ଅତି କମରେ ୫-୬ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେ ।

କୋହଲି ଓ ରୋହିତଙ୍କ ମଧ୍ୟରେ ଭଲ ସମ୍ପର୍କ 

TOI ସୂତ୍ରରୁ ପ୍ରକାଶ, "ଯଦି ଆମେ ରୋହିତ ଶର୍ମାଙ୍କ ବିଷୟରେ ଆଲୋଚନା କରିବା ତ ସେ ୫ଥର ଆଇପିଏଲ ଟାଇଟଲ ଜିତିଛନ୍ତି ଓ ଟି-20 ଅଧିନାୟକତ୍ୱର ରେକର୍ଡରେ ମଧ୍ୟ କାହାଠାରୁ ପଛରେ ନାହାଁନ୍ତି । ଯଦି ରୋହିତଙ୍କୁ କେବେ ଧଳା ବଲ ଅଧିନାୟକ ଭାବରେ ଦାୟିତ୍ୱ ନେବାକୁ ପଡିବ, ତେବେ ଏହା ହେଉଛି ସମୟ । ଯଦି ରୋହିତ ଅଧିନାୟକ ହୁଅନ୍ତି, ତେବେ ଏହା ଭାରତୀୟ ଦଳ ପାଇଁ ଏକ ଲାଭର ଚୁକ୍ତି ହେବ, କାରଣ ରୋହିତ ଓ ବିରାଟଙ୍କ ପରସ୍ପର ସହ ଟ୍ୟୁନିଂ ବହୁତ ଭଲ ରହିଛି ।"