Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ (Plane Crash) ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ (2 Indian trainee pilots) ସମେତ ତିନି ଜଣଙ୍କର ମୃତ୍ୟ ହୋଇଛି । କାନାଡ଼ା ବ୍ରିଟିଶ କଲମ୍ବିଆରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ଦୁଇ ପାଇଲଟ ମୁମ୍ବାଇର ବୋଲି ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, କାନାଡ଼ା ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ଘଟିଛି ଏହି ଛାତିଥରା ବିମାନ ଦୁର୍ଘଟଣା (Flight  Crash)। ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା (Piper PA-34 Seneca) ସ୍ଥାନୀୟ ବିମାନ ବନ୍ଦର ନିକଟରେ ଥିବା ବୁଦା ମଧ୍ୟକୁ ଖସିପଡିଥିଲା । ତେବେ କେଉଁ କାରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କାନାଡାର ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାର କାରଣ ଶୀଘ୍ର ଖୋଜାଯିବ ବୋଲି କାନାଡାର ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ପାଇଟଲ ହେଉଛନ୍ତି ଅଭୟ ଗାଡ୍ରୋ ଓ ଯଶ ବିଜୟ ରାମୁଗଡ଼େ (Abhay Gadroo and Yash Vijay Ramugade) । ଏମାନେ ମୁମ୍ବାଇର (Mumbai) ବୋଲି ଜଣାପଡ଼ିଛି ।



ପ୍ରକାଶ ଥାଉ କି, ବିମାନ ଦୁର୍ଘଟଣାକୁ ନେଇ କାନାଡ଼ା ପୋଲିସ (Canadian police) କହିଛି, ଘଟଣାର ତଦନ୍ତ ଚାଲିଛି । ଦୁର୍ଘଟଣା ପରେ ବିମାନଟି ଜନବସତି ଅଞ୍ଚଳରେ ପଡ଼ିଥିଲେ ବି ଏଥିରେ ବିମାନର ୩ ଜଣଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର କେହି ମୃତାହତ ହୋଇନାହାନ୍ତି ।


Also Read-ସିକ୍କିମରେ ପ୍ରକୃତିର ପ୍ରଳୟଙ୍କରୀ ଚେହେରା: ୪୧ ମୃତ, ଏବେବି ନିଖୋଜ ୧୫ ଯବାନ


Also Read-Gaganyaan: ଚନ୍ଦ୍ରାୟାନ୍‌ -୩ ପରେ ଗଗନାୟନ୍ ମିଶନକୁ କେତେ ସଫଳ କରିପାରିବ ISRO