ନୂଆଦିଲ୍ଲୀ: 7th Pay Commission latest news today:  ତ୍ରିପୁରାର ସରକାରୀ କର୍ମଚାରୀ (Tripura Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ରାଜ୍ୟ ସରକାର ନିଜର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ୧ ମାର୍ଚ୍ଚ ୨୦୨୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ (Tripura CM Biplab Kumar Deb) ଟ୍ୱିଟ୍ କରି କହିଛନ୍ତି ଯେ, ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ସିଧାସଳଖ ରାଜ୍ୟର ୧ ଲକ୍ଷ ସରକାରୀ କର୍ମଚାରୀ ଓ ୬୦,୦୦୦ ପେନସନଭୋଗୀ ଉପକୃତ ହେବେ । ସେ କହିଛନ୍ତି ଯେ, ଏହା ରାଜ୍ୟର ୧.୯୦ ଲକ୍ଷ ପରିବାରକୁ ଆର୍ଥିକ ଲାଭ ଦେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍


ତ୍ରିପୁରାର ଆଇନ ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଅତିରିକ୍ତ ୩୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟ ସରକାର କହିଛନ୍ତି ଯେ DA ବୃଦ୍ଧି ମାର୍ଚ୍ଚ ୧ରୁ ଲାଗୁ ହେବ । ସେ କହିଛନ୍ତି ଯେ ଏହାଦ୍ୱାରା ବର୍ତ୍ତମାନର ୧.୧ ଲକ୍ଷ କର୍ମଚାରୀ, ୬୦ ହଜାର ପେନସନଭୋଗୀ ଏବଂ ୧୨ ହଜାର ଏପରି ଲୋକ ଉପକୃତ ହେବେ, ଯେଉଁମାନେ ଦୈନିକ ମଜୁରୀ (Daily Wage Earners) କରି ରୋଜଗାର କରନ୍ତି । ଏଥିସହ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶକୁ ଆଧାର କରି ଡିଏ ଏବଂ ମହଙ୍ଗା ରିଲିଫ (Dearness Relief) କୁ ବୃଦ୍ଧି କରାଯାଇଛି ।


ଅଧିକ ପଢ଼ନ୍ତୁ:-ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ରତନ ଲାଲ ନାଥ କହିଛନ୍ତି ଯେ, ପୂର୍ବ ବାମପନ୍ଥୀ ସରକାର ଆମ ସରକାର ଉପରେ ଏକ ବଡ ଆର୍ଥିକ ବୋଝ ଛାଡି ଯାଇଥିଲା । ଏହା ସହିତ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛୁ । ୨୦୧୮ରେ ବିଜେପି-ଆଇପିଏଫଟି ସରକାର (BJP-IPFT Govt) କ୍ଷମତାରେ ଆସିବା ପରେ ପ୍ରଥମ ଥର ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଘୋଷଣା କରାଯାଇଥିଲା । କ୍ଷମତାକୁ ଆସିବା ପରେ ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ ଆମେ ସରକାରୀ ଶିକ୍ଷକ ଓ କର୍ମଚାରୀଙ୍କ ବେତନ ସ୍କେଲରେ ସଂଶୋଧନ କରିଛୁ । ଏହା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଆର୍ଥିକ ରିହାତି ଆଣିଛି ।