ନୂଆଦିଲ୍ଲୀ: 7th Pay Commission, DA Hike: ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ (Central Government Employees) ଓ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ଏକ ବଡ଼ ଖବର ରହିଛି । କେନ୍ଦ୍ରର ମୋଦି ସରକାର (Modi Govt) ସରକାରୀ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା  (Dearness Allowance) ର ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ଆପଣ ଶୀଘ୍ର ବଡ଼ ଖୁସି ପାଇବାକୁ ଯାଉଛନ୍ତି । ଆଜିଠାରୁ ୧୮ ଦିନ ପରେ ଆପଣଙ୍କ ବ୍ୟାଙ୍କ ଖାତାରେ ମହଙ୍ଗା ଭତ୍ତାର ବର୍ଦ୍ଧିତ (DA Hike) ଟଙ୍କା ଆସିପାରେ । କେନ୍ଦ୍ର ସରକାର ନବରାତ୍ରୀ (Navratri 2022) ରେ ଆପଣଙ୍କର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୮ରେ ନବରାତ୍ରୀ ଆରମ୍ଭ ହେବାର ଦୁଇ ଦିନ ପରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗଙ୍କ ପାଇଁ ସରକାର ବଡ଼ ଘୋଷଣା କରିପାରନ୍ତି । ସେପ୍ଟେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ । ସରକାର ଗତ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ । ସେତେବେଳେ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହି କାରଣରୁ ଡିଏକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି ।


ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ସେପ୍ଟେମ୍ବର ଶେଷ ସପ୍ତାହରେ କର୍ମଚାରୀଙ୍କ DA ବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର (Modi Govt) ନିଷ୍ପତ୍ତି ନେଇପାରନ୍ତି । କୁହାଯାଉଛି ଯେ ଏଥର ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ଓ ଦଶହରା ପୂର୍ବରୁ ସରକାର କର୍ମଚାରୀମାନଙ୍କୁ ଏହି ଉପହାର ଦେଇପାରନ୍ତି । ଅକ୍ଟୋବର ୧ରୁ କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତା ସହିତ ଦରମା ପାଇବେ ବୋଲି ଆଶା କରାଯାଉଛି ।


କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାରେ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହା ଉପରେ କୌଣସି ଅପଡେଟ୍ ମିଳିନାହିଁ । ତେବେ ସରକାର ନିଶ୍ଚିତ ଭାବରେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟମ ବେତନ ଆୟୋଗ (8th Pay Commission) ବର୍ତ୍ତମାନ ଆସିବ ନାହିଁ । AICPI-IW (All India Consumer Price Index- Industrial Worker) ର ପ୍ରଥମ ଛଅ ମାସର ତଥ୍ୟ ପ୍ରକାଶ କରିଥିଲା । ଏଥିରେ ସୂଚକାଙ୍କ ୦.୨ ପଏଣ୍ଟ ବୃଦ୍ଧି ପାଇ ୧୨୯.୯ରେ ପହଞ୍ଚିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବାକୁ ସରକାର ଏହି ସୂଚୀର ତଥ୍ୟ ବ୍ୟବହାର କରନ୍ତି । ସୂଚକାଙ୍କ ବୃଦ୍ଧି ଯୋଗୁଁ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ଯାହା ଫଳରେ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଏହାର ଲାଭ ପାଇବେ ।


ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିବ । ସେପ୍ଟେମ୍ବର ୨୦୨୨ର ବେତନରେ ନୂତନ ଡିଏ ପ୍ରଦାନ କରାଯିବ । ଏଥିରେ ଜୁଲାଇ ଓ ଅଗଷ୍ଟ ଦୁଇ ମାସର ବକେୟା ଟଙ୍କା ମଧ୍ୟ ଆସିବ । ଜୁଲାଇ ୧, ୨୦୨୨ରୁ ନୂତନ ମହଙ୍ଗା ଭତ୍ତା ଲାଗୁ ବୋଲି ମନେ କରାଯିବ । ମୋଟାମୋଟି ଭାବେ ନବରାତ୍ରୀ ସମୟରେ ସରକାର ଏହାକୁ ପ୍ରଦାନ କରିବେ । ଏହା କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିବ । ଏହା ଦ୍ୱାରା ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।


ଅଧିକ ପଢ଼ନ୍ତୁ:-ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ; ଗ୍ରାହକ ଉଠାଇ ପାରିବେନି ଟଙ୍କା


ଅଧିକ ପଢ଼ନ୍ତୁ:-ED Raid: ଆମୀର ଖାନଙ୍କ ଘରେ ଇଡିର ଚଢ଼ାଉ, ୧୭ କୋଟି ଟଙ୍କା ଜବତ! ୫ଟି ଟ୍ରଙ୍କରେ ଭରିଥିଲା ନୋଟ, ଜାଣନ୍ତୁ ଠକାମିର ସମ୍ପୂର୍ଣ୍ଣ କାହାଣୀ...


ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ


 


ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।


ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।