Aditya-L1: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ (Aditya-L1) ମିଳିଛି ବଡ଼ ସଫଳତା । ISRO ଆଦିତ୍ୟ- L1 ଉପରେ ଲାଗିଥିବା ୱିଣ୍ତ ପ୍ରାଟିକାଲ ଏକ୍ସପେରିମେଣ୍ଟ’ (Wind Particle Experiment) ପେଲେଟକୁ ଇସ୍ରୋ ଆରମ୍ଭ କରିଛି । ଫଳରେ ତାହା କାର୍ଯ୍ୟ କରିବା ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆଜି ଇସ୍ରୋ (ISRO) ଭାରତୀୟ ସୌରଯାନ ଆଦିତ୍ୟ ଏଲ-୧ର (Aditya-L1) ଦ୍ବିତୀୟ ଉପକରଣ ‘ଆଦିତ୍ୟ ସୋଲାର ୱିଣ୍ତ ପାର୍ଟିକ୍ଲ ଏକ୍ସପେରିମେଣ୍ଟ’କୁ ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି । ଏବେ ‘ଆଦିତ୍ୟ ଏଲ୍‌-୧’ (Aditya-L1) ସୂର୍ଯ୍ୟକୁ ଦେଖିଥିବା କୁହାଯାଉଛି । ‘ଏଏସ୍‌ପିଇଏକ୍ସ୍‌’ ପ୍ଲେଲୋଡ୍‌ରେ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌ (Swis) ଓ ‘ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌’ (ଷ୍ଟେପ୍‌ସ୍‌) ସମେତ ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ନିର୍ବିଘ୍ନରେ କାର୍ଯ୍ୟ କରୁଛି ବୋଲି ‘ଇସ୍ରୋ’ ପକ୍ଷରୁ କୁହାଯାଇଛି । ଏନେଇ ‘ଇସ୍ରୋ’ (ISRO) ପକ୍ଷରୁ କୁହାଯାଇଛି ଯେ,  ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ‘ସ୍ବିସ’ ଉପକରଣ ସୋଲାର ୱିଣ୍ତ ଆଇଅନ୍, ବିଶେଷ କରି ‘ପ୍ରୋଟନ୍’ ଓ ‘ଆଲଫା’ କଣିକା ମାପି ଥିବାରୁ ସ୍ବର୍ଯ୍ୟକୁ ଦେଖିପାରୁଥିବା କଥା ପ୍ରମାଣ କରିଛି । ପ୍ରତ୍ୟେକର ୩୦ ଡିଗ୍ରୀ ଅଞ୍ଚଳ ଦେଖି ହେବା ଭଳି ‘ସ୍ବିସ’ରେ ଲାଗିଥିବା ଦୁଇଟି ସେନସର ୟୁନିଟ ସୌର ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ଯ ଦେଇଛି ।


Also Read-Modi Govt Digital Strike: ମିଥ୍ୟା ଖବର ଉପରେ ମୋଦି ସରକାରଙ୍କ ଜୋରଦାର ଡିଜିଟାଲ୍ ଷ୍ଟ୍ରାଇକ୍; ଜାଣନ୍ତୁ ପୁରା ଘଟଣାକ୍ରମ


ପ୍ରକାଶ ଥାଉ କି, ସେପ୍ଟମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା (Andhra Pradesh Sriharikota) ଦ୍ବୀପସ୍ଥିତ ସତୀଶ ୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ୧୨୫ରୁ ଊର୍ଦ୍ଧ୍ବ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍‌ ଯାତ୍ରା କରିଥିବା ଏହି ମହାକାଶ ଯାନ ସୂର୍ଯ୍ୟର ନିକଟତମ ବୋଲି ବିବେଚନା କରାଯାଉଥିବା ‘ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷ ପଥରେ ସ୍ଥାପନ ହେବ ବୋଲି ଆଶା କରାଯାଉଛି।