ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ଅପେକ୍ଷା ଏହି ମାସରେ ଶେଷ ହୋଇଯିବ । ଏହି ଅନୁମାନ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (All India Consumer Price Index) ର ଘୋଷଣା ପରେ କରାଯାଉଛି । ରିପୋର୍ଟ ମୁତାବକ, ମୋଦି ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଯଦି ଏହା ଘଟେ ତେବେ କର୍ମଚାରୀଙ୍କ ଦରମା ବଢିବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା


ଯଦି ସରକାର ଡିଏ ବୃଦ୍ଧି କରିବାକୁ ଘୋଷଣା କରନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କୁ ଏହାର ବଡ଼ ଲାଭ ହେବ । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଉପରେ ଆଧାରିତ ହେବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୧୭ ପ୍ରତିଶତ DA ପାଉଛନ୍ତି କିନ୍ତୁ ଯଦି ଏହା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୨୫ ପ୍ରତିଶତରେ ପହଞ୍ଚିପାରେ । କାରଣ ଏହା ପୂର୍ବରୁ ୪ ପ୍ରତିଶତ ଡିଏ ଦେବା ପରେ ଏହା ଉପରେ ରୋକ ଲଗାଇ ରଖିଛନ୍ତି । ଆଶା କରାଯାଉଛି ଯେ କୋରୋନା ଅବଧିରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହାକୁ ଶୀଘ୍ର ଘୋଷଣା କରିପାରନ୍ତି । ଜାନୁୟାରୀରୁ ଜୁନ୍ ୨୦୨୧ ମଧ୍ୟରେ ସରକାରଙ୍କୁ ଡିଏର ଘୋଷଣା କରିବାର ଅଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।


ଅଧିକ ପଢ଼ନ୍ତୁ:-ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...


କୋରୋନା କାଳରେ ଦେଶର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ଧୀରେ ଧୀରେ ଟ୍ରାକକୁ ଫେରିବାରେ ଲାଗିଛି । ବ୍ୟବସାୟ ମଧ୍ୟ ଆରମ୍ଭ ହୋଇଛି । ତେଣୁ ଆଶା କରାଯାଉଛି ଯେ ସରକାର କେନ୍ଦ୍ର କର୍ମଚାରୀଙ୍କ ହିତରେ ଡିଏ ବୃଦ୍ଧି କରିବାର ନିଷ୍ପତ୍ତି ନେବେ । ଏହା ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କ ଉପକୃତ ହେବେ । 


ଅଧିକ ପଢ଼ନ୍ତୁ:-କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର


ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (DA) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି । ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।