Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ
Advertisement

Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ

Smriti Irani Defamation Case: ଭାରତୀୟ ଜନତା ପାର୍ଟି (BJP) ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଟ୍ୱିଟ୍ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଙ୍କେତିକ ଫଟୋ

Smriti Irani Defamation Case: ଦିଲ୍ଲୀ ହାଇକୋର୍ଟ (Delhi High Court) ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ (Smriti Irani) ଦ୍ୱାରା ଦାଖଲ କରଯାଇଥିବା ନାଗରିକ ମାନହାନି ମକଦ୍ଦମାରେ କଂଗ୍ରେସ ନେତା ଜୟରାମ ରମେଶ (Jairam Ramesh), ପୱନ ଖେଡା (Pawan Khera) ଓ ନେଟା ଡି’ସୁଜା (Netta D'Souza) ଙ୍କୁ ସମନ ଜାରି କରିଛନ୍ତି । କଥିତ ଅଭିଯୋଗକୁ ନେଇ ସ୍ମୃତି ଇରାନୀ କରିଥିବା ମାନହାନି ମକଦ୍ଦମାରେ, ନିଜର ତଥା ନିଜ ଝିଅ ବିରୋଧରେ ଭିତ୍ତିହୀନ ଅଭିଯୋଗ କହି ୨ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ମାଗିଛନ୍ତି ।

ଜଷ୍ଟିସ୍ ମିନି ପୁଷ୍କରନଙ୍କ ଏକ ବେଞ୍ଚ ମଧ୍ୟ ତିନିଜଣ କଂଗ୍ରେସ ନେତାଙ୍କୁ ସୋସିଆଲ ମିଡିଆରୁ ଟ୍ୱିଟ୍, ରିଟ୍ୱିଟ୍, ପୋଷ୍ଟ, ଭିଡିଓ ଓ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ସଂଖ୍ୟାଲଘୁ ବ୍ୟାପାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଇରାନୀ ନିଜର ଅଭିଯୋଗରେ କହିଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତମାନେ ୨୪ ଘଣ୍ଟା ମଧ୍ୟରେ ଏହାର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଫେସବୁକ ଏବଂ ୟୁଟ୍ୟୁବ ବିଷୟବସ୍ତୁ ହଟାଇବ ।

କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ଇରାନୀଙ୍କ ୧୮ ବର୍ଷର ଝିଅ ଜୋଏଶ ଇରାନୀ ଗୋଆରେ ଏକ ବାର ଚଳାନ୍ତି ଓ ଏହା ଉପରେ ମନ୍ତ୍ରୀଙ୍କ ଉପରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ କ୍ୟାବିନେଟରୁ ବରଖାସ୍ତ କରିବାକୁ ଦାବି କରିଥିଲେ ।

କହିରଖୁଛୁ ଯେ କଂଗ୍ରେସ ଦଳର କିଛି ନେତା ତାଙ୍କ ଝିଅକୁ ଏକ ବେଆଇନ ବାର ଚଳାଇଥିବା ଅଭିଯୋଗ କରିଛନ୍ତି । ସ୍ମୃତି ଏହି ଅଭିଯୋଗକୁ ଏହାକୁ ଖଣ୍ଡନ କରି କହିଥିଲେ ଯେ, "ମୋ ଝିଅର ବୟସ ୧୮ ବର୍ଷ, ଯିଏ ରାଜନୀତି କରନ୍ତି ନାହିଁ । ଜଣେ କଲେଜ ଛାତ୍ର । ସେ ବାର୍ ଚଳାନ୍ତି ନାହିଁ । ଆରଟିଆଇ ଆଧାରରେ ମୋ ଝିଅ ବିରୋଧରେ କଂଗ୍ରେସ ଅଭିଯୋଗ ଆଣିଛି । କିନ୍ତୁ, ଯେଉଁ ଆରଟିଆଇ ବିଷୟରେ ଆଲୋଚନା ହେଉଛି, ମୋ ଝିଅ ବିଷୟରେ ସେଥିରେ କିଛି ଉଲ୍ଲେଖ ନାହିଁ ।"

ସେ କହିଥିଲେ ଯେ ଗାନ୍ଧୀ ପରିବାର ଆମେଠିରେ ନିଜର ପରାଜୟ ହଜମ କରିପାରୁ ନାହାଁନ୍ତି, ତେଣୁ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଏହାକୁ ନେଇ କୋର୍ଟକୁ ଯିବା ବିଷୟରେ ମଧ୍ୟ କହିଥିଲେ ।

ଏହା ବି ପଢ଼ନ୍ତୁ: CHSE +2 Arts Result 2022: ଏହି ଦିନ ଘୋଷଣା ହେବ ଯୁକ୍ତ ୨ କଳା ରେଜଲ୍ଟ, ଜାଣନ୍ତୁ କିପରି ଦେଖିବେ

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର