Accident News: ଗୁରୁବାର ଭୟଙ୍କର ସଡ଼କ ଦୁ୍ର୍ଘଟଣାରେ (Accident) ଆଖି ପିଛୁଲାକେ ଚାଲିଗଲା ୧୨ ଜୀବନ । କର୍ଣ୍ଣାଟକ ଚିକବଲ୍ଲାପୁରରୁ (chikkaballapur) ସାମ୍ନାକୁ ଆସିଛି ଏହି ଛାତିଥରା ଅଘଟଣ। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏକ କାରରେ ଯାତ୍ରୀମାନେ ବାଗେପଲ୍ଲୀରୁ ବେଙ୍ଗାଲୁର (Bangalore) ଅଭିମୁଖେ ଯାଉଥିଲେ । ସକାଳ ପ୍ରାୟ ୭ଟା ୧୫ ମିନିଟ୍ ରେ କର୍ଣ୍ଣାଟକ (Karnataka) ଚିକବଲ୍ଲାପୁର ଜାତୀୟ ରାଜପଥ ୪୪ରେ ଘନ କୁହୁଡ଼ି (Heavy Fog) ଯୋଗୁଁ ରାସ୍ତା ଜାଣି ନପାରି ସେଠାରେ ଥିବା ଏକ ଟ୍ରକକୁ ସାମ୍ନା ପଟୁ ଧକ୍କା (Accident) ଦେଇଥିଲା କାର। ଫଳରେ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ (Dead) ହୋଇଥିବା ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସମସ୍ତଙ୍କୁ ମେଡ଼ିକାଲ ନିଆଯାଇଥିଲା  । କିନ୍ତୁ ସେଠାରେ ଡ଼ାକ୍ତର ୧୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଯାତ୍ରୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।


ପ୍ରକାଶ ଥାଉ କି, ଏହି ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର (Andhra Pradesh) ପେଙ୍କୋଣ୍ଡା (Penukonda) ଜିଲ୍ଲାରୁ ଆସିଥିଲେ। ସମସ୍ତ ଶବ ଉଦ୍ଧାର କରାଯାଇଥିଲେ ବି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୪ ଜଣ ମହିଳା ଥିବା ଜଣାପଡି଼ଛି । ଘନ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


Also Read-Odisha Politics: ନେତା ହେବାର ନିଶା ବଢ଼ୁଛି: କେଉଁ ଅଫିସର ଅଛନ୍ତି ଧାଡ଼ିରେ ନଜର ପକାନ୍ତୁ