Maharashtra Politics: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ (Aaditya Thackeray) ଆଜାନ ସମୟରେ କିଛି ମିନିଟ୍ ପାଇଁ ନିଜ ଭାଷଣ ବନ୍ଦ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ(Social media)ରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପରେ ମସଜିଦଗୁଡିକରେ ଲାଉଡ ସ୍ପିକର (Loudspeakers) ଉପରେ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହି ଘଟଣା ଶୁକ୍ରବାର ଦିନ ମୁମ୍ବାଇର ଚାନ୍ଦିଭାଲି ନିକଟରେ ଘଟିଛି । ଆଦିତ୍ୟ ଠାକରେଙ୍କ ଚାନ୍ଦିଭାଲି ଗସ୍ତ ତାଙ୍କର 'ନିଷ୍ଠା ଯାତ୍ରା'ର ଏକ ଅଂଶ ଥିଲା, ଯାହା ସେ ଏକ ସପ୍ତାହ ପୂର୍ବରୁ ଆରମ୍ଭ କରିଥିଲେ । ଆଦିତ୍ୟ ଠାକରେ ମହାରାଷ୍ଟ୍ରର (Maharashtra) ବିଭିନ୍ନ ସ୍ଥାନକୁ ଯାଇ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଆଜାନ ଆରମ୍ଭ ହେବା ବେଳକୁ ଆଦିତ୍ୟ ଠାକରେ ଦୁଇ ମିନିଟ ପର୍ଯ୍ୟନ୍ତ ମଞ୍ଚ ଉପରେ ନିଜ ଭାଷଣ ବନ୍ଦ କରିଦିଅନ୍ତି । ଆଜାନ ସମାପ୍ତ ହେବା ପରେ ସେ ପୁଣିଥରେ ନିଜର ଭାଷଣ ଆରମ୍ଭ କରନ୍ତି ।


ଅଜାନ ସମୟରେ ଆଦିତ୍ୟ ଠାକରେଙ୍କ ଭାଷଣ ବନ୍ଦ କରୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏଥିରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଆଦିତ୍ୟଙ୍କୁ ପ୍ରତ୍ୟେକ ଧର୍ମ ପ୍ରତି ତାଙ୍କର ସମ୍ମାନ ପାଇଁ ଯଥାର୍ଥ ଓ ପ୍ରଶଂସା କରୁଥିବାବେଳେ, ଆଉକିଛି ଲୋକ ଏହି କଥାକୁ ଲାଉଡ ସ୍ପିକର ବିବାଦ ସହ ଯୋଡିଛନ୍ତି ।


ପ୍ରକୃତରେ, ମସଜିଦରେ ଲାଉଡ ସ୍ପିକର ବିବାଦ ସମୟରେ ଉଦ୍ଧବ ଠାକରେଙ୍କ ସରକାର ମହାରାଷ୍ଟ୍ରରେ ଥିଲେ । ସେହି ସମୟରେ ତାଙ୍କ ସହଯୋଗୀ ତଥା ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରେ ଲାଉଡ ସ୍ପିକର ବିରୋଧ କରିଥିଲେ । ଯଦି ଏକ ମସଜିଦରେ ଲାଉଡ ସ୍ପିକର ବାଜେ, ସେମାନେ ଏହା ବାହାରେ ହନୁମାନ ଚଲିସା ପାଠ କରିବେ ବୋଲି କହିଥିଲେ । ଆଦିତ୍ୟ ଠାକରେ ଏହି ବିବାଦକୁ ଅନାବଶ୍ୟକ ବୋଲି କହିଥିଲେ । ସେ ସେତେବେଳେ କହିଥିଲେ ଯେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର କାରଣ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଲାଉଡ ସ୍ପିକର ବିବାଦକୁ ବ୍ୟବହାର କରାଯାଉଛି ।


ଏହା ବି ପଢ଼ନ୍ତୁ: Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ


ଏହା ବି ପଢ଼ନ୍ତୁ: CHSE +2 Arts Result 2022: ଏହି ଦିନ ଘୋଷଣା ହେବ ଯୁକ୍ତ ୨ କଳା ରେଜଲ୍ଟ, ଜାଣନ୍ତୁ କିପରି ଦେଖିବେ