Modi Govt Digital Strike: ମିଥ୍ୟା ଖବର ଉପରେ ମୋଦି ସରକାରଙ୍କ ଜୋରଦାର ଡିଜିଟାଲ୍ ଷ୍ଟ୍ରାଇକ୍; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1987681

Modi Govt Digital Strike: ମିଥ୍ୟା ଖବର ଉପରେ ମୋଦି ସରକାରଙ୍କ ଜୋରଦାର ଡିଜିଟାଲ୍ ଷ୍ଟ୍ରାଇକ୍; ଜାଣନ୍ତୁ ପୁରା ଘଟଣାକ୍ରମ

Modi Govt Digital Strike on Youtube Channels: ୟୁଟ୍ୟୁବ ଚ୍ୟାନେଲ ଉପରେ ଜୋରଦାର ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ମୋଦି ସରକାର।

Modi Govt Digital Strike: ମିଥ୍ୟା ଖବର ଉପରେ ମୋଦି ସରକାରଙ୍କ ଜୋରଦାର ଡିଜିଟାଲ୍ ଷ୍ଟ୍ରାଇକ୍; ଜାଣନ୍ତୁ ପୁରା ଘଟଣାକ୍ରମ

Modi Govt Blocks 120 Youtube Channels: ୟୁଟ୍ୟୁବ୍ ରେ ଟ୍ରାଫିକ୍ ବୃଦ୍ଧି ଏବଂ ଅଧିକ ରୋଜଗାର କରିବା ଲାଗି କ୍ଲିକବେଟ୍ ଏବଂ ସମ୍ବେଦନଶୀଳ ମିଥ୍ୟା ଥମ୍ବନେଲ୍ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ, ମିଥ୍ୟା ଖବର ପ୍ରସାରଣ କରି କରାଯାଉଥିବା ବେଆଇନ ରୋଜଗାରକୁ ଗୁରୁତର ବିଷୟ ବୋଲି ବିଚାର କରି ମୋଦି ସରକାର ପୁଣି ଥରେ ଏକ ଜୋରଦାର ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ମିଥ୍ୟା ପ୍ରସାରଣ କରିବା ଅଭିଯୋଗରେ ୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରିଛନ୍ତି ମୋଦି ସରକାର।

ୟୁଟ୍ୟୁବ୍ ଜରିଆରେ ମିଥ୍ୟା ଖବର ପ୍ରସାରଣକୁ ନେଇ ଚିନ୍ତିତ ରହିଥିଲେ ଭାରତ ସରକାର
ମିଥ୍ୟା ଖବରରୁ ଟଙ୍କା ରୋଜଗାର ସମ୍ବନ୍ଧୀୟ ଚିନ୍ତାଧାରାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ପୂର୍ବରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍ (Youtube Channels) କୁ ତାଲିକାଭୁକ୍ତ କରିଥିଲେ। ଗତ ଏକ ବର୍ଷରେ ଅର୍ଥାତ୍ ୨୦୨୨ ଡିସେମ୍ବର ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ (Govt of India) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (Information and Broadcasting Ministry) ଅଧିନସ୍ଥ ପ୍ରେସ ଇନଫର୍ମେସନ ବ୍ୟୁରୋ (Press Information Bureau) ୨୬ ୟୁଟ୍ୟୁବ୍ ଚ୍ୟାନେଲ୍ ତାଲିକା ପ୍ରକାଶ କରିଛି। ଯାହା ନିୟମିତ ଭାବରେ ଭୁଲ ତଥ୍ୟ ଏବଂ ଖବର ପ୍ରସାରଣ କରିଆସୁଛି।

୧୨୦ ୟୁଟ୍ୟୁବ୍ ଚ୍ୟାନେଲ୍ ବନ୍ଦ କରିଦେଲେ ମୋଦି ସରକାର 
କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ ୨୦ ଅନୁଯାୟୀ ୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ (Modi Govt Blocks 120 Youtube Channels) କରି ଦେଇଛନ୍ତି।