ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ (Union Minister Jitendra Singh) ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ସିଧାସଳଖ କେନ୍ଦ୍ର କର୍ମଚାରୀ (Central Govt employees) ଙ୍କ ସହିତ ଜଡିତ । ଜାନୁଆରୀ ୧୮ରେ କରାଯାଇଥିବା ଏହି ଘୋଷଣାରେ ସେ କହିଛନ୍ତି ଯେ, ପଦୋନ୍ନତି ପ୍ରକ୍ରିୟାରେ ସରକାର ଖୁବ୍ ଶୀଘ୍ର କାର୍ଯ୍ୟ କରିବେ । ଏହା ସିଧାସଳଖ ୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କୁ ସପ୍ତମ ଅର୍ଥ ଆୟୋଗରେ ଅଧିକ ସୁବିଧା ଦେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏବେ ଲୋକସଭା ନିର୍ବାଚନ ହେଲେ ବିଜେପିକୁ ମାତ୍ ଦେଇପାରିବ କି କଂଗ୍ରେସ? ଜାଣନ୍ତୁ...


ଭାରତ ମଜଦୁର ସଂଘ (Bharatiya Mazdoor Sangh) ର ଏକ ପ୍ରତିନିଧି ଦଳ ସହିତ ଏକ ବୈଠକ ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଚ୍ଚୋଟ ଏବଂ ଭଲ ପ୍ରଦର୍ଶନକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଉଛି । ସଚ୍ଚୋଟତା ଏବଂ କାର୍ଯ୍ୟଦକ୍ଷତାକୁ ସବୁକିଛି ଉପରେ ଗୁରୁତ୍ୱ  ଦିଆଯାଉଛି । ପ୍ରତିନିଧୀଙ୍କ ସଦସ୍ୟମାନେ ବିଭିନ୍ନ ବିଭାଗ ସହ ଜଡିତ ସେବା ବିଷୟରେ ଆଲୋଚନା କରିଥିଲେ ।


ଅଧିକ ପଢ଼ନ୍ତୁ:-ଶିବରାଜ ସରକାରଙ୍କ ଉପରେ ଚାପ ବଢାଇବାକୁ ଲାଗିଛନ୍ତି ସିନ୍ଧିଆ!


ମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟ ଅନୁକୂଳ ପରିବେଶ ଯୋଗାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଯାହା ଦ୍ୱାରା ଅଧିକାରୀମାନେ ନିଜ କ୍ଷମତା ଅନୁସାରେ ଭଲ ପ୍ରଦର୍ଶନ କରିପାରିବେ । ଏହି ପରିପ୍ରେକ୍ଷୀରେ ସିଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିକଟରେ ଅନୁମୋଦିତ 'ମିଶନ୍ କର୍ମଯୋଗୀ' ସଂସ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସ୍ତରରେ ପଦୋନ୍ନତି ଏବଂ ଅଧିକାରୀଙ୍କ ନିଯୁକ୍ତି ସମ୍ପର୍କରେ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ପଦୋନ୍ନତି ପ୍ରକ୍ରିୟାକୁ ସହଜ କରିବାକୁ ଚେଷ୍ଟା କରୁଛି, କିନ୍ତୁ ସମୟ ସମୟରେ ଯାଚିକା ଦାଖଲ ହେତୁ ଏହା ବାଧାପ୍ରାପ୍ତ ହେଉଛି ।


ଅଧିକ ପଢ଼ନ୍ତୁ:-ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!


ସିଂ କହିଛନ୍ତି ଯେ, ସେ ବିଭିନ୍ନ କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି । କିଛି ସାମ୍ପ୍ରତିକ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ପୃଥକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଭାରତୀୟ ସର୍ବେକ୍ଷଣ ବିଭାଗର ଅଧିକାରୀଙ୍କ ପଦୋନ୍ନତି ଉପରେ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।