କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର
Advertisement
Article Detail0/zeeodisha/odisha833039

କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର

ଭାରତ ମଜଦୁର ସଂଘ (Bharatiya Mazdoor Sangh) ର ଏକ ପ୍ରତିନିଧି ଦଳ ସହିତ ଏକ ବୈଠକ ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଚ୍ଚୋଟ ଏବଂ ଭଲ ପ୍ରଦର୍ଶନକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଉଛି ।

କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଖୁବ୍ ଶୀଘ୍ର କେନ୍ଦ୍ରର ମୋଦି ସରକାର ମହଙ୍ଗା ଭତ୍ତା (DA) କୁ ଅପେକ୍ଷା କରୁଥିବା କେନ୍ଦ୍ର କର୍ମଚାରୀ (Central Govt employees) ଙ୍କୁ ବଡ଼ ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh) କହିଛନ୍ତି ଯେ, କେନ୍ଦ୍ର ଠିକ୍ ସମୟରେ ପଦୋନ୍ନତି ପାଇଁ ପ୍ରକ୍ରିୟାକୁ ସହଜ କରିବାକୁ ଚେଷ୍ଟା କରୁଛି, କିନ୍ତୁ ସମୟ ସମୟରେ ଅନେକ ମକଦ୍ଦମା ଦାୟର ହେତୁ ଏହା ବାଧାପ୍ରାପ୍ତ ହେଉଛି ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

ଭାରତ ମଜଦୁର ସଂଘ (Bharatiya Mazdoor Sangh) ର ଏକ ପ୍ରତିନିଧି ଦଳ ସହିତ ଏକ ବୈଠକ ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଚ୍ଚୋଟ ଏବଂ ଭଲ ପ୍ରଦର୍ଶନକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଉଛି । ସଚ୍ଚୋଟତା ଏବଂ କାର୍ଯ୍ୟଦକ୍ଷତାକୁ ସବୁକିଛି ଉପରେ ଗୁରୁତ୍ୱ  ଦିଆଯାଉଛି । ପ୍ରତିନିଧୀଙ୍କ ସଦସ୍ୟମାନେ ବିଭିନ୍ନ ବିଭାଗ ସହ ଜଡିତ ସେବା ବିଷୟରେ ଆଲୋଚନା କରିଥିଲେ ।

ଅଧିକ ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ CWC ବୈଠକରେ ନିଆଗଲା ବଡ ନିଷ୍ପତ୍ତି

ମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟ ଅନୁକୂଳ ପରିବେଶ ଯୋଗାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଯାହା ଦ୍ୱାରା ଅଧିକାରୀମାନେ ନିଜ କ୍ଷମତା ଅନୁସାରେ ଭଲ ପ୍ରଦର୍ଶନ କରିପାରିବେ । ଏହି ପରିପ୍ରେକ୍ଷୀରେ ସିଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିକଟରେ ଅନୁମୋଦିତ 'ମିଶନ୍ କର୍ମଯୋଗୀ' ସଂସ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସ୍ତରରେ ପଦୋନ୍ନତି ଏବଂ ଅଧିକାରୀଙ୍କ ନିଯୁକ୍ତି ସମ୍ପର୍କରେ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ପଦୋନ୍ନତି ପ୍ରକ୍ରିୟାକୁ ସହଜ କରିବାକୁ ଚେଷ୍ଟା କରୁଛି, କିନ୍ତୁ ସମୟ ସମୟରେ ଯାଚିକା ଦାଖଲ ହେତୁ ଏହା ବାଧାପ୍ରାପ୍ତ ହେଉଛି ।

ଅଧିକ ପଢ଼ନ୍ତୁ:-ଏବେ ଲୋକସଭା ନିର୍ବାଚନ ହେଲେ ବିଜେପିକୁ ମାତ୍ ଦେଇପାରିବ କି କଂଗ୍ରେସ? ଜାଣନ୍ତୁ...

ସିଂ କହିଛନ୍ତି ଯେ, ସେ ବିଭିନ୍ନ କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି । କିଛି ସାମ୍ପ୍ରତିକ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ପୃଥକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଭାରତୀୟ ସର୍ବେକ୍ଷଣ ବିଭାଗର ଅଧିକାରୀଙ୍କ ପଦୋନ୍ନତି ଉପରେ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।