Russian Embassy Bomb Blast: ବିସ୍ଫୋରଣରେ କମ୍ପିଉଠିଛି ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଋଷୀୟ ଦୂତାବାସ। ଏଠାରେ ହୋଇଥିବା ବୋମା ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୨ ଜଣ ଋଷୀୟ କୂଟନୀତିଜ୍ଞ ରହିଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଦୌଡାଦୌଡ଼ି କରିବା ଭଳି ପରିସ୍ଥିତି ଉପୁଜିଥିଲା। ଲୋକେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ  ଦୌଡିବାରେ ଲାଗିଥିଲେ। ବିସ୍ଫୋରଣ ପରେ ଧୂଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଜଣେ ଫିଦାୟିନ ଆତ୍ମଘାତୀ କାବୁଲ ସ୍ଥିତି ଋଷୀୟ ଦୂତାବାସ ବାହାରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବୋମା ବିସ୍ଫୋରଣ ସମୟରେ ଅନେକ ଲୋକ ଭିସା ପାଇବା ପାଇଁ ଆଫଗାନିସ୍ତାନ ଠାରେ ଅବସ୍ଥିତ ଋଷୀୟ ଦୂତାବାସ ବାହାରେ ଅପେକ୍ଷା କରିଥିଲେ।


COMMERCIAL BREAK
SCROLL TO CONTINUE READING

ରାଜଧାନୀ କାବୁଲସ୍ଥିତ (Kabul) ଋଷୀୟ ଦୂତାବାସ (Russian Embassy) ବାହାରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଆଫଗାନ ସୁରକ୍ଷା ଅଧିକାରୀଙ୍କ (Afghan Security Officer) କୌଣସି ବିବୃତ୍ତି ଜାରି କରାଯାନାହିଁ। ଏହି ଘଟଣାରେ ମିଳିଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଋଷୀୟ ଦୂତାବାସ ସୁରକ୍ଷା ଦାୟିତ୍ୱରେ ରହିଥିବା ତାଲିବାନ ରକ୍ଷକ (Taliban Fighters) ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଫିଦାୟିନ ଆତ୍ମଘାତୀକୁ (Fidayeen Suicide Attack) ହତ୍ୟା କରିଥିଲେ। ହେଲେ ସେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇ ୨୦ ଜଣ ଲୋକଙ୍କୁ ହତ୍ୟା କରିଥିଲା। ଫିଦାୟିନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୨ ଜଣ ଋଷୀୟ କୂଟନୀତିଜ୍ଞ (Russian Diplomat) ଅଛନ୍ତି। 


Also  Read: Kabul Blast: ପୁଣି ଥରିଲା କାବୁଲ: ସିଖ ଗୁରୁଦ୍ୱାର ନିକଟରେ ବିସ୍ଫୋରଣ, ସମସ୍ତେ ସୁରକ୍ଷିତ


ଏହାପୂର୍ବରୁ ଗତ ଶନିବାର ଆଫଗାନିସ୍ତାନର (Afghanistan ) ଦକ୍ଷିଣ ହେଲମାଣ୍ଡ ପ୍ରଦେଶର (South Helmand Province) ନାଡ ଅଲି ଜିଲ୍ଲାରେ ଏକ ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବା ପରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିଲେ। ସମସ୍ତ ପୀଡିତ ବ୍ୟକ୍ତି ଏକ ଧାର୍ମିକ ବିଦ୍ୟାଳୟର ଛାତ୍ର ଥିଲେ।


ଏହାପୂର୍ବରୁ କାବୁଲ ପୋଲିସ ଜିଲ୍ଲା (Kabul Police District) ୧୭ ଠାରେ ହୋଇଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ଟୟୋଟା କୋରୋଲା କାର ରେ ବିସ୍ଫୋରକ ଉପକରଣ ରଖାଯାଇଥିଲା। ଆଫଗାନିସ୍ତାନ ମାଟିରୁ ଆମେରିକା ନେତୃତ୍ୱାଧିନ ସୈନ୍ୟବଳ (USA led Military Force) ପ୍ରତ୍ୟାହାରର ପ୍ରଥମ ବାର୍ଷିକୀରେ ଏହି ବିସ୍ଫୋରଣ ଘଟିଛି। 


Also Read: ମସଜିଦ ବାହାରେ ବିସ୍ଫୋରଣ; ୨ ମୃତ, ୪ ଆହତ


 


ତାଲିବାନ ଦ୍ୱାରା ପରିଚାଳିତ ପ୍ରଶାସନ (Afghan Taliban Adminstration) ଦେଶର ବଗରାମ ଠାରେ ସାମରିକ ଘାଟି ଠାରେ  ଆମେରିକୀୟ ସୈନ୍ୟବାହିନୀର ପରାଜୟ ଏବଂ ଆଫଗାନିସ୍ତାନ ମାଟିରୁ ବିଦେଶୀ ସୈନ୍ୟ ବଳର ପ୍ରତ୍ୟାହାରର ପ୍ରଥମ ବାର୍ଷିକୀ ପାଳନ କରିଥିଲା। ଯେଉଁଠାରେ ତାଲିବାନ ପ୍ରଶାସନ ଏକ ସାମରିକ ପରେଡ ଆୟୋଜନ କରି ନିଜର ସାମରିକ ଶକ୍ତି ପ୍ରଦର୍ଶିତ କରିଥିଲା।


ଗତ ବର୍ଷ  ଅଗଷ୍ଟ ୧୫ ତାରିଖରେ ସମଗ୍ର ଆଫଗାନିସ୍ତାନ ଦଖଲ କରିଥିଲା ତାଲିବାନ। ପ୍ରାୟ ୨୦ ବର୍ଷ ଧରି ଆମେରିକା ନେତୃତ୍ୱାଧିନ ସୈନ୍ୟ ବଳ ସହ ଲଢେଇ କରିବା ପରେ ଆଫଗାନିସ୍ତାନ ମାଟିରେ ଆରମ୍ଭ ହୋଇଯାଇଥିଲା ତାଲିବାନ ଶାସନ।  ଏହା ପୂର୍ବରୁ ୧୯୯୬ ମସିହାରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ତାଲିବାନ ଦଖଲରେ ରହିଥିଲା।