ସିକ୍କିମରେ ପ୍ରକୃତିର ପ୍ରଳୟଙ୍କରୀ ଚେହେରା: ୪୧ ମୃତ, ଏବେବି ନିଖୋଜ ୧୫ ଯବାନ
Advertisement
Article Detail0/zeeodisha/odisha1904145

ସିକ୍କିମରେ ପ୍ରକୃତିର ପ୍ରଳୟଙ୍କରୀ ଚେହେରା: ୪୧ ମୃତ, ଏବେବି ନିଖୋଜ ୧୫ ଯବାନ

Sikkim Flood: ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ପ୍ରାୟ ୧୨୦୦ ଘର ଧୋଇ ହୋଇଯାଇଥିବା ଜଣାପଡ଼ିଛି । ୧୫ ଜଣ ଯବାନଙ୍କ ସମେତ ୧୦୩ ଜଣରୁ ଉର୍ଦ୍ଧ୍ୱ ଏବେ ବି ନିଖୋଜ ରହିଛନ୍ତି । ଭୟଙ୍କର ବିପର୍ଯ୍ୟୟର ତୃତୀୟ ଦିନରେ ଆବର୍ଜନା ଓ କାଦୁଅରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛନ୍ତି।

ସୌ(ସୋସିଆଲ ମିଡିଆ)

Sikkim Flood: ସିକ୍କିମ୍ ପ୍ରୟଳଙ୍କାରୀ ବନ୍ୟାରେ (Sikkim Flood) ଦିନ ବଢିବା ସହ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ପ୍ରାୟ ୧୨୦୦ ଘର ଧୋଇ ହୋଇଯାଇଥିବା ଜଣାପଡ଼ିଛି । ୧୫ ଜଣ ଯବାନଙ୍କ ସମେତ ୧୦୩ ଜଣରୁ ଉର୍ଦ୍ଧ୍ୱ ଏବେ ବି ନିଖୋଜ ରହିଛନ୍ତି । ଭୟଙ୍କର ବିପର୍ଯ୍ୟୟର ତୃତୀୟ ଦିନରେ ଆବର୍ଜନା ଓ କାଦୁଅରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛନ୍ତି। ଏଥିରେ ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସିକ୍କିମରେ ଗତ ବୁଧବାର ଦିନ ହୋଇଥିବା ଭୟଙ୍କର ବିପର୍ଯ୍ୟୟରେ (Sikkim Flood)  ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି। ସ୍ଥଳଭାଗରେ ଉଦ୍ଧାର ଅପରେସନ୍‌ରେ ବାଧ୍ୟା ସୃଷ୍ଟି ହେଉଥିବାରୁ ସେନା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରାଯାଉଛି। ପ୍ରକାଶ ଥାଉ କି, ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀ ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା। ଫଳରେ ପ୍ରୟଳଙ୍କାରୀ ବନ୍ୟାରେ ୨୩ ଯବାନଙ୍କ (Army) ସମେତ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ତେବେ ଇତି ମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଯବାନଙ୍କ ସମେତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ୧୦୦ରୁ ଅଧିକ ଲୋକେ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତିସ୍ତା ନଦୀରେ ଭାସିଯାଇଥିବା ଅନେକ ଲୋକଙ୍କ ମର ଶରୀର ପଡ଼ୋଶୀ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ନଦୀର ତଳିଆ ଅଞ୍ଚଳରେ ମିଳୁଛି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚ ବିହାର, ସିଲିଗୁଡ଼ି ଓ ବାଂଲାଦେଶର ଗଳିବନ୍ଧରୁ ଅନେକ ମୃତହେଦ ଉଦ୍ଧାର ହୋଇଛି ମିଳିଛି।

ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ରାସ୍ତାଘାଟ, ବିଜ୍ର ସହ ଅନେକ ଟେଲିଫୋନ୍‌ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଛି । ମଙ୍ଗନ ଜିଲ୍ଲାରେ ୮ଟି ପୋଲ ଭାସି ଯାଇଥିବାବେଳେ ନାମ୍‌ଚିରେ ୨ଟି ଓ ଗ୍ୟାଙ୍ଗଟକ୍‌ରେ ୩ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ଲାଚେନ, ଲାଚୁଙ୍ଗ ଓ ଚୁଙ୍ଗଥାଙ୍ଗରୁ ଏଯାବତ୍ ୧୪୭୧ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସରକାରଙ୍କ ସୂଚନା ଅନୁଯାୟୀ, ପ୍ରାୟ ୮  ହଜାର ଲୋକେ ଅସ୍ଥାୟୀ ରିଲିଫ୍‌ ଶିବିରରେ ରହିଛନ୍ତି ।  ସେପଟେ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ସିକ୍କିମ ସରକାର (Sikkim Government) । ଏହାସହ କ୍ଷତିଗ୍ରସ୍ତଙ୍କୁ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ୍ ସହାୟତା ପ୍ରଦାନ କରାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପାଖାପାଖି ୨୫୦୦ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି ।

Also Read-Gaganyaan: ଚନ୍ଦ୍ରାୟାନ୍‌ -୩ ପରେ ଗଗନାୟନ୍ ମିଶନକୁ କେତେ ସଫଳ କରିପାରିବ ISRO