ଇସଲାମାବାଦ: ପାକିସ୍ତାନରେ (Pakistan) ଆଫଗାନିସ୍ତାନ (Afghanistan) ରାଷ୍ଟ୍ରଦୂତ ନାଜିବୁଲ୍ଲା ଆଲିଖିଲଙ୍କ (Najibullah Alikhil) ଝିଅକୁ ଅପହରଣ ଓ ନିର୍ଯାତନା ଦିଆଯିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି । ରବିବାର ଦିନ ଏକ ବୟାନରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନରେ (Pakistan) ଆଫଗାନିସ୍ତାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଆଲିହେଲଙ୍କ  (Najibullah Alikhil) ଝିଅ ସିଲସିଲା ଆଲିଖେଲଙ୍କୁ 17 ଜୁଲାଇ (ଶନିବାର) ଇସଲାମାବାଦରେ ନିଜ ଘରକୁ ଫେରୁଥିବା ସମୟରେ ଅପହରଣ (Kidnap) କରାଯାଇଥିଲା । ଅପହରଣ ହେବା ପରେ ତାଙ୍କୁ ଅନେକ ଘଣ୍ଟା ଧରି ନିର୍ଯାତନା ଦିଆଯାଇଥିଲା । ଯଦିଓ ପରେ ଅପହରଣକାରୀମାନେ ତାଙ୍କୁ ଛାଡି ଦେଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।



COMMERCIAL BREAK
SCROLL TO CONTINUE READING

ଏହି ଘଟଣାକୁ ନିନ୍ଦା କରି ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ (Ministry of Foreign Affairs) ପାକିସ୍ତାନ ସରକାରଙ୍କୁ ଏହାର କୂଟନୀତିଜ୍ଞ ଓ ସେମାନଙ୍କ ପରିବାରର ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଜଘନ୍ୟ ଅପରାଧକୁ ଆମେ ନିନ୍ଦା କରୁଛୁ ଓ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ପାକିସ୍ତାନୀ ମିଶନରେ ପୋଷ୍ଟ ହୋଇଥିବା ଆମର କୂଟନୀତିଜ୍ଞ, କର୍ମଚାରୀ ଓ ସେମାନଙ୍କ ପରିବାରର ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରୁଛୁ ।


ଅଧିକ ପଢ଼ନ୍ତୁ: PM Modi ଙ୍କ ସହ ପାୱାରଙ୍କ ବୈଠକକୁ ନେଇ NCP ରଖିଲା ସ୍ପଷ୍ଟୀକରଣ, ଜାଣନ୍ତୁ କ’ଣ କହିଲା


ମନ୍ତ୍ରଣାଳୟ ଆହୁରି କହିଛି, 'ଆମେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ (Ministry of Foreign Affairs) ସହିତ ଏହି ପ୍ରସଙ୍ଗ ଉଠାଇବାକୁ ଯାଉଛୁ ଓ ଯାଞ୍ଚ ପରେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ଦଣ୍ଡ ଦେବାକୁ ପାକିସ୍ତାନ ସରକାର ପାଖରେ ଦାବି କରିବୁ ।