UN ସୁରକ୍ଷା ପରିଷଦ ତାଲିକାରୁ ହଟାଯିବ ୧୩୫ ତାଲିବାନ ଆତଙ୍କବାଦୀଙ୍କ ନାମ? ଆମେରିକା ଦେଇଛି ପ୍ରତିଶୃତି
UN Security Council Sanctions List: ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଲୋକଙ୍କ ଉପରେ ନିଜର ବର୍ବରତା ଜାରି ରଖିଛି । ଏହି ସମୟରେ ତାଲିବାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଓ ଆମେରିକାର ଠାରୁ ଆଉ କିଛି ଆଶା ରଖିଛି ।
କାବୁଲ: ଆଫଗାନିସ୍ତାନ (Afghanistan) କବଜା କରିବା ପରେ ତାଲିବାନ (Taliban) ଆଶା କରୁଛି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UN Security Council) ସେମାନଙ୍କୁ ଆରାମ ଦେବ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୯୮୮ Sanctions List ରେ ତାଲିବାନର ୧୩୫ ଜଣ ନେତାଙ୍କ ନାମ ରହିଛି । ହକ୍କାନି ନେଟୱାର୍କର (Haqqani Network) ସିରାଜୁଦ୍ଦିନ ହକ୍କାନୀଙ୍କ ନାମ ସମେତ ଏହି ତାଲିକାରେ ଅବଦୁଲ ଘାନି ବାରଦାରଙ୍କ (Abdul Ghani Baradar) ନାମ ମଧ୍ୟ ସାମିଲ ଅଛି ।
ଆତଙ୍କବାଦୀଙ୍କୁ ଏହି ପ୍ରତିଶୃତି ଦେଇଛି ଆମେରିକା
ଗତ ବର୍ଷ ୨୯ ଫେବୃଆରୀରେ ତାଲିବାନ (Taliban) ଓ ଆମେରିକା (US) ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟଙ୍କ ସହ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ତାଲିବାନ ନେତାଙ୍କ ନାମକୁ Sanctions List ରୁ ହଟାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆମେରିକା ପ୍ରତିଶୃତି ଦେଇଛି ।
ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହେଲା ଜିଡସ୍ କ୍ୟାଡିଲା ଟିକା, ବିନା ଛୁଞ୍ଚିରେ ଲଗାଯିବ
୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛନ୍ତି ମୁଲ୍ଲା ବାରାଦର
ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ମୁଲ୍ଲା ବାରଦର ଏହି ଦେଶକୁ ଫେରି ଆସିଛନ୍ତି । କତାର ବାୟୁସେନା ବିମାନରେ ୨୦ ବର୍ଷ ପରେ ମୁଲ୍ଲା ବାରଦର ଆଫଗାନିସ୍ତାନ ଫେରିଥିଲେ ।
ଅଧିକ ପଢ଼ନ୍ତୁ: ତାଲିବାନକୁ ଆମେରିକା ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଚେତାବନୀ, '...ତେବେ ପରିଣାମ ଭୟଙ୍କର ହେବ'
ରାଷ୍ଟ୍ରପତି ହେବାକୁ ରେସରେ ଆଗରେ ରହିଛନ୍ତି ମୁଲ୍ଲା ବରାଦର
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି ହେବାକୁ ରେସରେ ମୁଲ୍ଲା ବରାଦର ଆଗରେ ଅଛନ୍ତି । ୧୮ ଅଗଷ୍ଟରେ ଯେତେବେଳେ ମୁଲ୍ଲା ବାରଦର ଆଫଗାନିସ୍ତାନର କାନ୍ଦାହାରରେ ପାଦ ଦେଇଥିଲେ, ସେତବେଳେ ଆତଙ୍କବାଦୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଗତ ବର୍ଷ କତାରର ଦୋହାରେ ମୁଲ୍ଲା ବରାଦର ଆମେରିକା ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ ।
ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ବିମାନବନ୍ଦରରେ ଅଟକାଇଲେ CRPF ଯବାନ, ତା’ପରେ ଏହା ଘଟିଲା...
ଆତଙ୍କବାଦୀ ମଲ୍ଲିକ ମୁଲ୍ଲା ବରାଦର ୮ ବର୍ଷ ଧରି ପାକିସ୍ତାନର ଜେଲରେ ରହିଥିଲେ । ୨୦୧୮ ମସିହାରେରେ ମୁଲ୍ଲା ବାରଦାରଙ୍କୁ ରିଲିଜ କରଯାଇଥିଲା । କେବଳ ଆମେରିକାର ଚାପରେ ପାକିସ୍ତାନରେ ମୁଲ୍ଲା ବରାଦରକୁ ଗିରଫ କରାଯାଇଥିଲା । ଏହା ଭୟ ଥିଲା ଯେ ସେ ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ କରିପାରନ୍ତି ।