ସଲମାନ ଖାନଙ୍କୁ ବିମାନବନ୍ଦରରେ ଅଟକାଇଲେ CISF ଯବାନ, ତା’ପରେ ଏହା ଘଟିଲା...
Advertisement

ସଲମାନ ଖାନଙ୍କୁ ବିମାନବନ୍ଦରରେ ଅଟକାଇଲେ CISF ଯବାନ, ତା’ପରେ ଏହା ଘଟିଲା...

ବିମାନବନ୍ଦରରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଦବଙ୍ଗ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଥିବାର ନଜର ଆସିଛନ୍ତି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ (Salman Khan) ପ୍ରଶଂସକମାନେ ତାଙ୍କୁ 'ଦବଙ୍ଗ ଖାନ' (Dabangg Khan) ଭାବେ ଜାଣିଛନ୍ତି । ସଲମାନ ଖାନ ବଲିଉଡର (Bollywood) ସବୁଠାରୁ ଏଗ୍ରେସିବ ସୁପରଷ୍ଟାର ଭାବରେ ମଧ୍ୟ ଜଣାଶୁଣା । କାରଣ ବାସ୍ତବ ଜୀବନରେ ମଧ୍ୟ ସଲମାନ ଖାନଙ୍କ ପାରା ଅତି ଶୀଘ୍ର ବଢ଼ି ଯାଇଥାଏ ଓ କ୍ରୋଧରେ ସେ ଅନେକ ଥର ନିଜ ନିୟନ୍ତ୍ରଣରୁ ବାହାରି ଯାଇଛନ୍ତି । ଯଦିଓ ବାସ୍ତବତା ହେଉଛି ସଲମାନ ଖାନ (Salman Khan) ସବୁବେଳେ ପରିସ୍ଥିତି ଅନୁଯାୟୀ ନିଜର କାର୍ଯ୍ୟ କରନ୍ତି ।

ସଲମାନଙ୍କୁ ବିମାନ ବନ୍ଦରରେ ଅଟକାଇଲେ CISF 
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସଲମାନ ଖାନଙ୍କ (Salman Khan) ଏକ ଭିଡିଓ ମଧ୍ୟ ତାଙ୍କର ଦୟାଳୁ ଓ ସହଯୋଗ ପ୍ରକୃତିକୁ ଦର୍ଶାଉଛି । ବିମାନବନ୍ଦରରେ (Airport) ରେକର୍ଡ ହୋଇଥିବା ଏହି ଭିଡିଓରେ ଦବଙ୍ଗ ଖାନ (Dabangg Khan) ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି ସେତବେଳେ ଜଣେ CISF ଯବାନ ସଲମାନଙ୍କୁ ଅଟକାଇ ଦେଉଛନ୍ତି ।

ସଲମାନ କରିଥିଲେ ପୁରା ସହଯୋଗ
ସଲମାନ ଖାନ ତୁରନ୍ତ ବୁଝି ଯାଇଥିଲେ ଯେ ଏହା ଏକ ସୁରକ୍ଷା ଯାଞ୍ଚ ଓ ସେ ତୁରନ୍ତ ନିଜ ମାସ୍କ ହଟାଇ ସୁରକ୍ଷା ଯାଞ୍ଚର ପାରାମିଟରଗୁଡିକ ଅନୁସରଣ କରିଥିଲେ । ସୋସିଆଲ ମିଡିଆରେ ଦବଙ୍ଗ ଖାନଙ୍କ ଏହି ଷ୍ଟାଇଲକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । କମେଣ୍ଟ କରି ଲୋକମାନେ CISF ଯବାନ ଭେଦଭାବ ବିନା କରିଥିବା କର୍ତ୍ତବ୍ୟକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଫଗାନିସ୍ତାନରେ ଏହି ୭ ତାଲିବାନି ନେତା କରିବେ ଶାସନ, କିଛି ଆତଙ୍କବାଦୀ ତ ଆଉ କିଛି ମୋଷ୍ଟୱାଣ୍ଟେଡ

ଟାଇଗର-୩ ରେ ନଜର ଆସିବେ ସଲମାନ 
ଦବଙ୍ଗ ଖାନଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ଟାଇଗର -୩'ରେ କାମ କରୁଥିବାର ଦେଖିବାକୁ ମିଳିବ । ବିମାନବନ୍ଦରରେ ସଲମାନ ଖାନଙ୍କୁ ଦେଖାଯିବାର କାରଣ ମଧ୍ୟ ସେ ନିଜର ଆଗାମୀ ମେଗା ଫିଲ୍ମର ସୁଟିଂ ପାଇଁ ଯାଉଛନ୍ତି । ସେ ନିଜ ଆଗାମୀ ଫିଲ୍ମରେ ଜବରଦସ୍ତ ଆକ୍ସନରେ ନଜର ଆସିବେ । କିନ୍ତୁ ଫିଲ୍ମର ପ୍ରଥମ ଲୁକ୍ କେବେ ରିଲିଜ୍ ହେବ ତାହା କେବଳ ସମୟ କହିବ ।