Road Accident: ରାଜସ୍ଥାନରେ (Rajasthan) ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁଜୁରାଟରୁ ତୀର୍ଥଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ (Ashok Gehlot) ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ରାଜସ୍ଥାନ ଭରତପୁରରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା (Accident) । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାତୀୟ ରାଜପଥ ୨୧ ଲଖନପୁର ପୋଲିସ ଷ୍ଟେସନ ଅଞ୍ଚଳ ସ୍ଥିତ ହନ୍ତ୍ରା ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ୬୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଏହି ଯାତ୍ରୀବାହୀ ବସ୍ ଟି ଗୁଜୁରାଟରୁ ଉତ୍ତରପ୍ରଦେଶ ମଥୁରା ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ଟ୍ରକଟି ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ଭରତପୁର ଗୁଜୁରାଟରୁ ଧାର୍ମିକ ତୀର୍ଥଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ବସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ । ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ସମସ୍ତ ମୃତକଙ୍କ ଆତ୍ମାକୁ ଶାନ୍ତି ମିଳିବା ସହ ପରିବାର ସଦସ୍ୟଙ୍କୁ ସାହସ ଦିଅନ୍ତୁ ଏହା ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଭଗବାନ ସମସ୍ତ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ’ ।



ପ୍ରକାଶ ଥାଉ କି, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। କୁହାଯାଉଛି ଯେ, ସମସ୍ତ ମୃତକ ଓ ଆହତମାନେ ଭାବନଗର ବାସିନ୍ଦା ଅଟନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ତଦନ୍ତ ଆରମ୍ଭ କରିଛି।


Also Read-​ Baba Vanga Prediction: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ଭୟଙ୍କର ବିପଦ ମାଡ଼ି ଆସିବ, ବିଷାକ୍ତ ବାୟୁରେ ଭରିଯିବ ବାୟୁମଣ୍ଡଳ